ବରଗଡ଼,୨୨।୭(ପ୍ରେମାନନ୍ଦ ଖମାରୀ) : ବରଗଡ଼ ପୋଲିସ୍ ନିଶା କାରବାର ଦମନ ଅଭିଯାନକୁ କଡାକଡି କରିଛି। ମଙ୍ଗଳବାର ସକାଳୁ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ନିକଟରୁ ୭୦ ଗ୍ରାମ ବ୍ରାଉନସୁଗାର ସହିତ ଦମ୍ପତିଙ୍କୁ ଗିରଫ କରିଛି। ଗିରଫ ଦମ୍ପତି ହେଲେ, ସ୍ଥାନୀୟ ୱାର୍ଡ଼ ନଂ- ୫ ବିଶିପଡାର ସୁକାନ୍ତ ସୁନା (୩୫) ଏବଂ ସ୍ତ୍ରୀ ରୋଜି (୩୫) । ସେମାନଙ୍କ ପାଖରୁ ନଗଦ ୧ଲକ୍ଷ ୪ହଜାର ଟଙ୍କା, ଏକ ଚେକ୍ ବୁକ୍ ଏବଂ ଏକ ବ୍ୟାଙ୍କ ପାସବୁକ୍ ଜବତ ହୋଇଛି। ଏ ନେଇ ବରଗଡ଼ ଟାଉନ ଥାନା ପୋଲିସ୍ ଏକ ମାମଲା (ନଂ-୩୫୯/୨୫) ରୁଜୁ କରି ପୋଲିସ୍ ଅଧିକ ତଦନ୍ତ ଚଲାଇଛି।


