ଉଦ୍‌ଘାଟନହେବ ଅଧାପନ୍ତରିଆ ପ୍ରକଳ୍ପ

ଯାଜପୁର,୧୭।୭(ହର୍ଷବର୍ଦ୍ଧନ ବେହେରା): ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରର ସୌନ୍ଦର୍ଯ୍ୟକରଣ ଏବଂ ଜଙ୍ଗଲ ସୃଷ୍ଟି ଲକ୍ଷ୍ୟ ନେଇ ଜିଲା ଖଣିଜ ନ୍ୟାସ ପ୍ରତିଷ୍ଠାନ ପାଣ୍ଠି(ଡିଏମ୍‌ଏଫ୍‌)ରୁ ୬୯.୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଅଧାପନ୍ତରିଆ କାର୍ଯ୍ୟ କରି ଏହି ବୃହତ୍‌ ପ୍ରକଳ୍ପର ଉଦ୍‌ଘାଟନ କରିବାକୁ ଯୋଜନା ଚାଲିଥିବା ଏବେ ସୂଚନା ମିଳିଛି। ପ୍ରକଳ୍ପର ପଶ୍ଚିମ ଦିଗରେ ପାଚେରି ନିର୍ମାଣ ଶେଷ ହୋଇ ନ ଥିବାରୁ ଅଧିକାଂଶ ଅଞ୍ଚଳ ଖୋଲା ପଡିଛି। ଏହାସହ ପୂର୍ବ ଯୋଜନା ଅନୁଯାୟୀ ମନ୍ଦିରର ଆବଶ୍ୟକ ନିର୍ମାଣ, ମେଡିସିନ ଗାର୍ଡେନ, ସଂଯୋଗୀକରଣ ରାସ୍ତା, ଆବଶ୍ୟକ ଉଚ୍ଚ ପାଚେରି, ଇରିଗେଶନ ସିଷ୍ଟମ, କୌରବ ଓ ପାଣ୍ଡବଙ୍କ ମୂର୍ତ୍ତି, ଚକ୍ରବୂ୍ୟହ, ଭୀଷ୍ମ ସରଶଯ୍ୟା, ବିଶ୍ୱରୂପା, କମ୍ପୋଷ୍ଟ ଏରିଆ ଇତ୍ୟାଦି ଉପଯୁକ୍ତ ଭାବେ ନିର୍ମାଣ ହୋଇନାହିଁ। ପ୍ରକଳ୍ପକୁ ଯେନତେନ ପ୍ରକାରେ ସମ୍ପୂର୍ଣ୍ଣ କରି ଦିଲ୍ଲୀର ଠିକାସଂସ୍ଥା ନ୍ୟାଶନାଲ ବିଲ୍ଡିଂ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ(ଏନ୍‌ବିସିସି) ଜରିଆରେ କାର୍ଯ୍ୟ କରୁଥିବା କ୍ରିଷ୍ଣା ବିଲଡର୍ସ ଫେରାର ହେବାକୁ ଯୋଜନା କରୁଥିବା ଅଭିଯୋଗ ହେଉଛି। ଏଥିରୁ ବ୍ୟୟ ଅଟକଳର ସିଂହଭାଗ ଅର୍ଥ ହରିଲୁଟ୍‌ ହୋଇଥିବା ସନ୍ଦେହ ଘନୀଭୂତ ହୋଇଛି। ଏହି କ୍ରମରେ ପ୍ରକଳ୍ପ ନିର୍ମାଣ ଉପରେ ଉପଯୁକ୍ତ ଭାବେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବାସ୍ତବତା ଲୋକଲୋଚନକୁ ଆସିପାରନ୍ତା ବୋଲି ମତ ପ୍ରକାଶ ପାଇଛି।
ସଂସ୍କୃତି ଏବଂ ଐତିହ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସ ସରୋବରର ସୌନ୍ଦର୍ଯ୍ୟ ସର୍ବଜନବିଦିତ ା ଏହି ପର୍ଯ୍ୟଟନସ୍ଥଳୀ ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ପଡି ରହିଥିଲା। ତେବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଏକାଧିକ ଥର ଦାବି ପରେ ଏହି ପର୍ଯ୍ୟଟନସ୍ଥଳୀ ବିକାଶ କାର୍ଯ୍ୟ ୨୦୨୧ରୁ ଆରମ୍ଭ ହୋଇଥିଲା। ଏନ୍‌ବିସିସି ଜରିଆରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା ଦ୍ୱାରା ଏହି କାର୍ଯ୍ୟ ସମ୍ପାଦିତ ହେଉଛି। ବେସରକାରୀ ଭାବେ ପ୍ରାୟ ଦେଢଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ମନୋରଞ୍ଜନ ପାଇଁ କୌଣସି ସୌନ୍ଦର୍ଯ୍ୟସ୍ଥଳୀ, ପାର୍କ, ବୋଟିଂ କ୍ଲବ ଇତ୍ୟାଦି ନ ଥିବାରୁ ଏହି ପ୍ରକଳ୍ପର ସମ୍ପୂର୍ଣ୍ଣତାକୁ ସହରବାସୀ ଚାହିଁ ରହିଛନ୍ତି। ଏପରି କି ପ୍ରକଳ୍ପ ନିର୍ମାଣରେ କୌଣସି ପ୍ରକାର ବିରୋଧ କିମ୍ବା ବାଧକ ନ ସାଜିବାକୁ ଅଞ୍ଚଳବାସୀ ଦାବି କରିଥିଲେ। ଏହାର ସୁଯୋଗରେ ନିର୍ମାଣକାରୀ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥାର ମନମାନି ବଢି ଚାଲିଛି। ପ୍ରଥମେ ପ୍ରଥମେ କେତେକ ଉନ୍ନତମାନର କାର୍ଯ୍ୟ କରିଥିବାବେଳେ ପରବର୍ତ୍ତୀ ସମୟରେ କେବଳ ଲାଭ ଜଗିବା ଭଳି କାର୍ଯ୍ୟ ହୋଇଥିବା ଦୃଷ୍ଟିଗୋଚର ହୋଇଛି। ପ୍ରକଳ୍ପର ବିଭିନ୍ନ ସ୍ଥାନରେ ଷ୍ଟେନଲେସ ଷ୍ଟିଲ୍‌ ପରିବର୍ତ୍ତେ ନିମ୍ନମାନର ପାଇପରେ ପ୍ରାଇମର ଲଗାଇ ଅନେକ ଲକ୍ଷ ଟଙ୍କା ହଡପ କରିବାକୁ ମସୁଧା ଚଳାଇଥିବା ଅଭିଯୋଗ ହେଉଛି। ରାଘୁଜୀ ଗୋସାଇଁ ଏବଂ ଗୁପ୍ତଗଙ୍ଗା ପରିସରରେ ଷ୍ଟେନ୍‌ଲେସ ଷ୍ଟିଲ ଲାଗିଥିବାବେଳେ ପୋଖରୀ ପାର୍ଶ୍ୱ ଏବଂ ଅନ୍ୟାନ୍ୟ ସ୍ଥାନରେ ସାଧାରଣ ଲୁହାପାଇପ୍‌ ଲଗାଯାଇଛି। ଫଳରେ ପ୍ରକଳ୍ପ ନ ସରୁଣୁ ବିଭିନ୍ନ ଲୁହା ପାଇପ୍‌ ସ୍ଥାନରେ କଳଙ୍କି ଲାଗିଥିବା ଦେଖାଯାଇଛି। ଫଳରେ ଏହାର ଦୀର୍ଘସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହାବାଦ୍‌ ମନ୍ଦିର ଓ ଗୁପ୍ତଗଙ୍ଗା ପାର୍ଶ୍ୱ ଅଞ୍ଚଳରେ କେବଳ ଟାଇଲ୍ସ ଓ ରଙ୍ଗ ଲଗାଇବା ସହ ଚାରିପାଖରେ କିଛି ଗଛ ଲଗାଇ ଛାଡି ଦିଆଯାଇଛି। ଦୁଇ ବଖରା ବିଶିଷ୍ଟ ଗୋଟିଏ ଛୋଟ ଘର ନିର୍ମାଣ ହୋଇଛି। ଏହାସହ ଗୁପ୍ତଗଙ୍ଗାଠାରୁ ଗଣ୍ଡନାଳା ପର୍ଯ୍ୟନ୍ତ କେତେକ ଗଛ ଲଗାଇବା ସହ ସୌନ୍ଦର୍ଯ୍ୟକଣ ଓ ବୋଟିଂ ବ୍ୟବସ୍ଥା କାର୍ଯ୍ୟ ହୋଇଛି। ସରୋବରର ମୁଖ୍ୟ ଫାଟକଠାରୁ ଗୁପ୍ତଗଙ୍ଗା ପର୍ଯ୍ୟନ୍ତ କେବଳ ଟାଇଲ୍ସ ଲାଗିଥିବାବେଳେ ଉଭୟ ପାର୍ଶ୍ୱରେ ଥିବା ୧୧ଟି ଗମ୍ବୁଜର ନିର୍ମାଣ କିମ୍ବା ମରାମତି ହୋଇନାହିଁ। ଫଳରେ ସେହି ପୁରୁଣା ଭଙ୍ଗା ଗମ୍ବୁଜଗୁଡିକ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣରେ ନକାରାମତ୍କ ଭାବନା ସୃଷ୍ଟି କରୁଛି। ବିଶେଷକରି ରାସ୍ତା ପାର୍ଶ୍ୱ ଅଞ୍ଚଳରେ କାର୍ଯ୍ୟ ନ କରି ସମ୍ପୂର୍ଣ୍ଣ ଭାବେ ଛାଡି ଦିଆଯାଇଛି। ଏହାବାଦ୍‌ ବ୍ୟାସନଗର ମ୍ୟୁନିସିପାଲିଟିର ସମ୍ପଦ କେନ୍ଦ୍ର ପଟକୁ ପାଚେରି ଅଧାପନ୍ତରିଆ ନିର୍ମାଣ କରି କେବଳ ନିହ ଖୋଳି ଛାଡି ଦିଆଯାଇଛି। ଫଳରେ ପ୍ରାୟ ୭୦ କୋଟି ଟଙ୍କାର ଏହି ପ୍ରକଳ୍ପର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟାସ ସରୋବର ଛକ ଠାରୁ ଓସାରିଆ ପିଚୁ ରାସ୍ତା ନିର୍ମାଣ ନ କରି ଉକ୍ତ ଅର୍ଥକୁ ଚଳୁ କରି ନେଇଥିବା ଚର୍ଚ୍ଚା ହେଉଛି। ଏହି ଅନିୟମିତତାରେ କେତେଜଣ ପୂର୍ବତନ ଜନ ପ୍ରତିନିଧିଙ୍କ ସହଯୋଗ ରହିଥିବା ମଧ୍ୟ ଅଭିଯୋଗ ହୋଇଛି। ଫଳରେ ପ୍ରକଳ୍ପର ଫାଇନାଲ ରିପୋର୍ଟକୁ ଦେଖିଲେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ଥିବା ମନେ ହେଉଛି। ଏ ସଂକ୍ରାନ୍ତରେ କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥାର ପରିଚାଳକ ଜୟବୀରଙ୍କୁ ପଚାରିବାରୁ ସେ କହିଛନ୍ତି, ଏନ୍‌ଜିଟି ମାମଲା ଯୋଗୁ ରାସ୍ତା ଓ ବାକି ପାଚେରି ନିର୍ମାଣ ହୋଇପାରିନାହିଁ। ଗମ୍ବୁଜଗୁଡିକର ମରାମତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅନୁଦାନ ଅନୁସାରେ ପ୍ରାୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri