ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶ: ମୋନାଲିସା ଟପ୍ପର

ଖୋର୍ଦ୍ଧା,୧୩ା୫(ପ୍ରଭାତ ପାଣିଗ୍ରାହୀ): ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଅଷ୍ଟାଦଶ ତମ ଶେଷବର୍ଷ ସ୍ନାତକ ପାଠ୍ୟକ୍ରମର କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ଛାତ୍ରୀଛାତ୍ରମାନଙ୍କ ମୋଟ୍‌ ପାସ ହାର ଶତକଡ଼ା ୯୦.୦୬ ପ୍ରତିଶତ ରହିଛି। ଚଳିତ ବର୍ଷ ଛାତ୍ରମାନଙ୍କ ଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀମାନେ ଆଗରେ ଅଛନ୍ତ। ଚଳିତ ବର୍ଷ ଛାତ୍ରୀମାନଙ୍କ ପାସ ହାର ୯୨.୮୪ ପ୍ରତିଶତ ରହିଥିବା ବେଳେ ଛାତ୍ରମାନଙ୍କ ୮୬.୫୭ ପ୍ରତିଶତ ରହିଛି। କଳା ବିଭାଗରେ ପାସ୍‌ ହାର ୯୦.୨୦ ପ୍ରତିଶତ ଏବଂ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାସ ହାର୍‌ ଯଥାକ୍ରମେ ୯୪.୯୩ ଓ ୮୩.୩୯ ପ୍ରତିଶତ ରହିଛି ।
ବାଣିଜ୍ୟ ବିଭାଗରୁ ଛାତ୍ରୀ ଦିଶା ଅଗ୍ରଓ୍ବାଲ, କଳା ବିଭାଗରୁ ମନୋବିଜ୍ଞାନ ସମ୍ମାନର ଛାତ୍ର କିରଣ କୁମାର ପ୍ରଧାନ ଓ ବିଜ୍ଞାନ ବିଭାଗରୁ କମ୍ପ୍ୟୁଟର ବିଜ୍ଞାନ ସମ୍ମାନର ଛାତ୍ରୀ ସୁଶ୍ରୀ ମୋନାଲିସା ବେହେରା ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି । ଏହି ଛାତ୍ରୀଛାତ୍ର ଆସନ୍ତା ସାମ୍ବତ୍ସରିକ ଉତ୍ସବ-୨୦୨୭ରେ ସ୍ବର୍ଣ୍ଣପଦକ ପ୍ରାପ୍ତହେବେ।

କମ୍ପ୍ୟୁଟର ବିଜ୍ଞାନ ବିଭାଗ ସମ୍ମାନର ଛାତ୍ରୀ ମୋନାଲସା ବେହେରା ସର୍ବୋଚ୍ଚ ନମ୍ବର ରଖି ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ହେବାର ଗୌରବ ଅର୍ଜନ କରିଛନ୍ତି । ଏହି ଅନ୍ତିମ ପରୀକ୍ଷା ଫଳ ଛଅଗୋଟି ସେମିଷ୍ଟାର ପରୀକ୍ଷାର ମୋଟ ଫଳାଫଳକୁ ନେଇ ପ୍ରସ୍ତୁତ କରାଯାଇଛି ପରୀକ୍ଷା ନିୟନ୍ତ୍ରକ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପିକା ଡକ୍ଟର ନନ୍ଦିତା ଛୋଟରାୟ କହିଛନ୍ତି। ଉକ୍ତ ଫଳାଫଳ ପ୍ରକାଶନ ସଭାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ କୁଳପତି, ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ।
ଅଧ୍ୟକ୍ଷା ଡକ୍ଟର ପୂର୍ଣ୍ଣିମା ନାୟକ ସ୍ବାଗତଭାଷଣ, ଡ. ପ୍ରଦୀପ୍ତ ମହାପାତ୍ର ସଂଯୋଜନା କରିଥିବା ବେଳେ ପ୍ରାଧ୍ୟାପକ ସୌମେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରୀକ୍ଷା ବିଭାଗର ସମସ୍ତ ସଦସ୍ୟ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ, ଛାତ୍ରୀଛାତ୍ର ଓ ଅଭିଭାବକ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri