ବିବାଦ ଭିତରେ ବି ବାଂଲାଦେଶରେ ଭାରତର ଏହି ଖାଦ୍ୟର ଚାହିଦା ଅଧିକ, ଏତେ ହୋଇଛି ରପ୍ତାନୀ

ନୂଆଦିଲ୍ଲୀ,୨୩।୩: ଉତ୍ତର ପ୍ରଦେଶର ମୁଜାଫରନଗରରୁ ଜିଆଇ ଟ୍ୟାଗ ବାଜିଥିବା 30 ଟନ ଗୁଡ଼ ବାଂଲାଦେଶକୁ ପଠାଯାଇଛି। ଶନିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ମୁଜାଫରନଗର ଅଞ୍ଚଳ ଏହାର ଉଚ୍ଚମାନର ଆଖୁ ପାଇଁ ପ୍ରସିଦ୍ଧ। GI (ଭୌଗୋଳିକ ସୂଚକ) ମୁଖ୍ୟତଃ ଏକ ର୍ନିଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳରେ ମିଳୁଥିବା କୃଷି, ପ୍ରାକୃତିକ କିମ୍ବା ର୍ନିମିତ ଉତ୍ପାଦ (ହସ୍ତଶିଳ୍ପ ଏବଂ ଶିଳ୍ପ ସାମଗ୍ରୀ)। ଏହି ଚିହ୍ନଟକରଣ ଉତ୍ପାଦର ଗୁଣବତ୍ତା ଏବଂ ଅନନ୍ୟତା ସୁନିଶ୍ଚିତ କରେ।

ବିବୃତ୍ତିରେ କୁହାଯାଇଛି, ପଶ୍ଚିମ ଉତ୍ତର ପ୍ରଦେଶରୁ ବାଂଲାଦେଶକୁ ସିଧାସଳଖ ଗୁଡ଼ ରପ୍ତାନି କୃଷକ ଉତ୍ପାଦକ ସଂଗଠନ (FPO) ଏବଂ କୃଷକ ଉତ୍ପାଦକ କମ୍ପାନୀ (FPC) ମାଧ୍ୟମରେ ଆରମ୍ଭ ହେଉଛି। ବାଣିଜ୍ୟ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଭାରତ ମିଜୋରାମରୁ ସିଙ୍ଗାପୁରକୁ ଆନ୍ଥୁରିୟମ ଫୁଲର ରପ୍ତାନି ମଧ୍ୟ କରିଛି। ମିଜୋରାମରେ ଚାଷ ହେଉଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫୁଲ ମଧ୍ୟରୁ ଆନ୍ଥୁରିୟମ ଗୋଟିଏ, ଯାହା ସ୍ଥାନୀୟ ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ଗୁଡ଼ ଉତ୍ପାଦନରେ ଉତ୍ତର ପ୍ରଦେଶ ଦେଶରେ ଏକ ନମ୍ବର। ଆପଣଙ୍କୁ କହିରଖୁଛୁ ଯେ ପଶ୍ଚିମ ଉତ୍ତର ପ୍ରଦେଶରେ ବ୍ୟାପକ ଭାବରେ ଆଖୁ ଚାଷ କରାଯାଏ। ଏହା ସହିତ, ଏଠାରେ ଅନେକ ଭଲ ମିଲ ଅଛି ଯାହା ଚିନି ଏବଂ ଗୁଡ଼ ତିଆରି କରେ। ଏପରି ପରିସ୍ଥିତିରେ, ୟୁପି ସରକାର ରାଜ୍ୟରେ ଗୁଡ଼ ଉତ୍ପାଦନରେ ଚାଷୀମାନଙ୍କୁ ମଧ୍ୟ ସାହାଯ୍ୟ କରନ୍ତି। ଯାହା ଯୋଗୁଁ ଉତ୍ତର ପ୍ରଦେଶର ଗୁଡ଼ର ଚାହିଦା ଦେଶ ଏବଂ ବିଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଗୁଡ଼ ତିଆରି କରିବାର ପାରମ୍ପରିକ ପ୍ରକ୍ରିୟା ବହୁତ ଆକର୍ଷଣୀୟ। ପ୍ରଥମେ, ଆଖୁକୁ ପେଷି ଏହାର ରସ ବାହାର କରାଯାଏ। ତା’ପରେ ଏହାକୁ ବଡ଼ କଡେଇରେ ଫୁଟାଯାଏ ଏବଂ ଅପରିଷ୍କାର ପଦାର୍ଥ ବାହାର କରିବା ପାଇଁ ଏକ ଛାଣି ପ୍ରକ୍ରିୟା କରାଯାଏ। ଏହା ଧୀରେ ଧୀରେ ଘନ ହେବା ସହିତ, ଏହାକୁ ଥଣ୍ଡା କରାଯାଇ ଏକ କଠିନ ଆକାରରେ ଛାଞ୍ଚ କରାଯାଏ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ପ୍ରାକୃତିକ ଏବଂ ଏଥିରେ କୌଣସି ରାସାୟନିକ ପଦାର୍ଥ ମିଶାଯାଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri