ମେଷ

ଆଜି ବ୍ୟୟାଧିପ ଧର୍ମସ୍ଥାନକୁ ଦେଖୁଥିବାରୁ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି। ଦୂରସ୍ଥ ସନ୍ତାନଙ୍କ ପାଇଁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ପାରିବାରିକ କ୍ଷେତ୍ରରେ ମନରେ ଅନ୍ତଦ୍ଦର୍ବନ୍ଦ୍ୱ ସୃଷ୍ଟି ହେବାର ସୂଚନା ରହିଛି। କଳା, ସାହିତ୍ୟ, ସଂସ୍କୃତି ଓ ଗବେଷଣା କ୍ଷେତ୍ରରୁ ପ୍ରଶଂସିତ କିମ୍ବା ସମ୍ବର୍ଦ୍ଧିତ ହୋଇପାରନ୍ତି।
ବୃଷ

ଶୁକ୍ରଙ୍କ ସୁପ୍ରଭାବରୁ ହସଖୁସିର ବାତାବରଣରେ ବନ୍ଧୁମିଳନଜନିତ ଆନନ୍ଦ ଅନୁଭବ କରିବେ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରର ଜଣେ ପଦସ୍ଥ ବ୍ୟକ୍ତିଙ୍କୁ ଅସୁବିଧା ଜଣାଇ ସାହାଯ୍ୟ ଭିକ୍ଷା କରିବେ। ପରିବହନ, ପ୍ରଶାସନ ଓ ଯୋଗାଯୋଗ କାମ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ।
ମିଥୁନ

ବହୁତ ଦିନରୁ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ। କିନ୍ତୁ ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ସାମ୍ବାଦିକତା, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି। ରାଜନୈତିକ ତପତ୍ରତା ପରିବେଶକୁ ସରଗରମ କରିବାର ସୂଚନା ରହିଛି।
କର୍କଟ

ଆପଣଙ୍କ ଉଦାର ଭାବନାଯୁକ୍ତ ସୁଚିନ୍ତିତ କାର୍ଯ୍ୟାବଳୀ ପ୍ରତ୍ୟେକଙ୍କର ଦୃଷ୍ଟି ଆକର୍ଷଣ କରିବ। ଭାଇଙ୍କ ପାରିବାରିକ ସମସ୍ୟା କିମ୍ବା ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ଅଶାନ୍ତ ରହିପାରେ। କର୍ମକ୍ଷେତ୍ରରେ ବନ୍ଧୁ ଶୋଷଣ କରିବାର ଅପଚେଷ୍ଟା କରିବେ। କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଭୃତିରେ ପ୍ରତିଯୋଗିତା ମନୋଭାବ ଉପୁଜିବ।
ସି˚ହ

ଆଜି ଅଭାବନୀୟ ଓ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଭାଇ, ଭଉଣୀ କିମ୍ବା ପଡ଼ୋଶିନୀଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍ କରିପାରନ୍ତି। ବନ୍ଧୁଙ୍କୁ ମନ କଥା କହିବାରେ ପଛେଇ ଯିବା ହେତୁ ପଶ୍ଚାନ୍ତେ ମନସ୍ତାପ କରିପାରନ୍ତି। ପାରିବାରିକ ସମସ୍ୟାର ସମାଧାନଜନିତ ଟେନସନ୍ ଦୂର ହେବ।
କନ୍ୟା

ପାରିବାରିକ କ୍ଷେତ୍ରରେ ବ୍ୟୟବୃଦ୍ଧି, ସନ୍ତାନଙ୍କ ସମସ୍ୟା, ଶତ୍ରୁତା, ବନ୍ଧୁଙ୍କ ବିରୋଧର ସାମନା ଯୋଗୁ ଚିନ୍ତିତ ରହିବେ। ବନ୍ଧୁଙ୍କ ସାହାଯ୍ୟରେ ସ୍ଥଗିତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆମତ୍ୀୟଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବନି। ସହକର୍ମୀଙ୍କ ସହ କଳହରୁ ଦୂରେଇ ରୁହନ୍ତୁ।
ତୁଳା

ଶୁଭଗ୍ରହ ପ୍ରଭାବରୁ ଆଜିର ଦିନଟି ସବୁ ଦିନ ପାଇଁ ମନେରହିବ। ଯାହା ଆଜି ପର୍ଯ୍ୟନ୍ତ ଖୋଜି ପାଉ ନ ଥିଲେ ତାହା ଆକସ୍ମିକ ଭାବରେ ପାଇ ମନ ଖୁସି ହୋଇଯିବ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ,ଏଣୁ ସତର୍କତାର ସହ କିଛି ମନ୍ତବ୍ୟ ଦେବା ଭଲ। ଅଫିସରେ ଆଲୋଚନା କ୍ଷେତ୍ରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ବିଛା

ଆଜିର ପ୍ରତ୍ୟୁଷ ଯାତ୍ରା ମଙ୍ଗଳମୟ ହେବ ଓ ଲକ୍ଷ୍ୟ ହାସଲରେ କୌଣସି ଅସୁବିଧା ହେବ ନାହିଁ। ପରିବହନ, ବ୍ୟବସାୟ, ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ମନକୁ ଗୋଳମାଳିଆ କରିଦେଇପାରେ। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିପାରନ୍ତି ।
ଧନୁ

ଆମତ୍ୀୟଙ୍କ ତରଫରୁ କୌଣସି ସମସ୍ୟା କିମ୍ବା ବିରୋଧ ଆପଣଙ୍କ କାମରେ ପ୍ରତିବନ୍ଧକ ସୃଷ୍ଟି କରିବ। ଆଧ୍ୟାମତ୍ିକ ପରିବେଶରେ ସତ୍ସଙ୍ଗୀଙ୍କ ସାନ୍ନିଧ୍ୟରେ ସମୟ ଅତିବାହିତ ହୋଇପାରେ। ସଭାସମିତିରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଭାଇ, ବନ୍ଧୁ, ପଡ଼ୋଶୀଙ୍କ ସହ ମିଷ୍ଟାଳାପରେ ପିଲାଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି।
ମକର

ଦିନଟିରେ ଯେମିତି ଆଶା କରୁଛନ୍ତି ତାହା ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। ଆପଣଙ୍କ କଥା ଓ କାମର ପ୍ରଶଂସାରେ ଆତ୍ମବିଭୋର ହୋଇପାରନ୍ତି। ସରକାରୀ ସାହାଯ୍ୟ ପାଇବା ସାଙ୍ଗକୁ ଆନୁଷ୍ଠାନିକ କାମରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ।
କୁମ୍ଭ

ଯେତେ ଚେଷ୍ଟା କଲେ ମଧ୍ୟ ଆଜି ଆପଣଙ୍କର ଆଶା ଆଶାରେ ହିଁ ରହିଯିବାର ଆଶଙ୍କା ରହିଛି। ଅବଶ୍ୟ ବନ୍ଧୁଙ୍କ ସାହାଯ୍ୟ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାର ଆଶା ରହିଛି। ଦୈହିକ, ମାନସିକ ସ୍ଥିତି ଏକପ୍ରକାର ଭଲ ରହିବାରୁ ଆଶ୍ୱସ୍ତି ଲାଭ କରିବେ।
ମୀନ
ଇଚ୍ଛା ଓ ଅଭିଳାଷ ପୂରଣ ସକାଶେ ବନ୍ଧୁଙ୍କ ସହଯୋଗ ଅତ୍ୟାବଶ୍ୟକ ମନେକରିପାରନ୍ତି। ସମସ୍ୟା ମଧ୍ୟରେ ପ୍ରାପ୍ୟ ପାଇବେ ଏବଂ କାମ ମଧ୍ୟ ସମ୍ପନ୍ନ କରିପାରିବେ। ତଥାପି ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ। ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହେବେ ମାତ୍ର ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।