ଉଦାରବାଦର ଛଳନା

ଚଳିତ ମାସରେ ”ଭାଜପାର ବଙ୍ଗଳା ତାଲିକାରେ କୌଣସି ମୁସଲମାନ ନାମ ସ୍ଥାନ ପାଇ ନାହିଁ“ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବରରେ କେତେ ଟିକେଟ ବଣ୍ଟନ କରାଯାଇଥିଲା ଏବଂ ଅନ୍ୟସବୁ ସାଂଖିକ ତଥ୍ୟ ପାଠକଙ୍କୁ ପ୍ରଦାନ କରାଯାଇଥିଲା। ଏହା ଆମ ମଧ୍ୟରୁ ଅଧିକାଂଶଙ୍କୁ ଆଶ୍ଚର୍ଯ୍ୟ କରେ ନାହିଁ, କାରଣ ଭାଜପା କ’ଣ ଚାହୁଁଛି ତାହା ଆମକୁ ୨୦୧୪ ପରର ତଥ୍ୟ ଦର୍ଶାଇଛି। ଗତ ତିନୋଟି ଲୋକ ସଭାରେ, ଭାରତୀୟ ଜନତା ପାର୍ଟି ୨୮୨, ୩୦୩ ଏବଂ ୨୬୦ ଆସନ ଜିତିଛି; ଯେଉଁଥିରେ କୌଣସି ମୁସଲମାନ ନାହାନ୍ତି। ରାଜ୍ୟ ସଭାରେ ଏହାର ୧୦୦ରୁ ଅଧିକ ସାଂସଦଙ୍କ ମଧ୍ୟରେ ଜଣେ ବି ମୁସଲମାନ ନାହାନ୍ତି। ପ୍ରାୟ ଏକଦଶନ୍ଧି କିମ୍ବା ତା’ ପୂର୍ବରୁ ଏକ ଖବର ପ୍ରକାଶ ପାଇଥିଲା ଯେ, ସାରା ଭାରତରେ ଭାଜପାର ହଜାରରୁ ଅଧିକ ବିଧାୟକଙ୍କ ମଧ୍ୟରେ ଜଣେମାତ୍ର ମୁସଲମାନ ଥିଲେ। ଆମେ ୧୯୪୭ ପରେ ପ୍ରଥମ ଥର ପାଇଁ ଦେଖୁଛୁ ଯେ, କେନ୍ଦ୍ର କ୍ୟାବିନେଟ୍‌ରେ କୌଣସି ମୁସଲମାନ ମନ୍ତ୍ରୀ ନାହାନ୍ତି। ଭାଜପା ବିଷୟରେ ଯଦି ପ୍ରଶଂସା କରିବାର କିଛି ଅଛି, ତାହା ହେଉଛି ତାହାର ସଚ୍ଚୋଟତା ବା ନୈତିକ ସିଦ୍ଧାନ୍ତ। ଏହା ସତ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ବିଶେଷକରି ଦଳର ଏବର ନେତୃତ୍ୱ ଭାରତର ସବୁଠାରୁ ବଡ଼ ସଂଖ୍ୟାଲଘୁଙ୍କୁ ସମ୍ପୂର୍ଣ୍ଣ ଭାବରେ ବାଦ୍‌ ଦେବାକୁ ଚାହୁଁଛି, ଯାହାଙ୍କ ବିରୋଧରେ ଏହାର ବଡ଼ ଅସନ୍ତୋଷ ରହିଛି। ଏହି ଦୃଷ୍ଟିକୋଣ ବା ବିଚାରର ଲାଭକ୍ଷତି ବିଷୟରେ ଆମେ ଜାଣିବା ଦରକାର ନାହିଁ, ବରଂ ଦଳର ଅନେକ ଭୋଟର କିଭଳି ଅନୁଭବ କରିଛନ୍ତି ତାହା ଦେଖିବା। ବିଚାରର ପ୍ରସଙ୍ଗ ଆଉ କିଛି ଅଛି। ଭାଜପା ଏବଂ ବିଶେଷକରି ପ୍ରଧାନମନ୍ତ୍ରୀ ଏହି ବାଦଦେବା ବିଷୟକୁ ପ୍ରୋତ୍ସାହିତ କରୁଥିବାବେଳେ ଆମେ କାହିଁକି ‘ସବ୍‌କା ସାଥ, ସବ୍‌କା ବିକାଶ’ ଏବଂ ‘୧୪୦ କୋଟି ଭାରତୀୟ’ ଇତ୍ୟାଦି କଥା ଶୁଣିବାକୁ ପାଉଛୁ? ଯେଉଁମାନେ ଏପରି କଥାକୁ ନେଇ ଅତି ଉତ୍ସାହୀ ସେମାନଙ୍କୁ ଆଶ୍ୱସ୍ତ କରିବା ପାଇଁ ସ୍ଲୋଗାନଗୁଡ଼ିକ ପ୍ରସ୍ତୁତ କରାଯାଇଛି ଏବଂ ଦୋହରାଯାଇଛି। ଏଗୁଡ଼ିକର ବିଶେଷ ଅର୍ଥ ନାହିଁ, କାରଣ ବାଦ୍‌ ଦେବା କିମ୍ବା ଭେଦଭାବ କରିବା ପ୍ରକ୍ରିୟାକୁ କିଭଳି ପାଳନ କରାଯାଉଛି ତାହାର ବାସ୍ତବତା ଆମ ସମ୍ମୁଖରେ ଅଛି। ଭାଜପା ତା’ କାର୍ଯ୍ୟଶୈଳୀର ସ୍ବଚ୍ଛତା ଦୃଷ୍ଟିରୁ କାହିଁକି ଏହା କରିବା ଆବଶ୍ୟକ ତାହାର ଉତ୍ତର ଦେଉନାହିଁ। ଏହା ସତ୍ୟ ଯେ, ମୁସଲମାନଙ୍କୁ ବାଦ୍‌ ଦେବା ଏବଂ ନିର୍ଯାତନା ଦେବାର ସିଦ୍ଧାନ୍ତ ନେବା ଦ୍ୱାରା, ପ୍ରଧାନମନ୍ତ୍ରୀ ଏହି ପ୍ରକାରର ଆଚରଣ ଏବଂ ଏହି ପ୍ରକାରର ସମାଜ ଚାହୁଁଥିବା ଅନେକ ଲୋକଙ୍କ ସମର୍ଥନ ପାଉଛନ୍ତି। କିନ୍ତୁ ଦଳ ଏହି ସତ୍ୟକୁ ମଧ୍ୟ ଗ୍ରହଣ କରେ ନାହିଁ ।
ଦଳ ଏବଂ ପ୍ରଧାନମନ୍ତ୍ରୀଙ୍କର ସଂଖ୍ୟାଲଘୁଙ୍କୁ ସମ୍ପୂର୍ଣ୍ଣ ବାଦ୍‌ ଦେବାର ଇଚ୍ଛା ଭାରତୀୟ ସମାଜ ଏବଂ ଭାରତୀୟ ସଂସ୍କୃତିରେ ଗ୍ରହଣୀୟ ନୁହେଁ। ଫଳରେ ସେମାନେ ଏଭଳି ଛଳନା କରିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ଘୋଷଣାପତ୍ରରେ ‘ବସୁଧୈବ କୁଟୁମ୍ବକମ୍‌’ କଥା କିଏ କହୁଛି? ଏହା ବିରୋଧୀ ଦଳ କହୁନି, କହୁଛି ଭାଜପା। ଯେତେବେଳେ ଭାଜପା ନିଜର ବିଚାରକୁ ପ୍ରଚାର କରିବାକୁ ଆସେ ସେତେବେଳେ ଏହା ଭାରତୀୟ ଜ୍ଞାନ ଉପରେ ନିର୍ଭର କରେ। ନିଶ୍ଚିତ ଭାବରେ, ଭାଜପାର ପ୍ରକୃତ ଏଜେଣ୍ଡା ପାଇଁ ସମର୍ଥକ ବର୍ଗ ଅଛନ୍ତି। ହେଲେ ଏହା ଭାଜପା ଭୋଟରଙ୍କ ମୋଟ ସଂଖ୍ୟା ତୁଳନାରେ କମ୍‌। ଏହି କାରଣରୁ ‘ବିକାଶ’ ଦଳୀୟ ଯୋଜନାର ଏକ ବଡ଼ ଅଂଶ ଥିଲା କିମ୍ବା ରହିଛି। ତେବେ ଆନୁଷ୍ଠାନିକ ଘୋଷଣାରେ ଏବଂ ବିଶେଷକରି ବିଶ୍ୱ ସହିତ ଜଡ଼ିତ ହେବାରେ ଏହି ସଙ୍କଟଜନକ ସ୍ଥିତିକୁ ଲୁଚାଇ ରଖିବାକୁ ପଡ଼ିବ। ଆମର ଦୁର୍ବଳ କୂଟନୀତିଜ୍ଞଙ୍କ ଏଭଳି ଭେଦଭାବପୂର୍ଣ୍ଣ ବ୍ୟବହାର ସହ ଅଧିକ ଜଡ଼ିତ ହେବାକୁ ପଡ଼ୁଥିବାବେଳେ ବିଦେଶରେ ଉଦାରବାଦର ଛଳନା କରୁଛନ୍ତି। ଆମେରିକା ଗସ୍ତ ସମୟରେ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେନେରାଲ ଏଚ.ଆର୍‌. ମ୍ୟାକ୍‌ମାଷ୍ଟରଙ୍କ ସହିତ ଏକ ସାକ୍ଷାତ ଆଲୋଚନା କରିଥିଲେ। ଭାରତ ସମ୍ପକର୍ର୍ରେ ଜାଣିଥିବା ଏବଂ ଭାରତ ଗସ୍ତ କରିଥିବା ଜେନେରାଲ ଜୟଶଙ୍କରଙ୍କୁ ପ୍ରଶ୍ନ କରିଥିଲେ: ”ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ ଯେ ଆପଣ ଆପଣଙ୍କ ଦେଶରେ ରାଜନୈତିକ ବିକାଶକୁ କିପରି ଦେଖନ୍ତି। ଆପଣ ଜଣେ ପକ୍ଷପାତ ବ୍ୟକ୍ତି ନୁହନ୍ତି। ଆପଣ ଅନେକ ପ୍ରଶାସନରେ ସ୍ବତନ୍ତ୍ର ଭାବରେ କାର୍ଯ୍ୟ କରିଛନ୍ତି। ଏହି ହିନ୍ଦୁତ୍ୱ ନୀତିଗୁଡ଼ିକ ମଧ୍ୟରୁ କିଛି ବିଷୟରେ ସଙ୍କଟଜନକ ସ୍ଥିତିକୁ ନେଇ ସମସ୍ୟା ରହିଛି, ଯାହା ଭାରତୀୟ ଗଣତନ୍ତ୍ରର ଧର୍ମନିରପେକ୍ଷ ପ୍ରକୃତିକୁ ଦୁର୍ବଳ କରିପାରେ …ଏବଂ ଭାରତର ବନ୍ଧୁମାନେ ଏହି ସାମ୍ପ୍ରତିକ ଧାରା ବିଷୟରେ ଅଧିକ ଉତ୍ସୁକ ହେବା କ’ଣ ଠିକ?’ ଜୟଶଙ୍କର ସିଧାସଳଖ ପ୍ରଶ୍ନର ଉତ୍ତର ଦେବାକୁ ଏଡ଼ାଇ ଯାଇ ରାଶନ ବଣ୍ଟନ ଏବଂ ନଗଦ ସ୍ଥାନାନ୍ତର କିପରି ହୋଇଥିଲା ସେ ସମ୍ପର୍କିତ ଆଲୋଚନାରେ ସାମିଲ ହୋଇଥିଲେ। ମ୍ୟାକମାଷ୍ଟର ପଚାରିଥିବା ହିନ୍ଦୁତ୍ୱ ନୀତିର ସମସ୍ୟା ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଜୟଶଙ୍କର ଦେଇ ନ ଥିଲେ।
ସେଗୁଡ଼ିକ କ’ଣ? ସେଗୁଡ଼ିକ ହେଉଛି ଭାରତର ନାଗରିକତ୍ୱରେ ଧର୍ମର ପ୍ରବେଶ। ସେସବୁ ହେଉଛି ମୁସଲମାନ ବିବାହ ଏବଂ ମୁସଲମାନ ଛାଡ଼ପତ୍ରକୁ କିମ୍ବା ଗୋମାଂସ ରଖିବାକୁ ଅପରାଧ ଭାବେ ବିବେଚନା କରୁଥିବା ନୂତନ ଆଇନ, ଗୁଜରାଟରେ ଆଇନ ଅନୁଯାୟୀ ମୁସଲମାନଙ୍କୁ ଜୋରଜବରଦସ୍ତ ସହରର ଏକ ଅନୁନ୍ନତ ଅଞ୍ଚଳରେ ଗୋଷ୍ଠୀଗତ ଭାବେ ରଖାଇବା, କଶ୍ମୀରରେ ସମବେତ ଲୋକଙ୍କ ଉପରେ ଗୁଳି ଚଳାଇବା ଏବଂ କୋଭିଡ୍‌ ସଂକ୍ରମଣ କରାଇବା ଅଭିଯୋଗରେ ସେମାନଙ୍କୁ ବିପଜ୍ଜନକ ଦର୍ଶାଇବା। ଏଗୁଡ଼ିକ ହେଉଛି ସେହି ବିଷୟ, ଯାହା ସମ୍ପର୍କରେ ଭାରତର ବନ୍ଧୁମାନେ ଉତ୍ସୁକ ଥିଲେ। ଜୟଶଙ୍କର ‘ହିନ୍ଦୁତ୍ୱ’ ଶବ୍ଦ ବ୍ୟବହାର ନ କରି ଏବଂ ସାରା ବିଶ୍ୱରେ ଭାରତକୁ ଯେଉଁ ଆଇନ ପାଇଁ ସମାଲୋଚନା କରାଯାଉଥିଲା ତାହା ଉଲ୍ଲେଖ ନ କରି ମ୍ୟାକ୍‌ମାଷ୍ଟରଙ୍କୁ ଉତ୍ତର ଦେଇଥିଲେ। ସେ ବିତର୍କକୁ ଏଡ଼ାଇଯିବାର କାରଣ ହେଉଛି, ମ୍ୟାକ୍‌ମାଷ୍ଟରଙ୍କ ପ୍ରଶ୍ନର କୌଣସି ଉତ୍ତର ତାଙ୍କ ପାଖରେ ନ ଥିଲା। ହିନ୍ଦୁତ୍ୱ ମାଧ୍ୟମରେ ଭାରତ ନିଜକୁ ଏବଂ ନିଜ ଲୋକଙ୍କୁ କ୍ଷତି ପହଞ୍ଚାଉଛି ବୋଲି ଅଭିଯୋଗର ଉତ୍ତର ଦେବା ପାଇଁ କେବଳ ଏକମାତ୍ର ଉପାୟ ଥିଲା ଏହି ପ୍ରସଙ୍ଗକୁ ଏଡ଼ାଇ ଯିବା।
Email:aakar.patel@gmail.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?