ସେବାଶ୍ରମର ୭ମଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି, ୨୫।୪,(ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଏକ ସେବାଶ୍ରମ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟ ବିଜେଡି ନେତା ତଥା ନବରଙ୍ଗପୁର ପୂର୍ୱତନ ଏମ୍‌ପି ପ୍ରଦୀପ ମାଝୀଙ୍କ ସହ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ନିକଟରେ ଏତଲା ଦାୟର କରିବା ସହ ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏଥିସହ ପ୍ରଦୀପ ମାଝୀ ସ୍କୁଲ ଓ ଗଣଶିକ୍ଷା, ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।
ଏତଲା ଅନୁଯାୟୀ, ଏପ୍ରିଲ ୧୫ରେ ରାତି ସ୍କୁଲର ୫ ଜଣ ଛାତ୍ରୀ ଓଆର୍‌ଏସ୍‌ ପାଇଁ ଯାଇଥିଲେ। ଏହି ସମୟରେ ପ୍ରଧାନଶିକ୍ଷକ ସୁକାନ୍ତ ଷଡ଼ଙ୍ଗୀ ପୀଡ଼ିତା ଛାତ୍ରୀଙ୍କ ହାତ ଧରି ଟାଣିଥିଲେ। ରୁମ୍‌ ଭିତରକୁ ଡାକି ତାଙ୍କ ଶରୀରର ବିଭିନ୍ନ ସମ୍ୱେଦନଶୀଳ ସ୍ଥାନକୁ ଛୁଇଁବା ସହ ଟଣାଓଟରା କରିଥିଲେ। ପୂର୍ୱରୁ ପୀଡ଼ିତା ଓ ତାଙ୍କ ପରିବାର ଜିଲା ମଙ୍ଗଳ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନେଇ ପ୍ରଧାନଶିକ୍ଷକଙ୍କୁ କେବଳ ବଦଳି କରାଯାଇଥିବା ପୀଡ଼ିତା ଛାତ୍ରୀ ଅଭିଯୋଗ କରିଛନ୍ତି। ତେଣୁ ନ୍ୟାୟ ପାଇଁ ନବରଙ୍ଗପୁର ଥାନାରେ ଏତଲା ଦେଇଥିବା ସେ କହିଛନ୍ତି। ଘଟଣାର ତଦନ୍ତକରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବରଙ୍ଗପୁର ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି।
ଘଟଣା ସମ୍ପର୍କରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ କରାଯିବ। ଏଥିରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଲୋକେ ପ୍ରତ୍ୟାଖ୍ୟାନ କରିଥିବାବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ପ୍ରଦୀପ ମାଝୀ ଏଭଳି ଇସ୍ତଫା ଦାବି କରିଥିବା ମନ୍ତ୍ରୀ ଗଣ୍ଡ କହିଛନ୍ତି।
ଘଟଣା ବିଷୟରେ ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ରଙ୍କୁ ପଚାରିବାରୁ  ୨୪ ଏପ୍ରିଲରେ ସେବାଶ୍ରମକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଜିଲାପାଳ ଡ. ମହେଶ୍ୱର ସ୍ୱାଇଁ ପ୍ରଧାନଶିକ୍ଷକଙ୍କୁ ନିଲମ୍ୱନ କରିଛନ୍ତି।  ଜିଲାପାଳ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୧/୨୦୨୬ ପ୍ରକାରେ  ନିଲମ୍ୱନ ଆଦେଶ ଜାରି କରାଯାଇଛି। ଏହି ନିଲମ୍ୱନ ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀଙ୍କ ମୁଖ୍ୟାଳୟ ଉମରକୋଟ ବ୍ଲକ କାର୍ଯ୍ୟାଳୟ ହେବ। ସେ ମଙ୍ଗଳ ଅଧିକାରୀଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଭିସି ମାଧ୍ୟମରେ ୭ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ: ପାଟଣା ବ୍ଲକ୍‌ର ୪ ଓ ସାହାରପଡ଼ା ବ୍ଲକ୍‌ର ୩ ବିଦ୍ୟାଳୟ ସାମିଲ

ପାଟଣା, ୬/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସଠାରେ ଭିଡିଓ କନ୍‌ଫରେନ୍ସିଂ…

୪ ଜେଲ୍‌ର ଜେଲରଙ୍କୁ ବଦଳି କଲେ ରାଜ୍ୟ ସରକାର: କଟକ ସର୍କଲ ଜେଲକୁ ଗଲେ ଲଲାଟେନ୍ଦୁ, ପୁରୀ ବଦଳି ହେଲେ…

ଭୁବନେଶ୍ୱର,୬।୧୧: ରାଜ୍ୟ ପ୍ରଶାସନିକ ସେବାରେ ଅଦଳବଦଳ ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ କାରାଗାର ଓ ସଂଶୋଧନାତ୍ମକ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ୪ ଜଣ ଜେଲରଙ୍କର ବଦଳି କରାଯାଇଛି। ପ୍ରଶାସନିକ…

ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ: କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଏମପି ପ୍ରଦୀପ ପୁରୋହିତ

ବରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସମେତ ଓଡ଼ିଶାର ବିଭିନ୍ନ ଜିଲାରେ ଧାନ ଉଠାଣ ଓ ମିଲର୍ସଙ୍କ ଦ୍ୱାରା କଷ୍ଟମ ମିଲ୍ଡ ରାଇସ୍ (ସିଏମଆର) ଜମାରେ ହେଉଥିବା ବିଳମ୍ବକୁ…

ଫେବୃଆରୀ ୧୬ରୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା; ୧୦୧ ଦିନ ପୂର୍ବରୁ ପ୍ରକାଶ ପାଇଲା…

ନୂଆଦିଲ୍ଲୀ,୬।୧୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ପକ୍ଷରୁ ଆଗାମୀ ୨୦୨୭ ମସିହାର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆନୁଷ୍ଠାନିକ ତାରିଖ ଘୋଷଣା…

ବନ୍ୟା ବିପନ୍ନଙ୍କୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ସହାୟତା:୪ ଲକ୍ଷ ୨୯ ହଜାର ୭୮୨ ପରିବାର ପାଇବେ ସହାୟତା

ଛତ୍ରପୁର, ଦିଲ୍ଲୀପ ସାମଲ, ୬/୧୧: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ…

ମୁସ୍ତାକ ଅଲୀ ଟ୍ରଫି: ବିହାର ସିନିୟର ଦଳର ନେତୃତ୍ୱ ନେବେ ବୈଭବ ସୂର୍ଯ୍ୟବଂଶୀ

ପାଟନା,୬ା୧୧: ନଭେମ୍ବର ୧୪ରୁ ଆରମ୍ଭ ହେବାକୁଥିବା ସୟଦ ମୁସ୍ତାକ ଅଲି ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ ପାଇଁ ସ୍ବଳ୍ପ ବୟସ୍କ ବ୍ୟାଟିଂ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ…

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ମହିଳା ଓ ଶିଶୁ ସୁରକ୍ଷା, ଆୟୋଗ ଅଧ୍ୟକ୍ଷା: ଅଙ୍ଗନବାଡ଼ି କେନ୍ଦ୍ର ଓ ଆବାସିକ ବିଦ୍ୟାଳୟରେ ସୁବିଧା ସୁଯୋଗ ଯାଞ୍ଚ

ମୋହନା, ୬।୧୧ (ମନ୍ମଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପରେ ଗଜପତି ଜିଲ୍ଲା ମୋହନା ବ୍ଲକରେ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ତତ୍ପର ହୋଇଛି।…

ହାତୀ-ମଣିଷ ସଂଘର୍ଷ ରୋକିବାକୁ ଗଜସାଥୀଙ୍କୁ ତାଲିମ୍‌: ୧୯ ମାସରେ ୨୭୫ ମଣିଷ ଓ ୧୩୧ ହାତୀଙ୍କ ମୃତ୍ୟୁ

ଭଞ୍ଜନଗର, ୬।୧୧ (ବାବୁଲା ପ୍ରଧାନ): ହାତୀ-ମଣିଷ ସଂଘର୍ଷ ହ୍ରାସ କରିବା ସହ ଉଭୟଙ୍କ ଧନଜୀବନ ସୁରକ୍ଷା ଉଦ୍ଦେଶ୍ୟରେ ଟାଟା ପାୱାର, ଘୁମୁସର ଉତ୍ତର ବନଖଣ୍ଡ ଏବଂ ସ୍ୱେଚ୍ଛାସେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?