ମିଳିନି ବୀମା କ୍ଷତିପୂରଣ, ବୈଠକରେ ତାତିଲେ ଚାଷୀ

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇ ପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତ ୨୦୨୩ରେ ମିଗଜୋମ୍‌ ବାତ୍ୟା ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସହାୟତା ମିଳିପାରି ନାହିଁ। ଅନ୍ୟପଟେ ବିଭିନ୍ନ ଚାଷୀଙ୍କୁ ନାନା ଆଳ ଦେଖାଇ ସେଥିରୁ ବଞ୍ଚିତ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ବୁଧବାର ବରଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଚାଷୀ, ପ୍ରଶାସନିକ ଅଧିକାରୀ ଏବଂ ବୀମା କମ୍ପାନୀ ପ୍ରତିନିଧିଙ୍କୁ ନେଇ ତ୍ରିପାକ୍ଷିକ ବୈଠକ ବସିଥିଲା। ବାଦ୍‌ ପଡ଼ିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସବସିଡ଼ି ସହାୟତା ପ୍ରଦାନ ଦିଗରେ ଉପସ୍ଥିତ ବୀମା କମ୍ପାନୀର ପ୍ରତିନିଧିଏବଂ ବିଭାଗୀୟ ଅଧିକାରୀ କିଛି ଠୋସ୍‌ ପ୍ରତିଶ୍ରୁତି ଦେଇ ପାରି ନ ଥିଲେ। ତେବେ ଆସନ୍ତା ୯ ତାରିଖ ସୁଦ୍ଧା ଜିଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସବସିଡ଼ି ସହାୟତା ନ ମିଳିଲେ ୧୦ ତାରିଖ ଚାଷୀମାନେ ବାଧ୍ୟ ହୋଇ ରେଲରୋକୋ ଆନ୍ଦୋଳନ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।
ସୂଚନାନୁଯାୟୀ, ୨୦୨୩ ଡିସେମ୍ବରରେ ମିଗଜୋମ୍‌ ପ୍ରଭାବରେ ବରଗଡ଼ ଜିଲାରେ ବ୍ୟାପକ ଫସଲକ୍ଷତି ହୋଇଥିଲା। ସେହି ସମୟରେ ଜିଲାର ପ୍ରାୟ ୪୪ ହଜାର ହେକ୍ଟର ଜମିର ଧାନ ଫସଲ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ବିଭାଗୀୟ ଅଧିକାରୀମାନେ ଆକଳନ କରିଥିଲେ। ଏହି ଦୃଷ୍ଟିରୁ ଜିଲାର ଚାଷୀମାନେ ୧୨୮କୋଟି ଟଙ୍କା ବୀମା କ୍ଷତିପୂରଣ ଏବଂ ୫୬କୋଟି ଟଙ୍କା ଇନପୁଟ୍‌ ସବସିଡ଼ି ସହାୟତା ପାଇବା କଥା ବୋଲି ଜିଲା ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। ମାତ୍ର ଶେଷରେ ବିିଭିନ୍ନ ଆଳ ଦେଖାଇ କ୍ଷତିଗ୍ରସ୍ତ ଧାନ ଫସଲକୁ ମାତ୍ର ୪ହଜାର ହେକ୍ଟରକୁ ଖସାଇ ଦିଆଗଲା। ଅନ୍ୟପଟେ ଜିଲାର ୩୦ ହଜାର ଚାଷୀଙ୍କୁ ୨୩ କୋଟି ବୀମା କ୍ଷତିପୂରଣ ସହାୟତା ପ୍ରଦାନ କରାଯାଇଥିବା ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ୧୯କୋଟି ବୀମା କ୍ଷତିପୂରଣ ସହାୟତା ମିଳିଥିବାବେଳେ ଆହୁରି ୪ କୋଟି ଟଙ୍କା ଚାଷୀଙ୍କ ପାଖକୁ ଅପହଞ୍ଚ ହୋଇ ପଡ଼ିଛି। ଇନପୁଟ୍‌ ସବସିଡ଼ି ସହାୟତା ପ୍ରଦାନ କ୍ଷେତ୍ରରେ ମଧ୍ୟ ଚାଷୀଙ୍କୁ ସେଭଳି ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ସଂଯୁକ୍ତ କୃଷକ ସଂଗଠନ, ବୀମା କମ୍ପାନୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତୁହାକୁ ତୁହା ବୈଠକ ବସିଛି। ଚାଷୀ ସଂଗଠନ ଆନ୍ଦୋଳନ ଚେତାବନୀ ଦେବା ପରେ ଚିରାଚରିତ ଢଙ୍ଗରେ ଏଭଳି ତ୍ରିପାକ୍ଷିକ ବୈଠକ ବସୁଛି ଏବଂ ନାନା ଆଳ, ଆଶ୍ୱାସନା ଦେଖାଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି। ଅନୁରୂପଭାବେ ବୁଧବାର ତ୍ରିପାକ୍ଷିକ ବୈଠକ ବସିଥିଲା। ବୈଠକରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ଉପଜିଲାପାଳ ପ୍ରସନ୍ନ ପାଣ୍ଡେ, ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ଉପତ୍ନ୍ନ ଭୋଇ ଏବଂ ବୀମା କମ୍ପାନୀର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ। ତେବେ ଆଲୋଚନା ଫଳପ୍ରଦ ହୋଇ ପାରି ନ ଥିଲା। ଏହାପରେ ଚାଷୀମାନେ ଆସନ୍ତା ୯ ତାରିଖ ସୁଦ୍ଧା ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସହାୟତା ସମ୍ପୂର୍ଣ୍ଣଭାବେ ନ ମିଳିଲେ ବରଗଡ଼ରେ ରେଳରୋକୋ ଆନ୍ଦୋଳନ କରିବେ ବୋଲି ବୈଠକରେ ରୋକଠୋକ୍‌ ଶୁଣାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri