ସନ୍ତାନର ପ୍ରଥମ ଶିକ୍ଷକ

ପରିବାରରେ ମାଆର ଅନେକ ଦାୟିତ୍ୱ। ରନ୍ଧାବଢ଼ା, ଅତିଥି ଚର୍ଚ୍ଚା, ଗୃହ ପରିଚାଳନା, ପିଲାର ଯତ୍ନ, ଶାଶୁ ଶ୍ୱଶୁରଙ୍କ ସେବା ଇତ୍ୟାଦି। କିନ୍ତୁ ସବୁ ଭିତରେ ସେ ପିଲାଟିକୁ ଆଖିପତା ପରି ଜଗି ରହିଥାଏ। ପିଲାଟି ଧୀରେ ଧୀରେ ବଢ଼ିବାକୁ ଲାଗେ। ତା’ ସହ ତା’ର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହୁଏ। ପିଲାଟି ତା’ର ପରିବେଶରୁ ବେଶ୍‌ ଜଲ୍‌ଦି ସବୁ କିଛି ଶିଖିବାକୁ ଆରମ୍ଭକରେ। ଏ ପିଲାଟି ବିଦ୍ୟାଳୟ ଯିବା ପୂର୍ବରୁ ମାଆ ସିଲଟ ଖଡ଼ି ଧରି ଗୋଲ ବୁଲାଇ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ନାମ ଶିଖାଇ ଆଶୀର୍ବାଦ ପ୍ରାପ୍ତ କରାଏ। ଫଳରେ ପିଲାଟି ବିଦ୍ୟା ଲାଭକରିବା ପୂର୍ବରୁ ଆଧ୍ୟାତ୍ମିକ ଶକ୍ତି ଓ ଈଶ୍ୱରଭକ୍ତି ଲାଭକରେ। ମାଆ ଉଚ୍ଚ ତଥା ସୁଶିକ୍ଷିତା ହେବା ଆବଶ୍ୟକ। ଫଳରେ ସେ ପିଲାଟିକୁ ପ୍ରଥମରୁ ଉପଯୁକ୍ତକରି ଗଢ଼ି ତୋଳିପାରିବ। ମା’ ଯେପରି ହେବ ପିଲାଟି ତାକୁ ଅନୁସରଣ କରିବ। ତେଣୁ ମାଆ ନିଜ ଆଚାର ବ୍ୟବହାରରେ ସତର୍କ ରହିବା ଉଚିତ।
ମାଆ କୋଳ ପିଲାର ପ୍ରାଥମିକ ବିଦ୍ୟାଳୟ। ମାଆ ତା’ ପିଲାକୁ କୋଳରେ ଶୁଆଇ ନାନାବାୟା ଗୀତ ଗାଇ ସଙ୍ଗୀତ ଶିଖାଏ, ଆଙ୍ଗୁଳି ଗଣି ଗଣିତ ଶିଖାଏ, ବିଭିନ୍ନ ଗଳ୍ପ କହି ତା’ ମାଧ୍ୟମରେ ନୀତିଶିକ୍ଷା ଓ ସାହିତ୍ୟ ଶିକ୍ଷା ଦିଏ, ପୁରାଣ ରାମାୟଣରୁ ଗପ କହି ଧର୍ମ ମାର୍ଗରେ ନେବାକୁ ଚେଷ୍ଟାକରେ। ଗୁରୁ ଗୁରୁଜନ ତଥା ଭଗବାନ୍‌ଙ୍କୁ ଭକ୍ତି କରିବା ଶିକ୍ଷା ଦିଏ ଓ ଏହିପରି ଆହୁରି କେତେକଣ ଉପଦେଶ ଦେଇ ପିଲାଟିକୁ ବାଲ୍ୟକାଳରୁ ଉପଯୁକ୍ତକରି ଗଢ଼ି ତୋଳିବାକୁ ପ୍ରୟାସକରେ। ଜଣେ ସମର୍ପିତା ମାଆ ପିଲାକୁ ଭଲ ମଣିଷଟିଏ କରି ବଢ଼ାଇବାକୁ ଦୃଢ଼ ନିଶ୍ଚିତ ରହେ। କେବଳ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ତା’ର ଲକ୍ଷ୍ୟ ହୋଇଥାଏ। କାରଣ ପିଲାଟି ଉପଯୁକ୍ତ ହେଲେ ତା’ ପରିବାରର ଭବିଷ୍ୟତ ଉଜ୍ଜ୍ୱଳମୟ ହୁଏ। ଫଳରେ ଦେଶର, ରାଷ୍ଟ୍ରର ତଥା ବିଶ୍ୱର ଉନ୍ନତି ହୁଏ। ତେଣୁ ଜଣେ ଉପଯୁକ୍ତ ମାଆ କେବଳ ପରିବାରର ନୁହେଁ ସେ ମଧ୍ୟ ରାଷ୍ଟ୍ରୀୟ ସମ୍ପତ୍ତି।
ମାଆମାନଙ୍କୁ ସମାଜରେ ସବୁବେଳେ ଶ୍ରେଷ୍ଠସ୍ଥାନ ଦିଆଯାଇଛି। ଆଦିକବି ଶଙ୍କରାଚାର୍ଯ୍ୟଙ୍କ ଭାଷାରେ – ‘କୁପୁତ୍ର ଜାୟତେ କ୍ୱଚିଦପି, କୁମାତା ନଭବତି।’ ଅର୍ଥାତ୍‌ ସଂସାରରେ ମନ୍ଦପୁତ୍ର ଜାତ ହୋଇପାରେ ମାତ୍ର ମାଆ କଦାପି ମନ୍ଦ ହୋଇପାରନ୍ତି ନାହିଁ। କାରଣ ମାଆ ସବୁବେଳେ ନିଃସ୍ବାର୍ଥପର ଭାବରେ ସନ୍ତାନର ଲାଳନପାଳନ ତଥା ସେବାଯତ୍ନ କରେ। ସେ ଚାହେଁ ତା’ର ସନ୍ତାନ ବୁଦ୍ଧିମାନ୍‌, ବିଦ୍ୱାନ, ଶାନ୍ତ ସରଳ ଓ ଈଶ୍ୱର ବିଶ୍ୱାସୀ ହେଉ। ସମାଜରେ ତା’ର ତଥା ପରିବାରର ନାମ ଓ ଯଶ ପ୍ରତିଷ୍ଠା କରୁ। ସେଥିପାଇଁ ସେ ପିଲାଟି ପ୍ରତି ପ୍ରଥମରୁ ଯତ୍ନବାନ୍‌ ହୁଏ। ଗୁରୁଜନଙ୍କୁ କିପରି ଭକ୍ତି କରିବାକୁ ହୁଏ ଏବଂ ଭବିଷ୍ୟତରେ କିପରି ଉତ୍ତମ ମଣିଷଟିଏ ହେବ ସେଥିପାଇଁ ଭଗବାନ୍‌ଙ୍କ ପାଖରେ ସଦାସର୍ବଦା ଗୁହାରି କରୁଥାଏ। ତେଣୁ ମାଆଠାରୁ ବଳି ଭଲ ଶିକ୍ଷକ ଓ ପଥପ୍ରଦର୍ଶକ ଆଉ କିଏ ହୋଇପାରେ? ଏଇଠି ଆମେ କେତେଜଣ ଆଦର୍ଶ ମାତାଙ୍କର ଉଦାହରଣ ଦେଇପାରିବା। ଶ୍ରୀରାମ ମାତା କୌଶଲ୍ୟାଙ୍କ ଯତ୍ନରେ ସଦାସର୍ବଦା ସତ୍ୟପଥରେ ଚାଲୁଥିଲେ। ଲବ ଓ କୁଶ ମାତା ସୀତାଙ୍କ ତତ୍ତ୍ୱାବଧାନରେ ବିଦ୍ୱାନ ଓ ଶକ୍ତିଶାଳୀ ହୋଇପାରିଥିଲେ। ଶିବାଜୀଙ୍କ ବୀରତ୍ୱ ପାଇଁ ମାତା ଜୀଜାବାଈଙ୍କର ପ୍ରେରଣା ଅନ୍ତର୍ନିହିତ। ପୁତୁଲିବାଈଙ୍କ ପ୍ରେରଣାରେ ମୋହନଦାସ ମହାତ୍ମାରେ ପରିଣତ ହୋଇପାରିଥିଲେ। ଏହିପରି ଅନେକ ଆଦର୍ଶ ମାତାଙ୍କର ଉଦାହରଣ ଆମ ପୁରାଣ ତଥା ଇତିହାସରେ ବର୍ଣ୍ଣିତ।
ସମ୍ପ୍ରତି ମାତୃଜାତି ପ୍ରତି କିଛି ଆହ୍ବାନ ରହିଛି। ପୂର୍ବରୁ ମାଆମାନେ ପିଲାମାନଙ୍କୁ ସକାଳେ ସନ୍ଧ୍ୟାରେ ପ୍ରାର୍ଥନାକରି ପଢ଼ି ବସିବାକୁ ଶିଖାଉଥିଲେ। ଆଜିକାଲି ଅଧିକାଂଶ ମାତା ସେହି ସମୟରେ ପିଲାଙ୍କୁ ପାଠ ପଢ଼ିବାକୁ ବାଧ୍ୟ କରୁଛନ୍ତି କିମ୍ବା ଟିଉଶନ ପଠାଇଦେଇ ନିଶ୍ଚିନ୍ତରେ ରହୁଛନ୍ତି। ଏହାଦ୍ୱାରା ମାଆମାନେ ପିଲାମାନଙ୍କୁ ପ୍ରକୃତ ଜ୍ଞାନ ପ୍ରଦାନ କରିବା ବଦଳରେ ଗୋଟିଏ ଲେଖାଏଁ ପୁସ୍ତକକୀଟରେ ପରିଣତ କରୁଛନ୍ତି। ସେମାନେ ଜାଣିରଖିବା ଉଚିତ ଯେ ପିଲାମାନଙ୍କର ନୈତିକତାର ସ୍ଖଳନ ପାଇଁ ସେମାନେ ନିଜେ ହିଁ ଦାୟୀ। ଦେଶର ଉତ୍ତର ପୁରୁଷର ବଂଶଧରଗଣ ଆଜିର ମାତୃଜାତି ଦ୍ୱାରା ଗଠିତ ହେବେ। ଅନ୍ତତଃ ଆଗାମୀ କାଳର ବଂଶଧରମାନଙ୍କୁ ରକ୍ଷାକରିବା ନିମନ୍ତେ ଆଜିର ମାଆ ମାନଙ୍କୁ ସାବଧାନ ହେବାକୁ ପଡ଼ିବ। ମନେରଖିବା ଉଚିତ ମାତା ହିଁ ଦିବ୍ୟଜନନୀଙ୍କ ମୂର୍ତ୍ତିମନ୍ତ ପ୍ରତୀକ ଓ ତା’ ସନ୍ତାନର ପ୍ରଥମ ଶିକ୍ଷକ।
ଅବସରପ୍ରାପ୍ତ ରିଡର, ଶୈଳବାଳା ମହାବିଦ୍ୟାଳୟ
ମୋ: ୯୮୬୧୩୫୫୬୨୮


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri