ନୂଆରୂପ ନେବ ବରଗଡ଼ ବସ୍‌ଷ୍ଟାଣ୍ଡ, ବଦଳିବ ଠିକଣା

ବରଗଡ଼,୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସରକାରୀ ବସଷ୍ଟାଣ୍ଡ ତାର ଅସ୍ତିତ୍ୱ ହଜାଇ ବସିଛି। ଏଠାରେ ରହିଥିବା ବିଭିନ୍ନ ସମସ୍ୟା ଅସମାହିତ ହୋଇ ରହିଯାଇଛି। କେତେବେଳେ ପାନୀୟଜଳ ସଙ୍କଟ ତ ଆଉକେବେ ବସଷ୍ଟାଣ୍ଡରେ ବର୍ଷାଜଳ ଲହଡ଼ି ମାରୁଛି। ସେହିପରି ବିଭିନ୍ନ ସମୟରେ ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟରେ ମାସମାସ ଧରି ତାଲା ଝୁଲିବାର ନଜିର ରହିଥିବାବେଳେ ପରିମଳ ବ୍ୟବସ୍ଥା ଏଠାରେ ଭୁଷୁଡ଼ି ପଡ଼ିଛି। ଏଥିପାଇଁ ସର୍ବପୁରାତନ ଏହି ବସଷ୍ଟାଣ୍ଡ୍‌ରେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଯାତ୍ରୀମାନଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡୁଛି। ତେଣୁ ନୂଆ ସରକାର ସରକାରୀ ବସଷ୍ଟାଣ୍ଡକୁ ନୂତନ ରୂପରେଖ ଦେବାକୁ ଯୋଜନା କରୁଛନ୍ତି। ସରକାରୀ ବସଷ୍ଟାଣ୍ଡକୁ ଘରୋଇ ବସଷ୍ଟାଣ୍ଡ୍‌ ପାଖକୁ ଉଠାଇ ନେବା ଏବଂ ଉଭୟ ସରକାରୀ, ଘରୋଇ ବସଷ୍ଟାଣ୍ଡକୁ ଏକ ଆଦର୍ଶ ବସଷ୍ଟାଣ୍ଡଭାବେ ଗଢ଼ି ତୋଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥିପାଇଁ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ବିଭାଗୀୟ ଅଧିକାରୀଙ୍କ ସହିତ ପ୍ରସ୍ତାବିତ ଜାଗା ପରିଦର୍ଶନ କରିଛନ୍ତି। ସରକାରଙ୍କ ପାଖରେ ଏହି ଦାବି ପୂର୍ବରୁ ସେ ରଖି ଆସିଛନ୍ତି ଏବଂ ସହରବାସୀ ଓ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେଭଳି ପଦକ୍ଷେପ ନିଆଯାଉଥିବା ବିଧାୟକ କହିଛନ୍ତି।
ଅନ୍ୟପଟେ ବର୍ତ୍ତମାନ ସହର ମଧ୍ୟରେ ରହିଥିବା ସରକାରୀ ବସଷ୍ଟାଣ୍ଡ୍‌ ସ୍ଥାନାନ୍ତରଣ ହେଲେ ସେଠାରେ ବୃହତ୍‌ ମୁକ୍ତାକାଶ ଧନୁଯାତ୍ରା ମଞ୍ଚ, ରାଜମହଲ ନିର୍ମାଣର ପରିକଳ୍ପନା କରାଯାଇଥିବା ସାଧାରଣରେ ଆଲୋଚନା ହେଉଛି। ଧନୁଯାତ୍ରା ମହୋତ୍ସବରେ ଦର୍ଶକଙ୍କ ଗହଳି ଦୃଷ୍ଟିରୁ ମଞ୍ଚ ସମ୍ମୁଖ ପର୍ଯ୍ୟାପ୍ତ ହେଉ ନାହିଁ। ସେହିପରି ନୂଆ ସରକାର ଏଥର ଧନୁଯାତ୍ରା ମହୋତ୍ସବକୁ ବିଗତବର୍ଷ ଅପେକ୍ଷା ଅଧିକ ଗୁରୁତ୍ୱ ଦେବା ସହିତ ଧନୁଯାତ୍ରା ଅନୁଦାନ ରାଶି କୋଟିଏ ଟଙ୍କାକୁ ବୃଦ୍ଧି କରିବା ସହିତ ମହୋତ୍ସବରେ ନୂତନତା ଆଣିଛି। ଏହି ଦୃଷ୍ଟିରୁ ସରକାରୀ ବସଷ୍ଟାଣ୍ଡକୁ ଘରୋଇ ବସଷ୍ଟାଣ୍ଡ ନିକଟକୁ ସ୍ଥାନାନ୍ତରଣ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ ମଧ୍ୟ କରାଯାଉଛି। ବରଗଡ଼ ସରକାରୀ ବସଷ୍ଟାଣ୍ଡ୍‌ ୧୯୫୨ରେ ପ୍ରତିଷ୍ଠା ହୋଇଥିଲା। ଉକ୍ତ ବସଷ୍ଟାଣ୍ଡରୁ ବର୍ତ୍ତମାନ ୭ଟି ରୁଟ୍‌ ସମ୍ବଲପୁର, ଗୋଲାମୁଣ୍ଡା, ନବରଙ୍ଗପୁର, କଟକ, ବ୍ରହ୍ମପୁର, ସୁନାବେଡ଼ା, ମାଲକାନଗିରିକୁ ଓଏସଆରଟିସିର ସମୁଦାୟ ୧୩ ଯାତ୍ରୀବାହୀ ବସ ଯତାୟାତ କରୁଛି। ମାଲକାନଗିରି, ବ୍ରହ୍ମପୁର ଓ କଟକକୁ ନାଇଟ୍‌ ବସ୍‌ ଯାଉଥିବାବେଳେ ଏହି ବସଷ୍ଟାଣ୍ଡ୍‌ ଦେଇ ପୁରୀକୁ ୨ଟି ଭଲଭୋ ବସ୍‌ ଯାତାୟାତ କରୁଛି। ସେହିପରି ବରଗଡ଼-ସମ୍ବଲପୁର ମଧ୍ୟରେ ନିୟମିତ ବ୍ୟବଧାନରେ ୮ଟି ସିଟିବସ୍‌ ଯିବା ଆସିବା କରୁଥିବାବେଳେ ବରଗଡ଼ର ବ୍ଲକର ବିଭିନ୍ନ ପଞ୍ଚାୟତକୁ ୭ଟି ଏବଂ ଗାଇସିଲେଟକୁ ଗୋଟିଏ ଲକ୍ଷ୍ମୀ ବସ୍‌ ଏହି ବସଷ୍ଟାଣ୍ଡ ଦେଇ ଯାତାୟାତ ହେଉଛି। ଉପରୋକ୍ତ ସବୁ ଯାତ୍ରୀବାହୀ ବସର ରହଣୀ ଏହି ବସଷ୍ଟାଣ୍ଡରେ ଥିବା ଯୋଗୁ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି। ଅପରପକ୍ଷେ ବରଗଡ଼ ବସଷ୍ଟାଣ୍ଡରୁ ପ୍ରୟାଗରାଜକୁ ଯାତାୟାତ ପାଇଁ ୨ନୂତନ ଯାତ୍ରୀବାହୀ ବସ୍‌(ଏସି) ଦୀର୍ଘମାସ ଏହି ବସଷ୍ଟାଣ୍ଡରେ ପଡ଼ି ରହିଥିଲା, ମାତ୍ର ପରମିଟ୍‌ ନ ମିଳିବା ଆଳ ଦେଖାଇ ତାକୁ ମଧ୍ୟ ଏଠାରୁ ଅନ୍ୟ ଜିଲାକୁ କାଢ଼ି ନିଆଯାଇଥିଲା।
ତେବେ ନିର୍ମାଣ ସମୟରେ ବସ୍‌ଷ୍ଟାଣ୍ଡ୍‌ ପରିସରରେ ସେତେବେଳେ ବିଭିନ୍ନ ବିଭାଗ ପାଇଁ ୨ମହଲା ବିଶିଷ୍ଟ କୋଠାଘର ହୋଇଥିଲା। ତଳ ମହଲାରେ ୬ ଏବଂ ଉପର ମହଲାରେ ୪କୋଠରୀ ପୂର୍ବରୁ ବ୍ୟବହୃତ ହେଉଥିଲା। କିନ୍ତୁ ଦୀର୍ଘବର୍ଷ ହେଲା କେବଳ ତଳ ମହଲା କୋଠରୀ ଗୁଡ଼ିକ ବ୍ୟବହୃତ ହେଉଥିବାବେଳେ ଉପର ମହଲା କୋଠରୀ ଗୁଡ଼ିକ ଭୂତକୋଠିଭାବେ ପଡ଼ି ରହିଛି। ସେହିପରି ବସଷ୍ଟାଣ୍ଡ୍‌ ପରିସରରେ ରହିଥିବା ପେଟ୍ରୋଲ ପମ୍ପ, ଗ୍ୟାରେଜ, କ୍ୟାଣ୍ଟିନ୍‌ ବି କେବେଠାରୁ ଅସ୍ତିତ୍ୱ ହଜାଇ ସାରିଲାଣି। ସରକାରୀ ବସଷ୍ଟାଣ୍ଡର ଏଭଳି ଦୁରାବସ୍ଥାକୁ ନେଇ ବର୍ଷବର୍ଷ ଧରି ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳି ଆସୁଛି। ଏହାସତ୍ତ୍ୱେ ଏ ଯାଏ ସେଥିପ୍ରତି ଦୃଷ୍ଟି ଦିଆଯାଇ ନଥିବାବେଳେ ନୂଆ ସରକାର ନେଉଥିବା ପଦକ୍ଷେପ କେତେଶୀଘ୍ର କାର୍ଯ୍ୟକାରୀ ହୋଇ ପାରିବ, ତାକୁ ସହରବାସୀ ଚାହିଁ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri