ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ରଥ-ପଥ ପ୍ରସ୍ତୁତ, ଆସନ୍ତାକାଲି ୯.୩୦ରେ ପହଣ୍ଡି

କୋରାପୁଟ,୬ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ରବିବାର ରଥଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇରହିଛି। ଏପଟେ ଏହାକୁ ଦେଖିବା ପାଇଁ ଜିଲା ଓ ଜିଲା ବାହାରରୁ ହଜାର ହଜାର ଭକ୍ତ କୋରାପୁଟରେ ପହଞ୍ଚିଛି। ଜିଲା ପ୍ରଶାସନ ଓ ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏଥିନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ପକ୍ଷରୁ ବଡ଼ଦାଣ୍ଡରେ ପ୍ରସ୍ତୁତ ହୋଇଥିବା ୩ ରଥକୁ ପାରମ୍ପରିକ ପୂଜାର୍ଚ୍ଚନା ହୋମ କାର୍ଯ୍ୟ କରାଯାଇ ରଥକୁ ପ୍ରତିଷ୍ଠା କରାଯାଇଛି। ସେହିପରି ୩ ରଥ ଉପରେ ପତାକା ଲଗାଯାଇଛି। ମନ୍ଦିରର ପୂଜକ ରଘୁନାଥ ଶତପଥୀଙ୍କ ତତ୍ତ୍ୱାବଧାନରେ ବହୁ ପୂଜକ ଉପସ୍ଥିତ ରହି ଏହି ପୂଜାର୍ଚ୍ଚନା କରିଥିଲେ। ଶ୍ରୀଜିଉମାନଙ୍କ ରତ୍ନସିଂହାସନକୁ ଶୁଦ୍ଧି କରାଯାଇଥିଲା।

ରବିବାର ଭୋର୍‌ ୩ଟା ୪୯ରୁ ୩ଟା ୫୦ ମଧ୍ୟରେ ଠାକୁରଙ୍କ ନେତ୍ରୋତ୍ସବ ଓ ନବଯୌବନ କାର୍ଯ୍ୟ ସମ୍ପନ୍ନ କରାଯିବା ପରେ ସକାଳ ୭ଟାରେ ଦ୍ୱାର ଫିଟା ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ମା’ ବିମଳାଙ୍କଠାରୁ ଆଜ୍ଞାମାଳ ଭିକ୍ଷା ଓ ମଙ୍ଗଳାରୋପଣ ଦିବା ୮ଟା ୩୦ରୁ ୯ଟା ମଧ୍ୟରେ କରାଯିବ। ପରେ ପୂର୍ବାହ୍ନ ୯.୩୦ରୁ ଶ୍ରୀଜିଉଙ୍କ ଧାଡ଼ିପହଣ୍ଡି ଆରମ୍ଭ କରାଯିବ। ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ରେ ରଥଟଣା ଆରମ୍ଭ କରାଯିବ ବୋଲି ନୀତି ନିର୍ଘଣ୍ଟ କରାଯାଇଥିବା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଡ. ଜଗବନ୍ଧୁ ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri