ପାକିସ୍ତାନୀ ସିଙ୍ଗର୍‌ ରାହତ ଫତେହ ଅଲିଖାନ ଗିରଫ, ଭିଡିଓ ଜାରି କରି କହିଲେ…

ନୂଆଦିଲ୍ଲୀ, ୨୨।୦୭: ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନଙ୍କୁ ଦୁବାଇ ବିମାନବନ୍ଦରରେ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଦୁବାଇରେ ତାଙ୍କ ପୂର୍ବତନ ମ୍ୟାନେଜର ତଥା ପ୍ରସିଦ୍ଧ ଶୋବିଜ ପ୍ରମୋଟର ସଲମାନ ଅହମ୍ମଦଙ୍କ ଦ୍ୱାରା ରାହତ ଫତେହ ଅଲି ଖାନଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା। ଏହି ମାମଲାରେ ବର୍ତ୍ତମାନ ଦୁବାଇ ପୋଲିସ ରାହତଙ୍କୁ ପଚରାଉଚରା କରୁଛି। ରାହତ ତାଙ୍କ ଗୀତ ଶୋ ପାଇଁ ଲାହୋରରୁ ଦୁବାଇରେ ପହଞ୍ଚିଥିଲେ ବୋଲି ଜଣାପଡ଼ିଛି ।

ଗିରଫ ଖବର ମଧ୍ୟରେ ରାହତ ଫତେହ ଅଲି ଖାନ ଏକ ଭିଡିଓ ଜାରି କରି ଗିରଫ ଖବରକୁ ଅସୱୀକାର କରିଛନ୍ତି। ଗିରଫ ପ୍ରସଙ୍ଗକୁ ଅଣଦେଖା କରି ସେ କହିଛନ୍ତି ଯେ ମୁଁ ମୋର ଗୀତ ରେକର୍ଡିଂ କରିବାକୁ ଦୁବାଇ ଆସିଛି ଏବଂ ଏଠି ସବୁକିଛି ଠିକ ଅଛି। ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ ଏପରି ଖରାପ ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ମୁଁ ଶୀଘ୍ର ମୋ ଦେଶକୁ ଫେରିବି ଏବଂ ଏକ ନୂତନ ଗୀତରେ ଆପଣଙ୍କୁ ସର୍‌ପ୍ରାଇଜ୍‌ ଦେବି ।

ତେବେ କିଛି ମାସ ପୂର୍ବରୁ ଏକ ବିବାଦକୁ ନେଇ ରାହତ, ଅହମ୍ମଦଙ୍କୁ ଚାକିରିରୁ ବାହାର କରିଦେଇଥିଲେ । ଏହା ବ୍ୟତୀତ ଉଭୟ ରାହତ ଏବଂ ଅହମ୍ମଦ ପରସ୍ପର ବିରୋଧରେ ମାମଲା ଦାୟର କରିଥିବା ଜଣାପଡିଛି । ରାହତ ଭାରତରେ ବହୁତ ନାମ ଅର୍ଜନ କରିଛନ୍ତି। ବଲିଉଡରେ ତାଙ୍କର ଏପରି ଅନେକ ଗୀତ ଅଛି, ଯାହାକି ଲୋକମାନେ ବହୁତ ପସନ୍ଦ କରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri