ପାଟଣା,୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲ ପାହାଡି ଗ୍ରାମରେ ଜଣେ ବୃଦ୍ଧାଙ୍କୁ ବୁଧବାର ସକାଳୁ ନର୍ମମ ଭାବେ ହତ୍ୟା କରାଯାଉଛି।
ମୃତକ ଜଣକ ଉକ୍ତ ଗ୍ରାମର ସ୍ବର୍ଗତ କାଦେ ମାଝିଙ୍କ ସ୍ତ୍ରୀ ତୁଳସୀ ମାଝି। କୌଣସି କାରଣରୁ ଦୁର୍ବୃତ୍ତ ତାଙ୍କୁ ଘର ବାହାରେ ପିଟିପିଟି ମାରି ସାରିବା ପରେ କୋଦାଳରେ ମୁଣ୍ଡ ଗଣ୍ଡି ଅଲଗା କରିଦେଇଛନ୍ତି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଘଟଣା ସ୍ଥଳରେ ପାଟଣା ଥାନା ଅଧିକାରୀ ମାନସ କୁମାର ଦଣ୍ଡ ପାଟ ପହଞ୍ଚି ତଦନ୍ତ କରୁଛନ୍ତି। ଏହି ଘଟଣାରେ ପୋଲିସ ଜଣକୁ ଥାନାକୁ ଉଠାଇ ଆଣିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।


