Posted inଜାତୀୟ

ଖେଳକୁ ବୁଝନ୍ତୁ ଲୋକେ:ରାହୁଲ

ନୂଆଦିଲ୍ଲୀ,୨୩ା୧୧:ସୌର ଶକ୍ତି ଠିକା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଓ ନିବେଶକଙ୍କୁ ଠକେଇ ଅଭିଯୋଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରୁ ଗିରଫ ପରଓ୍ବାନା ଜାରି ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦୁର୍ନୀତିର ଏହି ବିପଜ୍ଜନକ ଖେଳକୁ ବୁଝିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏକ୍ସ’ରେ ରାହୁଲ କହିଛନ୍ତି, ଏହା ଦୁର୍ନୀତିର ଏକ ଅତ୍ୟନ୍ତ ବିପଜ୍ଜନକ ଖେଳ। ଆଦାନୀ ଓ ପ୍ରଧାନମନ୍ତ୍ରୀ ମୋଦି ପରସ୍ପରକୁ ସୁରକ୍ଷା ଦେଉଛନ୍ତି। କିନ୍ତୁ ଏଥିପାଇଁ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼ୁଛି। ଯେତେବେଳେ ଆଦାନୀ ଉଚ୍ଚ ଦରରେ ବିଦ୍ୟୁତ୍‌ ଶକ୍ତି ବିକ୍ରି ପାଇଁ ଏକ ଡିଲ୍‌ କରିବା ଲାଗି ଲାଞ୍ଚ ଦେଉଛନ୍ତି, ସେତେବେଳେ ଚଢ଼ା ଦରରେ ବିଦ୍ୟୁତ୍‌ ବିଲ୍‌ କିଏ ପଇଠ କରୁଛି? ଆପଣ ସାଧାରଣ ଜନତା ହିଁ ଏହି ବୋଝ ବୋହୁଛନ୍ତି। ସେହିପରି ଦୁର୍ନୀତି ଧରାପଡ଼ିବା ପରେ ଭାରତୀୟ ପୁଞ୍ଜି ବଜାର ଧରାଶାୟୀ ହୋଇଗଲା। ଫଳରେ ଛୋଟ ନିବେଶକମାନଙ୍କୁ କ୍ଷତି ସହିବାକୁ ପଡ଼ିଲା। ସେହିପରି ବନ୍ଦର, ଏୟାରପୋର୍ଟ, ସିମେଣ୍ଟ ଆଦି ବ୍ୟବସାୟୀଙ୍କ ହାତକୁ ଗଲେ ସେଥିରୁ ମିଳୁଥିବା ଲାଭ ମଧ୍ୟ ସାଧାରଣ ଳୋକଙ୍କ ପକେଟ୍‌ରୁ ଯାଇଥାଏ। ଏଥିଲାଗି ମୁଁ ବାରମ୍ବାର କହୁଛି, ଏହି ଖେଳକୁ ବୁଝନ୍ତୁ। ସବୁବେଳେ ଲୋକଙ୍କୁ ହିଁ କ୍ଷତି ସହିବାକୁ ପଡ଼ୁଛି ବୋଲି ରାହୁଲ କହିଛନ୍ତି।
ପ୍ରକାଶ ଯେ, ଗୌତମ ଆଦାନୀ ଆଇନ ଉଲ୍ଲଂଘନ କରି ଭାରତୀୟ ଅଧିକାରୀମାନଙ୍କୁ ୨୫୦ ନିୟୁତ ଡଲାର ଲାଞ୍ଚ ଦେଇଥିବା ନେଇ ଗୁରୁବାର ଖବର ଆସିବା ପରେ ରାହୁଲ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ। ଆଦାନୀଙ୍କ ‘ସୁରକ୍ଷାଦାତା’ ଏବଂ ସେବି ଚେୟାରପର୍ସନ ମାଧବୀ ପୁରୀ ବୁଚ୍‌ଙ୍କୁ ତୁରନ୍ତ ପଦରୁ ହଟାଇ ତାଙ୍କ ବିରୋଧରେ ତଦନ୍ତ କରାଯାଉ ବୋଲି ମଧ୍ୟ ସେ ଦାବି କରିଥିଲେ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ବାରମ୍ବାର ଦୋହରାଇଥିବା ସ୍ଲୋଗାନ ‘ଏକ ହେଁ ତୋ ସେଫ୍‌ ହେଁ’କୁ କଟାକ୍ଷ କରି ରାହୁଲ କହିଥିଲେ, ମୋଦି ଓ ଆଦାନୀ ଏକ ହେଁ ତୋ ସେଫ୍‌ ହେଁ। ଏହି ପ୍ରସଙ୍ଗରେ କଂଗ୍ରେସ ଓ ଭାଜପା ମୁହଁାମୁହଁି ହୋଇଥିବାବେଳେ ରାହୁଲ ଶୁକ୍ରବାର ସମାନ କଥା ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri