ନୂଆପଡ଼ା,୩ା୫ (ମକାରୁ ବେମାଲ) ନୂଆପଡ଼ା ଜିଲାର ଦିବ୍ୟାଙ୍ଗମାନେ ସରକାରୀ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ଏହାକୁ ନେଇ ଅକ୍ଷମ ସଂଗଠନର ଜିଲା ସଭାପତି ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ଦିବ୍ୟାଙ୍ଗମାନେ ଗୁରୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଅନୁଯାୟୀ, ୨୦୨୪ ଅଗଷ୍ଟ ୨୧ରେ କୋମନା ବ୍ଲକ କୋନାବିରା ଗାଁର ଦିବ୍ୟାଙ୍ଗ କପିଳଦେବ ରାଉତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସରକାରୀ ସହାୟତା ପାଇଁ ଆବେଦନ କରିଥିଲେ। ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ତାଙ୍କ ପରିବାର ଅଭାବ ଅନଟନରେ କାଳ କାଟୁଛନ୍ତି। ସେହିପରି ସୋସେଙ୍ଗ ପଞ୍ଚାୟତ ଅଡାର ଗାଁର ଜଳଧର ମାଝି ଓ ରୂପସିଂ ପହରିଆଙ୍କୁ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ମିଳିଛି ା ଉଭୟ ମାସିକ ୧୨ ଶହ ଟଙ୍କା ଲେଖାଏ ଦିବ୍ୟାଙ୍ଗ ଭତା ପାଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁ ସେମାନେ ୩୫ ଶହ ଟଙ୍କା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଦୁଇବର୍ଷ ହେବ ସୁନାବେଡା ଗାଁର ମଞ୍ଚେଶ୍ୱର ମାଝି ଦିବ୍ୟାଙ୍ଗ ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇ ଅସହାୟ ଜୀବନ ବିତାଉଛନ୍ତି। ସିଲଭା ପଞ୍ଚାୟତ ଠାକୁରପାଲି ଗାଁର ଦିବ୍ୟାଙ୍ଗ ଯୁବକ ଦୂରାକାନ୍ତ ରଣା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନାହାନ୍ତି। ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରି ସ୍ବାବଲମ୍ବୀ କରିବାକୁ କପିଳଦେବ, ଜଳଧର, ରୂପସିଂ, ମଞ୍ଚେଶ୍ୱର, ଦୂରାକାନ୍ତ ପ୍ରମୁଖ ଦାବି କରିଛନ୍ତି ା


