୩ଟି ମନ୍ଦିରର ରତ୍ନମୁଦ ଉତ୍ସବ: ଶ୍ରଦ୍ଧାଳୁଙ୍କ ମଧ୍ୟ ଉତ୍ସାହ

ଥୁଆମୂଳ ରାମପୁର,୧୮।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଆଦି ପୀଠ ଶକ୍ତି ପୀଠ ମହାମାଇ ମାଁ ମାଣିକେଶ୍ବରୀ ବିଜେ ଥୁଆମୂଳ ରାମପୁର, ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଦେବ ଦେବ ମହାଦେବ ଶ୍ରୀ ରାମେଶ୍ବରଙ୍କ ନିର୍ମାଣଧୀନ ଭବ୍ୟ ମନ୍ଦିରର ରତ୍ନା ଭରଣ (ରତ୍ନ ମୁଦ) ଉତ୍ସବ ଆଗାମୀ ୨୮ ଏପ୍ରିଲ ୨୦୨୫ ଠାରୁ ୩୦ ଏପ୍ରିଲ ୨୦୨୫ ପବିତ୍ର ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଆୟୋଜନ ହେବ। ଏହି ଉତ୍ସବରେ ଅଷ୍ଟପ୍ରହରୀ ନାମଯଜ୍ଞ, ହୋମ ଯଜ୍ଞ, ଚଣ୍ଡୀ ପାଠ ତଥା ବିଭିନ୍ନ କାର୍ଯ୍ୟକ୍ରମରେ ୪ ଗୋଟି ମନ୍ଦିରର ପୂଜା କମିଟି ଯଥା ମାଁ ମାଣିଶ୍ବରୀ ମନ୍ଦିର ନିର୍ମାଣ କମିଟି, ବାବା ମହାଦେବ ମନ୍ଦିର ପୂଜା କମିଟି, ପ୍ରଭୁ ଜଗନ୍ନାଥ ମନ୍ଦିର ପୂଜା କମିଟି ଓ ରତ୍ନମୁଦ ଉତ୍ସବ କମିଟିର ସଦସ୍ୟଙ୍କ ସମେତ ସମଗ୍ର ଅଞ୍ଚଳର ମାଁ ମାଣିକେଶ୍ବରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଏକପ୍ରକାର ଚଳଚଞ୍ଚଳ ପ୍ରକାଶ ପାଇଥିବା ଦେଖାଦେଇଛି।

ଏହି ରତ୍ନମୁଦ ଉତ୍ସବ ପାଇଁ ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଇଛି ସେ ଅନୁସାରେ ସେମାନେ ନିଜ ନିଜ ଦାୟିତ୍ୱରେ ଲାଗି ଗଲେଣି। ମାତ୍ର ଅଳ୍ପ କିଛି ଦିନ ଅପେକ୍ଷାର ଅନ୍ତ ହେବା ପରେ ଏପ୍ରିଲ ୩୦ ତାରିଖ ବୁଧବାର ଦିନ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ୪ ଗୋଟି ମନ୍ଦିରର ରତ୍ନମୁଦ ଉତ୍ସବ କମିଟିର କର୍ମକର୍ତ୍ତା ମାତୃ କୃପା ଓ ପ୍ରଭୁ କୃପା ଲାଭ କରିବା ନିମନ୍ତେ ସମସ୍ତ ମାଣିକେଶ୍ବରୀ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ୩ ଗୋଟି ମନ୍ଦିରର ରତ୍ନମୁଦ ଉତ୍ସବ ପାଇଁ ନିମନ୍ତ୍ରଣ କରିବା ସହ ବିଭିନ୍ନ ଦେବା ଦେବୀ ପୀଠ ଯଥା ଥୁଆମୂଳ ମାଁ ମାଣିକେଶ୍ବରୀଙ୍କ ମୂଳ ପୀଠ, ଭବାନୀପାଟଣା ମାଁ ମାଣିକେଶ୍ବରୀ ମନ୍ଦିର, ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ଜୁନାଗଡ଼ ମାଁ ଲଙ୍କେଶରୀ ମନ୍ଦିର, ଧର୍ମଗଡ଼ ମାଁ ଭଣ୍ଡାର ଘରଣୀ ମନ୍ଦିର, ଆମପାଣି ବାବା ବୁଢ଼ାରଜା ମନ୍ଦିର, ତାଳଗୁଡ଼ ମାଁ ଡୁକୁରୀ ମନ୍ଦିର, ବର୍ଛି ମାଁ ଇର୍ଲିପଟେନ ମନ୍ଦିର ସମେତ ମୁଖ୍ୟ ପୂଜକ, ଯଜମାନ, ବିଭିନ୍ନ ଦଳର ବିଧାୟକ, ସାଂସଦ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଡିଏମ, ଜିଲ୍ଲା ସ୍ତରୀୟ ବରିଷ୍ଟ ଅଧିକାରୀ ଏବଂ ପୁରପଲ୍ଲୀ ଠାରୁ ଆରମ୍ଭ କରି ଜିଲ୍ଲାପାଳ,ସହରର ଭଦ୍ର ୍ଯଯକ୍ତି ମାନଙ୍କୁ ସାଦର ନିମନ୍ତ୍ରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ସମଗ୍ର ଗଡ଼ଜାତ ଅଞ୍ଚଳର ଜନସାଧାରଣଙ୍କୁ ବିନମ୍ର ନିବେଦନ ସହ ଉତ୍ସବରେ ଯୋଗଦାନ କରି ଥୁଆମୁଳ ରାମପୁର ବ୍ଳକର ସମସ୍ତ ଜନସାଧାରଣଙ୍କୁ ଉତ୍ସାହିତ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri