ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ

ନୂଆଦିଲ୍ଲୀ,୨୩ା୩: ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା ସାମଗ୍ରୀଗୁଡ଼ିକ ହେଲା ସଫ୍ଟ ଫେରାଇଟ୍‌ କୋର୍‌, ଭାକ୍ୟୁମ ଇନ୍‌ସୁଲେଟେଡ୍‌ ଫ୍ଲାସ୍କ, ଆଲୁମିନିୟମ୍‌ ଫଏଲ୍‌, ଟ୍ରାଇକ୍ଲୋରୋ ଆଇସୋସ୍ୟାନୁରିକ୍‌ ଏସିଡ ଏବଂ ପଲିଭିନାଇଲ୍‌ କ୍ଲୋରାଇଡ୍‌ ପେଷ୍ଟ ରେସିନ୍‌। ଏଗୁଡ଼ିକ ଭାରତୀୟ ବଜାରରେ ସ୍ବାଭାବିକ ବଜାର ଦରଠାରୁ ଯଥେଷ୍ଟ କମ୍‌ ମୂଲ୍ୟରେ ବିକ୍ରି ହେଉଥିଲା। ଅସାଧୁ ଉପାୟରେ ନିମ୍ନ ଦରଯୁକ୍ତ ଆମଦାନୀରୁ ସ୍ଥାନୀୟ ଶିଳ୍ପକୁ ବଞ୍ଚାଇବା ନିମନ୍ତେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ନିୟମାବଳୀ ଅନୁଯାୟୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ବାଣିଜ୍ୟ ଉପଚାର ମହାନିର୍ଦ୍ଦେଶାଳୟର ସୁପାରିସ୍‌ କ୍ରମେ ଏହି ଶୁଳ୍କ ଲାଗୁ ହୋଇଛି।

ଉପରୋକ୍ତ ସାମଗ୍ରୀର ଆମଦାନୀ ଉପରେ ୫ ବର୍ଷ ପାଇଁ ଏହି ଶୁଳ୍କ ଲାଗୁ ହେବ ବୋଲି କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ ବିଜ୍ଞପ୍ତିରେ କୁହାଯାଇଛି। ଆଲୁମିନିୟମ ଫଏଲ୍‌ ଆମଦାନୀ ଉପରେ ଟନ୍‌ ପ୍ରତି ୮୭୩ ଡଲାର ଅସ୍ଥାୟୀ ଆଣ୍ଟି ଡମ୍ପିଙ୍ଗ୍‌ ଡ୍ୟୁଟି ୬ ମାସ ପାଇଁ ଲାଗୁ ହେବ। ସେହିପରି ଜଳ ବିଶୋଧନ ପାଇଁ ବ୍ୟବହୃତ ରାସାୟନିକ ଟ୍ରାଇକ୍ଲୋରୋ ଆସୋସ୍ୟାନୁରିକ୍‌ ଏସିଡ୍‌ ଆମଦାନୀ ଉପରେ ଟନ୍‌ ପ୍ରତି ୨୭୬ରୁ ୯୮୬ ଡଲାର ଲାଗୁ କରାଯାଇଛି। ବିଦ୍ୟୁତ୍‌ଚାଳିତ ଯାନ, ଚାର୍ଜର ଏବଂ ଟେଲିକମ୍‌ ଉପକରଣ ପାଇଁ ବ୍ୟବହୃତ ସଫ୍ଟ ଫେରାଇଟ୍‌ କୋର୍‌ ଉପରେ ସିଆଇଏଫ୍‌ (ମୂଲ୍ୟ, ବୀମା, ପରିବହନ) ମୂଲ୍ୟର ୩୫% ଶୁଳ୍କ ଲାଗୁ ହେବ। ସେହିପରି ଭାକ୍ୟୁମ୍‌ ଇନୁଲେଟେଡ୍‌ ଫ୍ଲାସ୍କ ଉପରେ ଟନ୍‌ ପ୍ରତି ୧,୭୩୨ ଡଲାର, ପଲି ଭିନାଇଲ୍‌ କ୍ଲୋରାଇଡ୍‌ ପେଷ୍ଟ ରେସିନ୍‌ ଉପରେ ୮୯ରୁ ୭୦୭ ଡଲାର ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲାଗୁ ହେବ।

ଚାଇନା ସମେତ କୋରିଆ, ମାଲେସିଆ, ନରଓ୍ବେ, ତାଇଓ୍ବାନ୍‌ ଏବଂ ଥାଇଲାଣ୍ଡରୁ ଆସୁଥିବା ଏହିସବୁ ସାମଗ୍ରୀ ଉପରେ ଶୁଳ୍କ ୫ ବର୍ଷ ପାଇଁ ଲାଗିବ ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri