Posted inଫୁରସତ

ପ୍ରଥମ ଦରମା ବୋଉକୁ ଦେଇଥିଲି

ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ଗ୍ରାମପଞ୍ଚାୟତର ନୂଆପଡ଼ା ଗାଁର ଏକ ପାଇକ ପରିବାରରେ ମୋ ଜନ୍ମ। ମୁଁ  ଘରର ପ୍ରଥମ ସନ୍ତାନ। ଗାଁଟି ନିପଟ ମଫସଲ। ବାବା ଆମ ଅଞ୍ଚଳର ଜଣେ ଛାତ୍ରବତ୍ସଳ ଶିକ୍ଷକ ଆଉ ବୋଉ ମୋର ଜଣେ ସ୍ନେହୀ ଓ ଧର୍ମପରାୟଣା ମହିଳା। ବାବାବୋଉଙ୍କ ବିବାହର ଅନେକ ବର୍ଷ ପରେ ମୋର ଜନ୍ମ। ହେଲେ କନ୍ୟା ସନ୍ତାନଟିଏ ହୋଇଥିବାରୁ ଘରର କିଛି ନିକଟ ତଥା ଦୂର ସମ୍ପର୍କୀୟଙ୍କ ମଧ୍ୟରେ ନୈରାଶ୍ୟ ତଥା ଦୁଃଖର ମାହୋଲଟିଏ ଥିଲା। କିନ୍ତୁ ବାବାବୋଉଙ୍କର ଦମ୍ଭୋକ୍ତି ଥିଲା ଆମ ଝିଅ ପୁଅମାନଙ୍କଠାରୁ ବି ବହୁତ ଆଗକୁ ଯିବ; ଯାହାକି ମୋ ପାଇଁ ସର୍ବଦା ପ୍ରେରଣାର ଉତ୍ସ ସଦୃଶ ଥିଲା। ଗାଁରେ ବାଲ୍ୟଶିକ୍ଷା ସମାପ୍ତ ପରେ ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଯୁକ୍ତ ୨, କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ସ୍ନାତକ ଏବଂ ଭଞ୍ଜବିହାରରୁ ସଫଳତାର ସହ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେବା ପରେ ୨୦୧୬ ମସିହାରେ ମୁଁ ସଚିବାଳୟରେ ସହକାରୀ ଉପବିଭାଗ ଅଧିକାରୀ(ଏଏସ୍‌ଓ) ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗରେ ଯୋଗଦେଲି। ପ୍ରଥମ ମାସର ଦରମା ଯେଉଁଦିନ ମିଳିଲା ସିଧା ଯାଇ ବୋଉ ହାତରେ ଧରେଇଦେଲି। କାରଣ କ୍ୟାରିୟରରେ ମୁଁ କେମିତି ଆଗକୁ ଯାଏ, ସେ ନେଇ ବାବାବୋଉ ଉଭୟ ମୋତେ ପ୍ରେରଣା ଦେଉଥିଲେ ବି, ଛାଇ ଭଳି ମୋ ପଛେ ପଛେ ବୋଉ ଲାଗି ରହୁଥିଲା। ତେଣୁ ହାତରେ ତା’ର ଦରମା ଟଙ୍କା ଧରେଇ ଦେଇ ତା’ ମୁହଁରୁ ଟିକେ ଆତ୍ମସନ୍ତୋଷର ହସ ଦେଖିବାକୁ ମୁଁ ଏମିତି କରିଥିଲି। ସତକୁ ସତ ସେଦିନ ବୋଉ ବହୁତ ଖୁସି ହୋଇଥିଲା। ଆଉ ମୋରି ଟଙ୍କାରେ ଭୋଗ କିଣି ଆଣି ଠାକୁର ପୂଜା କରିବା ସହ ଗାଁରେ ଛୋଟ ଭୋଜିର ବି ଆୟୋଜନ କରିଥିଲା। ଏମିତି ଭାବେ ପ୍ରଥମ ରୋଜଗାର ଟଙ୍କା ଖର୍ଚ୍ଚ ହୋଇଥିଲା।
ପରେ ୨୦୨୦ରେ ଓଡ଼ିଶା ସିଭିଲ ସର୍ଭିସେସ୍‌ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ଅର୍ଥ ସେବାରେ ମୁଁ ଯୋଗ ଦେଲି। ଆଉ ବର୍ତ୍ତମାନ ସହକାରୀ ଆୟୁକ୍ତ, ବାଣିଜ୍ୟ କର, ଦ୍ରବ୍ୟ ଓ ସେବା କର ଭାବରେ ପୁରୀଠାରେ ଅବସ୍ଥାପିତ।  ଗୋଟିଏ ନିପଟ ମଫସଲ ଗାଁ; ଯେଉଁଠି ଆଧୁନିକ ସୁବିଧା ସୁଯୋଗ ସାତ ସପନ, ସେଠାରୁ ଆସି ପ୍ରଥମେ ଏଏସ୍‌ଓ ଏବଂ ପରେ ଜଣେ ଓଏଫ୍‌ଏସ୍‌ ଅଫିସର୍‌ ହେବା ପର୍ଯ୍ୟନ୍ତ ମୋର ଜୀବନ ଯାତ୍ରା କିଛି କମ୍‌ ସଂଘର୍ଷପୂର୍ଣ୍ଣ ନ ଥିଲା। ଏଠି ପହଞ୍ଚତ୍ବା ପାଇଁ ମୋର ବାବାବୋଉ, ଗୁରୁଜନ, ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଶୁଭେଚ୍ଛୁମାନଙ୍କ ଅନେକ ଅବଦାନ ରହିଛି। କେବଳ ମୁଁ କାହିଁକି, ନିଜର ସୁଖ ସ୍ବାଚ୍ଛନ୍ଦ୍ୟକୁ ଅଗ୍ରାଧିକାର ନ ଦେଇ ସର୍ବଦା ଆମମାନଙ୍କ ଶିକ୍ଷାଦୀକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଆମ ବାବାବୋଉଙ୍କ ଆର୍ଶୀବାଦରୁ ମୋ ସାନଭାଇ ବି ଏବେ ଜଣେ ଅଧିକ୍ଷଣ ଯନ୍ତ୍ରୀ ଭାବେ ବୌଦ୍ଧଠାରେ ଅବସ୍ଥାପିତ ହୋଇଥିବାବେଳେ ଭଉଣୀ ମଧ୍ୟ ଜଣେ ଶିକ୍ଷୟିତ୍ରୀ ହୋଇପାରିଛି। ତେଣୁ ମନ ମଧ୍ୟରେ ଏକ ଅଭିଳାଷ ରହିଛି ଯେ, ସମାଜଠାରୁ ପାଇଥିବା ଏହି ଅକୁଣ୍ଠ ସହଯୋଗର ପ୍ରତିବଦଳରେ ଗୁଣ୍ଡୁଚି ମୂଷାଟେ ହୋଇ ସମାଜ ପାଇଁ କିଛି କରିବି। ଆଉ ଏହି କାର୍ଯ୍ୟକୁ ସଫଳତାର ରୂପ ଦେବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସହାୟ ହୁଅନ୍ତୁ ବୋଲି କାମନା କରୁଛି।

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri