ଟଙ୍କା ନ ଦେଲେ ହେଉନି ନଳକୂପ ମରାମତି

ରାୟଗଡା,୨୩।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଗଠନ ହେବାର ୩୨ ବର୍ଷ ବିତିଯାଇଥିଲେ ସୁଦ୍ଧା ଜିଲାର ପାନୀୟ ଜଳ ସମସ୍ୟା ଦୂର ହୋଇପାରିନାହିଁ। ପାନୀୟ ଜଳ ପାଇଁ ବ୍ୟବସ୍ଥା ପାଇଁ ବ୍ଲକ୍‌ ପ୍ରଶାସନ ନିକଟରେ ଗୁହାରିକରି ବିଫଳ ହେବାପରେ ୩୦ କି.ମି. ଦୂର ଜିଲା ପ୍ରଶାସନକୁ ଭେଟି ଗୁହାରି ଜଣାଇଛନ୍ତି କୋଲନରା ବ୍ଲକ ଅନ୍ତର୍ଗତ ଡିମିରିଗୁଡା ପଞ୍ଚାୟତର ସାନ୍ତାବାଡ଼ିଗାଁ ଗ୍ରାମର ୩୦ରୁ ଊଦ୍ଧର୍‌ବ ମହିଳା। ସମ୍ପୃକ୍ତ ମହିଳାମାନେ ସୋମବାର ରାୟଗଡାରେ ପହଞ୍ଚି ଅତିରିକ୍ତ ଜିଲାପାଳ ଭାସ୍କର ରୟତଙ୍କ ନିକଟରେ ଅଭିଯୋଗ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

କେବଳ ପାନୀୟ ଜଳ ସମସ୍ୟା ନୁହେଁ, ବରଂ ଗାଁରେ ନଳକୂପ ଅଥବା ଷ୍ଟାଣ୍ଡପୋଷ୍ଟ ଖରାପ ହେଲେ ମରାମତି କରୁଥିବା ବିଭାଗୀୟ କର୍ମଚାରୀ ଜଣକ ପ୍ରଥମେ ପାଉଣା ମାଗୁଛନ୍ତି। ଗାଁର ମହିଳାମାନେ ଜଣକ ପିଛା ୫ରୁ ୧୦ ଟଙ୍କା ଚାନ୍ଦା ଆଦାୟ କରି ପାଉଣା ଦେଲେ ମରାମତି ହେଉଥିବା ସେମାନେ ଅଭିଯୋଗ କରିଥିଲେ। ଅତିରିକ୍ତ ଜିଲାପାଳ ରୟତ ସମ୍ପୃକ୍ତ ବିଡିଓଙ୍କୁ ଫୋନକରି ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବାକୁ କହିବା ସହିତ ଗାଁରେ କିଭଳି ପାନୀୟ ଜଳ ଯୋଗାଣ ସୁରୁଖୁରୁରେ ହୋଇପାରିବ ସେଥିପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ।

ମହିଳାଙ୍କ ଅଭିଯୋଗ ଅନୁସାରେ, ସାନ୍ତାବାଡ଼ିଗାଁ ଗ୍ରାମରେ ପ୍ରାୟ ୮୦ରୁ ୯୦ ଘର ରହିଛି। ଗ୍ରାମରେ ୩ଟି ନଳକୂପ ଏବଂ ଗୋଟିଏ ସୋଲାର ଚାଳିତ ପମ୍ପ ରହିଛି। ତେବେ ନଳକୂପ ପ୍ରାୟ ସମୟ ଖରାପ ରହୁଥିବା ବେଳେ ବର୍ଷାଦିନେ ଖରା ଅଭାବ ଯୋଗୁ ସୋଲାର ଚଳିତ ପମ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ପାଣି ଟାଙ୍କି ଓ ପାଇପ କନେକ୍ସନ ରହିଥିଲେ ମଧ୍ୟ ବିଦ୍ୟୁତ୍‌ ବ୍ୟବସ୍ଥା ହୋଇ ନ ଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ହାଣ୍ଡିଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଅନ୍ୟପଟେ ନଳକୂପ ଅଥବା ପାଇପ ଖରାପ ହେଲେ ବିଭାଗୀୟ କର୍ମଚାରୀ ମରାମତି କରିବା ପାଇଁ ଟଙ୍କା ମାଗୁଛନ୍ତି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିିଦେଇ ଏହାର ସମାଧାନ କରିବାକୁ ମହିଳାମାନେ ଦାବି କରିଛନ୍ତି। ତେବେ ଅତିରିକ୍ତ ଜିଲାପାଳ ରଇତ ଏ ନେଇ ବିଡିଓଙ୍କ ସହିତ ଫୋନରେ ଆଲୋଚନା କରି ଶୀଘ୍ର ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରି ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁଧାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri