Posted inଖେଳ

ଆଜିଠୁ ଆଇପିଏଲ୍‌-୨୦୨୫ ପୁଣି ଆରମ୍ଭ: ବଢିଲା ଦର୍ଶକଙ୍କ ଉତ୍କଣ୍ଠା

ବେଙ୍ଗାଲୁରୁ, ୧୭।୫: ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟ ଭାଗ ଶନିବାରଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ କୋଲକାତା ନାଇଟ ରାଇଡର୍ସ (କେକେଆର)। ବିଶେଷ କରି ଟେଷ୍ଟରୁ ଅବସର ଘୋଷଣା କରିଥିବା ବିରାଟ କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର ରହିବ। ଅପ୍ରତ୍ୟାଶିତଭାବେ ୧୦ ଦିନର ବ୍ରେକ୍‌ ପରେ ଆରସିବି ଓ କେକେଆର ନିଜ ନିଜର ରଣନୀତିକୁ ନେଇ ପଡ଼ିଆକୁ ଓହ୍ଲାଇବେ। ତେବେ ଉଭୟ ଦଳର ଗୋଟିଏ ଲକ୍ଷ୍ୟ ରହିବ। ତାହା ହେଲା ପ୍ଲେ-ଅଫ୍‌ ଯୋଗ୍ୟତା। ଆରସିବି ଏବେ ୧୧ ମ୍ୟାଚରୁ ୧୬ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଆଉ ଗୋଟିଏ ବିଜୟ ଦଳର ପ୍ଲେଅଫ୍‌ ଯୋଗତା ପାଇଁ ପର୍ଯ୍ୟାପ୍ତ ହେବ। ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ କେକେଆର ୧୨ ମ୍ୟାଚରୁ ୧୧ ପଏଣ୍ଟ ପାଇ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି। ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଏହି ଦଳକୁ ଅବଶିଷ୍ଟ ଖେଳିବାକୁ ଥିବା ସବୁ ମ୍ୟାଚ ଜିତିବାକୁ ହେବ।
ଆଇପିଏଲ୍‌ ବ୍ରେକ୍‌ ହେବା ବେଳକୁ ଆରସିବି କ୍ରମାଗତ ୪ ମ୍ୟାଚରେ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ କେକେଆର ଏହାର ଶେଷ ୩ ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିଲା। ମେ’୩ରେ ଅନୁଷ୍ଠିତ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚରେ ଆରସିବି ଅଧିନାୟକ ରଜତ ପଟିଦାର ଅଙ୍ଗୁଳିରେ ଆଘାତ ପାଇଥିଲେ। ମାତ୍ର ଶୁକ୍ରବାର ନେଟ୍ସରେ ଦୀର୍ଘ ସମୟ ବିତାଇ ଥିବାରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଭାରତ-ପାକ୍‌ ଲଢ଼େଇଜନିତ ବ୍ରେକ୍‌ ପରେ ଆରସିବିର ଅଧିକାଂଶ ବିଦେଶୀ ଖେଳାଳି ଦଳକୁ ଫେରିଛନ୍ତି। ଫିଲ୍‌ ସଲ୍ଟ, ଲୁନ୍‌ଗି ଏନ୍‌ଗିଡି, ଟିମ୍‌ ଡାଭିଡ, ଲିଆମ ଲିଭିଂଷ୍ଟୋନ ଓ ରୋମାରିଓ ଶେଫର୍ଡ ଆଗାମୀ ମ୍ୟାଚ ପାଇଁ ଉପଲବ୍ଧ ହେବେ। ତେବେ ଆହତ ଯୋଗୁ ବାଦ୍‌ ପଡ଼ିଥିବା ଦେବଦତ୍ତ ପଡିକାଲ ଓ ଦ୍ରୁତ ବୋଲର ଜୋଶ ହାଜେଲଉଡ୍‌ଙ୍କ ଅନୁପସ୍ଥିତି ଦଳ ଅନୁଭବ କରିବ। ପଡିକାଲଙ୍କ ସ୍ଥାନରେ ସାମିଲ ହୋଇଥିବା ମୟଙ୍କ ଅଗ୍ରଓ୍ବାଲ ଭଲ ଖେଳିବେ ବୋଲି ଆରସିବି ନିଶ୍ଚିତ ଆଶା କରିବ। କାନ୍ଧରେ ଆଘାତ ପାଇଥିବା ହାଜେଲଉଡ୍‌ଙ୍କ ସମ୍ପର୍କରେ ଫ୍ରାଞ୍ଚାଇଜ୍‌ ପକ୍ଷରୁ କିଛି ଅପ୍‌ଡେଟ୍‌ କରାଯାଇନାହିଁ।
ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଯୁବ ଖେଳାଳି ଅଙ୍କକ୍ରିଶ୍‌ ରଘୁବଂଶୀଙ୍କୁ ଛାଡ଼ିଦେଲେ କେକେଆରର ଅନ୍ୟ କୌଣସି ବ୍ୟାଟର ସ୍ଥିର ପ୍ରଦର୍ଶନ ଦେଇପାରି ନାହାନ୍ତି। ଏହା ଦଳପାଇଁ ଚିନ୍ତାର କାରଣ ହୋଇଛି। ଏପରି କ୍ଷେତ୍ରରେ ଦଳ ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ ଓ ରିଙ୍କୁ ସିଂଙ୍କଠାରୁ ଅଧିକ କିଛି ଆଶା କରିବ। ତେବେ ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ, ବୈଭବ ଆରୋରା ଓ ହର୍ଷିତ ରାଣାଙ୍କୁ ନେଇ ଦଳର ବୋଲିଂ ଲାଇନ୍‌ଅପ୍‌ ବେଶ୍‌ ଭଲ। ଜ୍ୱର ଯୋଗୁ ଆଇପିଏଲ୍‌ରୁ ଓହରି ଯାଇଥିବା ମୋଇନ୍‌ ଅଲୀଙ୍କ ଅନୁପସ୍ଥିତି କିନ୍ତୁ ଦଳ ଅନୁଭବ କରିବ।
ଚିନ୍ନାସ୍ବାମୀ ପିଚ୍‌ ଏପର୍ଯ୍ୟନ୍ତ ଦ୍ରୁତ ବୋଲରଙ୍କୁ ସୁହାଇ ଆସିଛି। ଅନେକ କ୍ଷେତ୍ରରେ ବାଉନ୍ସରୁ ସ୍ପିନରମାନେ ମଧ୍ୟ ସହାୟତା ପାଇଛନ୍ତି। ମାତ୍ର ଏକ ସପ୍ତାହରୁ ଊର୍ଦ୍ଧ୍ୱ ବ୍ରେକ୍‌ ଏବଂ ମୌସୁମିବାୟୁ ଆସୁଥିବାରୁ ପିଚ୍‌ର ପ୍ରକୃତିରେ ପରିବର୍ତ୍ତନ ହୋଇପାରେ। ଏପରିସ୍ଥଳେ ଦଳ ଗୁଡ଼ିକ ନିଜ ରଣନୀତିରେ ପରିବର୍ତ୍ତନ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri