ବବିତା ବରଗଡ଼ର ଗୌରବ: ସମ୍ବର୍ଦ୍ଧିତ କଲେ ଜିଲାପାଳ

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ମାଟ୍ରିକ) ପରୀକ୍ଷାଫଳରେ ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର( ଓଡ଼ିଆ ବିଭାଗ)ର ଛାତ୍ରୀ ବବିତା ରଥ ୫୮୪ମାର୍କ(୯୭.୩୩ ପ୍ରତିଶତ) ରଖି ରାଜ୍ୟରେ ଯୁଗ୍ମ ଟପ୍ପର ହୋଇଛନ୍ତି । ଏହି ସଫଳତାରେ ସେ ରାଜ୍ୟରେ ଜିଲା ପାଇଁ ଗୌରବ ଆଣିଛନ୍ତି। ଶନିବାର ଜିଲାପାଳ ଆଦିତ୍ୟ ଗୋୟଲ କୃତୀଛାତ୍ରୀ ବବିତା ଏବଂ ତାଙ୍କ ବାପା ସନ୍ତୋଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମା, ବାପା, ଗୁରୁଜନଙ୍କ ଆଶିର୍ବାଦ ନେଇ ଆଗକୁ ମଧ୍ୟ ଭଲ ପାଠ ପଢିବା ଏବଂ ଜୀବନର ଲକ୍ଷ୍ୟ ପୂରଣ ପାଇଁ ଜିଲାପାଳ ଗୋୟଲ ବବିତାଙ୍କୁ ଉପଦେଶ ଦେଇଥିଲେ । ବରଗଡ଼ ଜିଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ବିନୟ ପ୍ରକାଶ ସଏ, ଜିଲା ବିଜ୍ଞାନ ନିରୀକ୍ଷକ ଧିରଜ ପଟ୍ଟନାୟକ ଉପସ୍ଥିତ ରହି ଜିଲାର ଗର୍ବ ଓ ଗୌରବ ବବିତାଙ୍କୁ ଶୁଭେଛା, ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସେହିପରି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ଓଡ଼ିଆ ବିଭାଗ)ରେ ମଧ୍ୟ ଶନିବାର ପୂର୍ବାହ୍ନରେ ବବିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବବିତା ମାତୃଭାଷା ଓଡିଆରେ ୯୭, ଇଂରାଜୀରେ ୯୮, ସଂସ୍କୃତରେ ୯୮, ଗଣିତରେ ୯୮, ସାଧାରଣ ବିଜ୍ଞାନରେ ୯୮ ଏବଂ ସାମାଜିକ ବିଜ୍ଞାନରେ ୯୫ ମାର୍କ ରଖିଛନ୍ତି । ଡାକ୍ତର ହେବାକୁ ସେ ଲକ୍ଷ୍ୟ ରଖିଥିବା ବବିତା କହିଛନ୍ତି। ସେ ଆହୁରି କହିଛନ୍ତି, ପଢ଼ିବା ପାଇଁ ସେଭଳି କିଛି ନିର୍ଦ୍ଦିଷ୍ଟ ସମୟସୀମା ଚୂଡ଼ାନ୍ତ କରି ନଥିଲି। ହେଲେ ପ୍ରତ୍ୟେକ ଦିନ ସବୁ ବିଷୟ ପ୍ରତି ଧ୍ୟାନ ଦେଉଥିଲି। ପ୍ରତ୍ୟେକ ବିଷୟ ଉପରେ ପଢ଼ିବା ପାଇଁ ନିୟମିତ ଏକ ଟାର୍ଗେଟ୍‌ ରଖୁଥିଲି ଏବଂ ତାହା ସରିବା ପର୍ଯ୍ୟନ୍ତ ପଢୁଥିଲି। ଆଗରୁ ଉଭୟ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସେହିପରି ପଠାଣୀ ସାମନ୍ତ, ବ୍ରହ୍ମଗୁପ୍ତ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛି। ସଂସ୍କୃତ ବିଷୟରେ ଶତ ପ୍ରତିଶତ ମାର୍କ ପାଇବି ବୋଲି ଆଶା ରଖିଥିଲି। କିନ୍ତୁ ୯୮ମାର୍କ ରଖିଛି। ବାପା ସନ୍ତୋଷ ଏକ ବହି ଦୋକାନ କରିଥିବା ବେଳେ ମା ରୀନା ଗୃହିଣୀ ଅଟନ୍ତି ବୋଲି ବବିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri