୧୨ ମାସ ପରେ ଏସବୁ ରାଶିରେ ରାଜଯୋଗ, ହେବ ଧନବର୍ଷା, ବଢ଼ିବ ପଦ ପ୍ରତିଷ୍ଠା

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଅଗଷ୍ଟ ମାସଠାରୁ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି। ଏହି ରାଜଯୋଗ ସିଂହ ରାଶିରେ ହେବ ଏହାଦ୍ୱାରା କିଛି ରାଶିର ଭାଗ୍ୟ ବଦଳିଯାଇପାରେ। ଏଥିସହ ସେମାନଙ୍କ କ୍ୟାରିୟର ଏବଂ ବ୍ୟବସାୟରେ ଲାଭ ହେବ। ଆସନ୍ତୁ ଜାଣିବା ସେସବୁ ରାଶି ବିଷୟରେ…

ଧନୁ ରାଶି: ଏସବୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବୁଦ୍ଧାଦିତ୍ୟ ରାଜଯୋଗ ସକରାତ୍ମକ ସାବ୍ୟସ୍ତ ହେବ। କାରଣ ଏହି ଯୋଗ ଆପଣଙ୍କ ରାଶିର ଭାଗ୍ୟ ସ୍ଥାନରେ ହେବାକୁ ଯାଉଛି। ଏଥିପାଇଁ ଆପଣଙ୍କ ଭାଗ୍ୟ ଚମକିପାରେ। ବିଦ୍ୟାର୍ଥୀମାନଙ୍କପାଇଁ ଏହି ସମୟ ବହୁତ ଲାଭଦାୟକ। ଉଚ୍ଚଶିକ୍ଷା ଗ୍ରହଣ କରିବାରେ ସଫଳତା ମିଳିବ। ଏହି ସମୟରେ ଆପଣଙ୍କ କାମ ସହ ବ୍ୟବସାୟରେ ଲାଭ ମିଳିବ। ଅଟକି ଥିବା କାମ ସମାପ୍ତ ହେବ। ମାନ ସମ୍ମାନ ସହ ପ୍ରତିଷ୍ଠା ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ତୀର୍ଥ ଯାତ୍ରା ଯୋଗ ରହିଛି। ବ୍ୟବସାୟରେ ଲାଭ ମିଳିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି।

ସିଂହ ରାଶି: ବୁଦ୍ଧାଦିତ୍ୟ ରାଜଯୋଗ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। କାରଣ ଏହା ରାଶିର ଲଗ୍ନ ସ୍ଥାନରେ ହେଉଛି। ଏହି ସମୟରେ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କାର୍ଯ୍ୟ କରିବାର ଶୈଳୀରେ ପରିବର୍ତ୍ତନ ହେବ। ମାନ ସମ୍ମାନ ଏବଂ ପ୍ରତିଷ୍ଠା ଲାଭ ହେବ। ଚାକିରି କ୍ଷେତ୍ରରେ ପରିଶ୍ରମର ଫଳ ମିଳିବ। ବୈବାହିକ ଜୀବନରେ ଖୁସିର ମାହୋଲ ରହିବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଜୀବନସାଥୀଙ୍କ ସହ ନୂଆ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

ତୁଳା ରାଶି: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବୁଦ୍ଧାଦିତ୍ୟ ରାଜଯୋଗ ଆୟ ସହ ନିବେଶ ଦୃଷ୍ଟିରୁ ଶୁଭ ସାବ୍ୟସ୍ତ ହେବ। ଏହି ସମୟରେ ଆପଣଙ୍କ ଆୟ ବଢ଼ିବ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ଶେୟାର ବଜାର, ଲଟେରୀ ଆଦିରେ ଲାଭର ଯୋଗ ରହିଛି। ଚାରିଆଡ଼ୁ ଆୟର ସ୍ରୋତ ପ୍ରାପ୍ତ ହେବ। ସରକାରୀ ଚାକିରିଆଙ୍କୁ ବିଶେଷ ଲାଭ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri