ସମ୍ପର୍କଲେ ଲାଗିଲା କଳଙ୍କ: ବୋହୂକୁ ବଳାତ୍କାର କରି ୧୦ ଫୁଟ ଗାତରେ ପୋତିଲେ ଶ୍ୱଶୁର ,ପରେ ପୁଅକୁ କହିଲେ …

ଚଣ୍ଡିଗଡ଼,୨୭।୬:ସମ୍ପର୍କଲେ ଲାଗିଲା କଳଙ୍କ। ବାପା ସମାନ ଶ୍ୱଶୁର ବୋହୂକୁ କଲେ ବଳାତ୍କାର । ପରେ ୧୦ ଫୁଟ ଗଭୀର ଗାତ ଖୋଳି ପୋତି ଦେଇଥିଲେ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ହରିୟାଣାର ଫରିଦାବାଦରେ। ଘଟଣାର ତଦନ୍ତ ସମୟରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି।
ଉତ୍ତରପ୍ରଦେଶର ଜଣେ ୨୪ ବର୍ଷୀୟା ମହିଳାଙ୍କ ହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏପ୍ରିଲ ମାସରେ ଉକ୍ତ ମହିଳାଙ୍କ ସହ ଏସବୁ ଘଟଣା ଘଟିଥିଲେ ମଧ୍ୟ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ତାଙ୍କ ଶ୍ୱଶୁର ଘର ଲୋକେ ସେ ନିଖୋଜ ଥିବା କହିଥିଲେ ।
ସୂଚନାଯୋଗ୍ୟ, ଫିରୋଜାବାଦ ଜିଲାର ସିକୋହାବାଦର ଉକ୍ତ ମହିଳା ୨୦୨୩ ଜୁଲାଇ ମାସରେ ଫରିଦାବାଦରେ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ତଦନ୍ତରୁ ଜଣା ପଡିଛି । ଜୁନ ୨୧ରେ ଘର ବାହାରେ ୧୦ ଫୁଟ ଗଭୀର ଗର୍ତ୍ତ ଭିତରୁ ତାଙ୍କ ମୃତଦେହ ମିଳିବା ପରେ ସବୁ ଘଟଣା ଜଣାପଡ଼ିଛି।
ସୂଚନାଯୋଗ୍ୟ, ପଚରାଉଚରା ବେଳେ ଅଭିଯୁକ୍ତ ଶ୍ୱଶୁର ତାଙ୍କ ଦୋଷ ସ୍ବୀକାର କରିଛନ୍ତି । ପୋଲିସ ତିନି ଦିନିଆ ରିମାଣ୍ଡରେ  ତାଙ୍କୁ ନେଇଛି । ପୋଲିସ କହିଛି ଯେ, ଏପ୍ରିଲ ୧୪ରେ ମହିଳାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା। ଯୋଜନାସ୍ବ ରୂପ, ମହିଳାଙ୍କ ଶାଶୁଙ୍କୁ ଉତ୍ତରପ୍ରଦେଶର ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପଠା ଯାଇଥିଲା । ଏପ୍ରିଲ ୨୧ରେ ମହିଳାଙ୍କ ସ୍ବାମୀ ଓ ତାଙ୍କ ଭଉଣୀଙ୍କୁ ଖାଦ୍ୟରେ ନିଦ ବଟିକା ଦିଆଯାଇ ଅଚେତ କରାଯାଇଥିଲା । ଉକ୍ତ ମହିଳାଙ୍କୁ ମଧ୍ୟ ନିଦ ବଟିକା ଦିଆ ଯାଇଥିଲା । ସେମାନେ ଭିନ୍ନ ଭିନ୍ନ କୋଠରୀରେ ଶୋଇଥିଲେ । ଶ୍ୱଶୁର ବୋହୂ ଶୋଇଥିବା ରୁମକୁ  ହତ୍ୟା କରିବାକୁ ଯାଇଥିଲେ। ହେଲେ ତା ପୂର୍ବରୁ ସେ ତାଙ୍କ ଅଚେତ ଅବସ୍ଥାରେ ଥିବା ବୋହୂଙ୍କୁ ବଳାତ୍କାର କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ସେ ଏହି ଘଟଣା ତାଙ୍କ ସ୍ତ୍ରୀ କିମ୍ବା ପୁଅଙ୍କୁ ଜଣାଇ ନଥିଲେ । ହତ୍ୟାକାଣ୍ଡ ଘଟାଇବା ପରେ ସେ ତାଙ୍କ ପୁଅକୁ ଛାତ ଉପରକୁ ଡାକି ମହିଳାଙ୍କ ମୃତଦେହକୁ ଏକ ଜରିରେ ଗୁଡାଇ ରାସ୍ତାରେ ପୂର୍ବରୁ ଖୋଳା ଯାଇଥିବା ଗର୍ତ୍ତରେ ଫିଙ୍ଗିଥିଲେ । ମୃତଦେହ ଫିଙ୍ଗି ତା ଉପରେ ସ୍ଲାବ ପକାଇ ଦେଇଥିଲେ ।
ପୋଲିସ କହିଛି ଯେ, ଏହି ଗର୍ତ୍ତକୁ ଡ୍ରେନ କାମ କରିବା ପାଇଁ ଖୋଳା ଯାଇଥିଲା। ଏହି ଘଟଣା ଘଟାଇବା ପରେ ଏପ୍ରିଲ ୨୫ରେ ସେ ନିଖୋଜ ଖବର ରୁଜୁ କରିଥିଲେ। ତଦନ୍ତ ବେଳେ ଶ୍ୱଶୁରଙ୍କ ସମେତ ଶାଶୁ, ସ୍ବାମୀ ଓ ନଣନ୍ଦଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି। ପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...

ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

ହାର୍ଦ୍ଦିକଙ୍କ ବଡ଼ ବୟାନ, ପ୍ରେମିକା ମାହିକାଙ୍କୁ ନେଇ କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ,୧୦।୧୨: କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆ ୧୦୧ ରନର ବିଶାଳ ବିଜୟ...

୫ଟି ଷ୍ଟ୍ରେସ୍‌ ଫ୍ରି ଚାକିରି, ଚାପ କମ୍‌ ଦରମା ଅଧିକ

ସମ୍ପ୍ରତି, କର୍ପୋରେଟ ଜଗତରେ “Quiet Quitting” ଧାରା ଭାଇରାଲ ହୋଇଥିଲା। ଏଥିରେ କର୍ମଚାରୀମାନେ କେବଳ ସେମାନଙ୍କ ଚାକିରି ବର୍ଣ୍ଣନାରେ ର୍ନିଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ କରୁଥିଲେ ଏବଂ ଅତିରିକ୍ତ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri