ହଇଜା ଆସିଲା

ଚିକିତ୍ସା କ୍ଷେତ୍ରରେ ବ୍ୟାପକ ଯୋଜନା ସତ୍ତ୍ୱେ ବାରମ୍ବାର ଡାଇରିଆ ବ୍ୟାପୁଛି। ଏହାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ। ଏବେ ଯାଜପୁର ଜିଲାରେ ଏହାର ସଂକ୍ରମଣ ଉଦ୍‌ବେଗର କାରଣ ହୋଇଛି ଏବଂ ଜିଲାର ବିଭିନ୍ନ ସ୍ଥାନରେ ୧୮ ଜଣଙ୍କର ମୃତ୍ୟୁ ହେବା ସହ ୨୦୦ରୁ ଊର୍ଦ୍ଧ୍ୱ ଚିକିତ୍ସାଧୀନ ଅଛନ୍ତି। ୧୪ ଜଣିଆ କେନ୍ଦ୍ରୀୟ ଟିମ୍‌ର ରିପୋର୍ଟ ଅନୁଯାୟୀ ଯାଜପୁରରେ ଡାଇରିଆ ସହ ହଇଜା (କଲେରା) ବ୍ୟାପିଛି। ବାସ୍ତବରେ ଏବକାର ଉନ୍ନତ ଚିକିତ୍ସା ପରିସରରେ ହଇଜାର ପ୍ରବେଶ ସ୍ବାସ୍ଥ୍ୟ ବିଭାଗ ପାଇଁ ଏକ ଆହ୍ବାନ। ଯାଜପୁର ବ୍ୟତୀତ କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା ଜିଲା ସମେତ ଭୁବନେଶ୍ୱରରେ ଡାଇରିଆ ବ୍ୟାପୁଥିବା ଜଣାପଡ଼ିଛି। ଡାଇରିଆ ଭୂତାଣୁ ସାଧାରଣତଃ ଦୂଷିତ ଜଳ ଓ ଖାଦ୍ୟ ଦ୍ୱାରା ବ୍ୟାପିଥାଏ। ଦୁର୍ବଳ ପରିମଳ ଓ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଏହି ସଂକ୍ରମଣର ବଡ଼ କାରଣ। ରାଜ୍ୟରେ ବର୍ତ୍ତମାନ ଦେଖାଯାଇଥିବା ଡାଇରିଆ ନୂଆ ନୁହେଁ। ସମୟକ୍ରମେ ଏହା ଥରକୁ ଥର ବିଭିନ୍ନ ଅଞ୍ଚଳରେ ଦେଖାଯାଇଛି। ୨୦୨୩ ଡିସେମ୍ବରରେ ରାଉରକେଲାରେ ସଂକ୍ରମଣ ଯୋଗୁ ୧୦ ଜଣଙ୍କର ମୃତ୍ୟୁ ହେବା ସହ ପାଖାପାଖି ୫୦୦ ଆକ୍ରାନ୍ତ ହୋଇଥିଲେ। ୨୦୨୪ ଜୁନ୍‌ରେ ରାୟଗଡ଼ା ବିଷମକଟକ ବ୍ଲକ୍‌ ଗଇଲକଣା ଗ୍ରାମରେ ଡାଇରିଆ ବ୍ୟାପି ଜଣଙ୍କର ମୃତ୍ୟୁହେବା ସହ ଏକାଧିକ ଆକ୍ରାନ୍ତ ହୋଇଥିଲେ। ସଂକ୍ରମଣର କାରଣ ଦୂଷିତ ଜଳ ଥିଲା ବୋଲି ସରକାରୀ ଭାବେ କୁହାଯାଇଥିଲା। କେବଳ ରାୟଗଡ଼ା ନୁହେଁ, ବିଭିନ୍ନ ସମୟରେ ଗଞ୍ଜାମ, କଳାହାଣ୍ଡିି, କେନ୍ଦୁଝର, ଫୁଲବାଣୀ, କନ୍ଧମାଳ ଆଦି ଜିଲାରେ ଡାଇରିଆ ବ୍ୟାପିଥିବା ଦେଖାଯାଇଛି। ସାମ୍ପ୍ରତିକ ସ୍ଥିତିରେ ରାଜ୍ୟର ବିଭିନ୍ନ ବ୍ଲକ୍‌ରେ ଗ୍ରାମାଞ୍ଚଳର ଦୁର୍ବଳ ପରିମଳ ବ୍ୟବସ୍ଥା ଓ ସ୍ବଚ୍ଛ ପାନୀୟ ଜଳ ଅଭାବ କାରଣରୁ ଯାଜପୁର ଭଳି ସ୍ଥିତି ଉପୁଜିବା ଅଧିକ ଆଶଙ୍କା ରହିଛି। ଏମିତିକି ସ୍ବଚ୍ଛ କୁହାଯାଉଥିବା ସହରଗୁଡ଼ିକର ପରିମଳ ସ୍ଥିତିକୁ ଲକ୍ଷ୍ୟକଲେ ସଂକ୍ରମଣ ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ। ବାହାରେ ମଳତ୍ୟାଗ, ଅଳିଆପାହାଡ଼ର ସମସ୍ୟା ଓ ପାଇପ୍‌ ଫାଟି ବାହାର ପାଣି ପ୍ରବେଶ କରିବା ଖବର ବହୁ ସମୟରେ ପ୍ରକାଶ ପାଉଛି। ବିଶେଷକରି ଏବେ ବର୍ଷାଋତୁ ଆରମ୍ଭ ହୋଇଥିବା ଫଳରେ ପାଇପ୍‌ ଯୋଗେ ପାନୀୟ ଜଳର ବିଶୁଦ୍ଧତା ବିରାଟ ପ୍ରଶ୍ନବାଚୀରେ ଆସିଗଲାଣି। ସହର ନିକଟସ୍ଥ ବିଭିନ୍ନ ନଦୀନାଳକୁ ସ୍ବେରେଜ ଓ କଳକାରଖାନାର ଦୂଷିତ ପାଣି ଛଡ଼ାଯାଉଛି ଏବଂ ଏହା ଯୋଗୁ ଭୂତଳ ଜଳ ଦୂଷିତ ହେବାରେ ଲାଗିଛି। ଉଦାହରଣ ସ୍ବରୂପ କେନ୍ଦ୍ରୀୟ ଭୂତଳ ଜଳ ପରିଷଦ (ସିଜିଡବ୍ଲ୍ୟୁବି) ସର୍ଭେ ଅନୁଯାୟୀ ଭୁବନେଶ୍ୱର ଭୂତଳଜଳ ଏବେ ସେମି କ୍ରିଟିକାଲ ସ୍ତରରେ ରହିଛି। ଅନେକ ବ୍ଲକ୍‌ରେ ଭୂତଳ ଜଳ ଖରାପ ସ୍ଥିତିରେ ଥିଲେ ମଧ୍ୟ ପଞ୍ଚାୟତ ସ୍ତରରେ ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ କିମ୍ବା ନଳକୂପ ପାଣିର ଗୁଣବତ୍ତା ଉପରେ ନିୟମିତ ପରୀକ୍ଷା କରାଯାଉନାହିଁ। ଏହା ବ୍ୟତୀତ ସହରରେ କିମ୍ବା ଗ୍ରାମାଞ୍ଚଳର ଛକର ରାସ୍ତାକଡ଼ ଖୋଲା ଖାଦ୍ୟ ପସରା ଉପରେ କାହାର ନିୟନ୍ତ୍ରଣ ନାହିଁ। ସେଠାରେ ଯେଉଁସବୁ ଖାଦ୍ୟ ବିକ୍ରି ହେଉଛି କିମ୍ବା ପାଣି ପିଇବାକୁ ଦିଆଯାଉଛି ସେଗୁଡ଼ିକର ମାନ ନିୟମିତ ଭାବେ ଯାଞ୍ଚ କରାଯାଏ ନାହିଁ। କେବଳ ପର୍ବପର୍ବାଣି ସମୟରେ ରାସ୍ତାକଡ଼ ଦୋକାନୀଙ୍କ ଉପରେ କାଁ ଭାଁ ଚଢ଼ାଉକରି ମ୍ୟୁନିସିପାଲିଟି ସ୍ବାସ୍ଥ୍ୟ ଇନ୍ସପେକ୍ଟର ହାତ ବାନ୍ଧି ବସିଯାନ୍ତି। ଏଭଳି ସ୍ଥିତିରେ ଡାଇରିଆ ଓ ହଇଜା ହେବା ଥୟ। ପୂର୍ବରୁ ଓଡ଼ିଶାର ଗ୍ରାମାଞ୍ଚଳରେ ହାଣ୍ଡିଏ ଦିହାଣ୍ଡି ପାଣିକୁ ଫୁଟାଇ ଦିନ ଭିତରେ ପରିବାରର ସମସ୍ତେ ପାନ କରୁଥିଲେ। ଢଗ ଅଛି ‘ପାଣି ପିଇବ ଛାଣି, ପଇସା ନେବ ଗଣି’। ସେହି ଛାଣିବା ସହିତ ପାଣିକୁ ଆଞ୍ଚରେ ବସାଇ ଫୁଟାଉଥିଲେ। ସେହିସବୁ ସ୍ବାସ୍ଥ୍ୟକର ଅଭ୍ୟାସ ଏବେ ଅଧିକାଂଶ ପରିବାରରେ ଲୋପହୋଇଗଲାଣି। ପ୍ଲାଷ୍ଟିକ୍‌ ବୋତଲରେ ମିଳୁଥିବା ପାଣି ମଧ୍ୟ ବିଶୁଦ୍ଧ ନୁହେଁ ବୋଲି ଅନେକ ଥର ପ୍ରମାଣିତ ହେବା ସତ୍ତ୍ୱେ ସାଧାରଣରେ ସମସ୍ତେ ଫେଶନ ଭାବେ ତାହାକୁ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି।
ଡାଇରିଆ ବ୍ୟାପିବା ସ୍ବଚ୍ଛ ଭାରତ ଯୋଜନା ଓ ଘରେ ଘରେ ପିଇବା ପାଣି ଯୋଗାଣର ସଫଳତା ଉପରେ ପ୍ରଶ୍ନ ଉଠାଇଛି। ଦେଖାଯାଉଛି, ଗାଁରେ ନିର୍ମାଣ କରାଯାଇଥିବା ପାଇଖାନାଗୁଡ଼ିକ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତରୁ ଅଧିକ ବ୍ୟବହାରଯୋଗ୍ୟ ନୁହେଁ। ପାଇଖାନା ନ କରି ହିତାଧିକାରୀ ଟଙ୍କା ନେଇଯାଇଥିବା ବିଷୟ ସମସ୍ତେ ଜାଣନ୍ତି। ଅଧିକାଂଶ ଲୋକ ଏବେ ମଧ୍ୟ ବାହାରେ ମଳତ୍ୟାଗ କରୁଛନ୍ତି। ଅନ୍ୟପକ୍ଷରେ ଗାଁ ଗାଁକୁ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଲୋକେ ନଦୀ, ଝରଣା ପାଣି ବ୍ୟବହାର କରୁଛନ୍ତି। ଏସବୁ ଦୃଷ୍ଟିରୁ ଡାଇରିଆ ଓ ହଇଜାକୁ ଆୟତ୍ତ କରିବାକୁ ହେଲେ ଉନ୍ନତ ପରିମଳ ଓ ସ୍ବଚ୍ଛତା ସମ୍ପର୍କିତ ସଚେତନତା ଉପରେ ଗୁରୁତ୍ୱ ଦିଆଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri