ଶହୀଦ ମାଧୋ ସିଂଙ୍କ ଜୀବନୀରେ ଭୁଲ ତଥ୍ୟକୁ ନେଇ ବିଜେଡିର ପ୍ରତିବାଦ, ସରକାରଙ୍କୁ ଦାବିପତ୍ର

ବରଗଡ଼, ୧୨।୫ (ପ୍ରେମାନନ୍ଦ ଖମାରୀ): ଭାରତର ସ୍ୱାଧୀନତା ସଂଗ୍ରାମରେ ବରଗଡ଼ ମାଟିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ପରିପ୍ରେକ୍ଷିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ସପ୍ତମ ଶ୍ରେଣୀ ପାଇଁ ପ୍ରକାଶିତ ‘ସାହିତ୍ୟ ସୁମନ’ ପାଠ୍ୟପୁସ୍ତକରେ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂ ଓ ତାଙ୍କ ପରିବାରର ବଳିଦାନ ଓ ଜୀବନୀ ସମ୍ବନ୍ଧୀୟ ଭୁଲ ତଥ୍ୟ ଉଲ୍ଲେଖ ହୋଇଥିବା ଅଭିଯୋଗ କରି ବରଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଛି।

ବିଜେଡି ପକ୍ଷରୁ ଦାବି କରାଯାଇଛି ଯେ, ଏହି ତ୍ରୁଟିକୁ ତୁରନ୍ତ ସଂଶୋଧନ କରାଯାଉ ଏବଂ ମହାନ ବିପ୍ଳବୀ ଶହୀଦ ମାଧୋ ସିଂଙ୍କ ସଠିକ୍ ଐତିହାସିକ ତଥ୍ୟକୁ ପାଠ୍ୟପୁସ୍ତକରେ ସ୍ଥାନ ଦିଆଯାଉ। ଏହା ସହିତ ଐତିହାସିକ ଓ ଜଣାଶୁଣା ବ୍ୟକ୍ତିବିଶେଷଙ୍କ ସହ ପରାମର୍ଶ କରି ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଭୁଲ ତଥ୍ୟ ପ୍ରସ୍ତୁତ କରିବାକୁ ମଧ୍ୟ ଦାବି ହୋଇଛି।

ରାଜ୍ୟ ସରକାର ଶହୀଦଙ୍କ ଜୀବନୀ ସମ୍ବନ୍ଧରେ ଭୁଲ ତଥ୍ୟ ପ୍ରଦାନ କରି ତାଙ୍କୁ ଅପମାନିତ କରିଥିବାରୁ ସର୍ବସାଧାରଣଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିବାକୁ ବିଜେଡି ଦାବି କରିଛି।

ଏହି ଅବସରରେ ବରଗଡ଼ ଜିଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲଙ୍କ ସହ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ।

ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ମଙ୍ଗଳବାର ବରଗଡ଼ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହୀଦ ମାଧୋ ସିଂଙ୍କ ଜୀବନୀରେ ଥିବା ତ୍ରୁଟିକୁ ତୁରନ୍ତ ସଂଶୋଧନ କରି ସଠିକ୍ ତଥ୍ୟ ସ୍ଥାନୀତ କରିବାକୁ ଦାବି ହୋଇଛି। ଯଦି ଏହାର ସଂଶୋଧନ ନ କରାଯାଏ, ତେବେ ଆଗାମୀ ଦିନରେ ବିଜେଡି ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

India vs Ireland: ଦ୍ୱିତୀୟ ଟି-୨୦ରେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ? ଲଜ୍ଜାଜନକ ପରାଜୟ ପରେ ବଢ଼ିଲା ଅଭିଯୋଗ

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଦଳ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ହାରିଗଲା, ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ନ ଦେବା ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନାର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୯,୫୦୦ ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୭ା୬(ସୁନିତ୍‌ ମିଶ୍ର):ପୂର୍ବ ଭାରତରେ ଶିଳ୍ପାୟନର ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ଏବଂ ଆଞ୍ଚଳିକ ସହଯୋଗ ମାଧ୍ୟମରେ ସନ୍ତୁଳିତ ଅଭିବୃଦ୍ଧି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଟେକ୍ସାସରେ ମିଳିଲା ୧୯୦ ବର୍ଷ ପୁରୁଣା ଲୁହା କମାଣ ଗୋଳା

ସାନ୍‌ ଆଣ୍ଟୋନିଓ (ଟେକ୍ସାସ),୨୭ା୬:ଆମେରିକାର ଟେକ୍ସାସ ପ୍ରଦେଶରେ ଥିବା ପ୍ରସିଦ୍ଧ ‘ଆଲାମୋ’ ଐତିହାସିକ ସ୍ଥଳରୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ଅକ୍ଷତ ଲୁହା କମାଣ ଗୋଳା (କ୍ୟାନନ୍‌ବଲ୍‌) ପାଇଛନ୍ତି। ଏହା ୧୮୩୬…

ପ୍ରବଳ ବର୍ଷା ସମ୍ଭାବନା: ୪୦ରୁ ୫୦ କିମି ବେଗରେ ବହିବ ପବନ, ଏସବୁ ଜିଲାରେ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୬(ବନ୍ଦନା ସେଠୀ):ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗରେ ସେପରି କିଛି ବିଶେଷ ପରିବର୍ତ୍ତନ ନ ଥିବା…

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବିଷାକ୍ତ ଛତୁ ଖାଇ ୩ ଶିଶୁ ଗୁରୁତର: କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି, ଚିକିତ୍ସା ପରେ ଅବସ୍ଥା ସ୍ଥିର

କଲ୍ୟାଣସିଂହପୁର, ୨୬।୬ (ଦୀପକ କୁମାର ପରିଡା): ବିଷାକ୍ତ ଛତୁ ଖାଇ ୩ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ପୋଡ଼ି ପାଉଁଶ ହେଲା ୩,୧୧୬ କିଲୋ ଗଞ୍ଜେଇ, NDPS ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ

ମୋହନା, ୨୬।୬ (ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଥାନା ପୋଲିସ ପକ୍ଷରୁ ଆଜି ମାଦକ ଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri