ତାଣ୍ତବ ରଚିଲା କାଳବୈଶାଖୀ: ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଛିଣ୍ଡିଲା ତାର

କେନ୍ଦୁଝର,୩।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଞ୍ଚଳରେ ତାଣ୍ତବ ରଚିଛି କାଳବୈଶାଖୀ। କାଳବୈଶାଖି ପ୍ରଭାବରେ ଅପରାହ୍ନରେ ଅଞ୍ଚଳରେ ଝଡ଼ ତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପବନର ବେଗ୍‌ ଏତେ ଜୋରଥିଲା ଯେ, ବଡ଼ ବଡ଼ ଗଛ ଡାଳ ସହ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିଲା। ଏପରିକି ବିଦ୍ୟୁତ୍‌ ତାର ଛିଣ୍ତି ପଡିଥିଲା। ଫଳରେ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି।

କାଳବୈଶାଖି ପ୍ରଭାବରେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କେନ୍ଦୁପୋଶି ଗ୍ରାମର ରାମଚନ୍ଦ୍ର ମୁଣ୍ତାଙ୍କ ଘର କାନ୍ଥ ଭୁଶୁଡି ପଡିଛି। ସୌଭାଗ୍ୟ ବସତଃ ପରିବାର ଲୋକଙ୍କ ସମେତ ଘର ଭିତରେ ଥିବା ଗୃହ ପାଳିତ ପଶୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ରାମଚନ୍ଦ୍ର ଗରିବ ଶ୍ରେଣୀର ହୋଇଥିବାରୁ ଅଭାବ ଅନଟନରେ ଅଛନ୍ତି। ଏଣୁ ତୁରନ୍ତ ଜିଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ହାତୀକୁଚା ଗ୍ରାମର ମୋହନ କୁମାର ମହାନ୍ତ ଙ୍କ ଘର ନିକଟରେ ଏକ ଜାମୁଗଛ ଡାଳ ଭାଙ୍ଗି ଗାଁକୁ ସଂଯୋଗ କରୁଥିବା ବିଦ୍ୟୁତ୍‌ ତାର ଉପରେ ପଡିବାରୁ ଖୁଣ୍ଟ ଭାଙ୍ଗିବା ସହିତ ତାରଛିଣ୍ତି ପଡିଥିଲା। ଫଳରେ ସମ୍ପୃକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା।

ବିଭିନ୍ନ ସ୍ଥାନକୁ ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌ ଓ ବାଇକ୍‌ ସମେତ ଛୋଟ ବଡ ଗାଡି ଯାତାୟତ କରିପାରି ନ ଥିଲା। ଏପରିକି ବିଦ୍ୟୁତ୍‌ ତାର ଛିଣ୍ଡି ପଡିବାରୁ ଗାଁ ଲୋକେ ଅନ୍ଧାରରେ ରହିଛନ୍ତି।

ସେହିପରି ନୂଆଗାଁ ପଞ୍ଚାୟତ ନରସିଂପୁର ମୁଣ୍ତାସାହି ନିକଟରେ ଏକ ଗଛ ଡାଳ ବିଦ୍ୟୁତ୍‌ ତାର ଉପରେ ପଡି ତାର ଛିଣ୍ତି ଯାଇଥିଲା। ଫଳରେ ୪୨ଗାଁକୁ ବିଦ୍ୟୁତ୍‌ ସେବା ବିଛିନ୍ନ ହୋଇଯାଇଛି। ବିଦ୍ୟୁତ୍‌ କର୍ମଚାରୀମାନେ ପହଞ୍ଚି ଏକ ନୂତନ ଖୁଣ୍ଟ ପୋତି ବିଦ୍ୟୁତ୍‌ ସରବରାହ ରାତି ସୁଧା ସଚଳ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।

ଏପରିକି କେନ୍ଦୁପୋଶି ଗ୍ରାମରେ ଝଡତୋଫାନ ଯୋଗୁ ଲାଲସିଂ ମୁଣ୍ତାଙ୍କ ଘର ଅଗଣାରେ ଥିବା ଏକ ବଡ଼ ତେନ୍ତୁଳି ଡାଳ ଭାଙ୍ଗି ଘର ଉପରେ ପଡିଥିଲା। ହେଲେ ଘରେ କେହି ନ ଥିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri