୪ ଆସନରେ ନାମାଙ୍କନ ଭରି ଚର୍ଚ୍ଚାରେ ଜ୍ଞାନେନ୍ଦ୍ର

ସମ୍ବଲପୁର,୭।୫(ଭବାନୀ ଶଙ୍କର ଭୋଇ):ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଏମିତି ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ଜ୍ଞାନେନ୍ଦ୍ର ବେହେରା, ଯିଏ ଦୁଇଟି ଲୋକ ସଭା ଏବଂ ଦୁଇଟି ବିଧାନସଭା ଆସନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନେତାମାନେ ଗୋଟିଏ ବିଧାନସଭା କିମ୍ବା ଲୋକ ସଭାରେ ପ୍ରାର୍ଥୀ ହୋଇ ପ୍ରଚାର ପାଇଁ ନାକେଦମ ହେଉଥିବା ବେଳେ ଜ୍ଞାନେନ୍ଦ୍ର ବରଗଡ଼ ଏବଂ ସମ୍ବଲପୁର ଲୋକ ସଭା ସହ ଝାରସୁଗୁଡ଼ା ଏବଂ ସମ୍ବଲପୁର ବିଧାନସଭା କ୍ଷେତ୍ରରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୋମବାର ଜ୍ଞାନେନ୍ଦ୍ର ଏକ ରିକ୍ସାରେ ଏକ ମୃତ ରୋଗୀର ପୁତ୍ତଳିକାକୁ ବୋହି ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସାଥିରେ ଥିବା ତାଙ୍କର ସମର୍ଥକ ବିଭିନ୍ନ ପ୍ରସଙ୍ଗରେ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ପ୍ରଦର୍ଶନ କରିଥିଲେ। ବୁର୍ଲା ଡାକ୍ତରଖାନାର ପ୍ରକୃତ ଅବସ୍ଥା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ତାଙ୍କର ଏହା ଅଭିନବ ପ୍ରୟାସ ବୋଲି ସେ କହିଥିଲେ। ନାମାଙ୍କନପତ୍ର କାଏମ ରହିଲେ ଚାରୋଟିଯାକ ଅଞ୍ଚଳରେ କିଭଳି ପ୍ରଚାର କରିବେ, ସେ ନେଇ ପଚାରିବାରୁ ଜ୍ଞାନେନ୍ଦ୍ର କହିଛନ୍ତି, ଅଧିକ ପୋଷ୍ଟର ବ୍ୟାନର ଲଗାଇ ଗାଡ଼ି ବୁଲାଇ ପ୍ରଚାର ପାଇଁ ମୋ ପାଖରେ ଅର୍ଥ ନାହିଁ। ତେବେ ନିଜେ ଦୁଇଟିଯାକ ଲୋକ ସଭାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥାନୀୟ ସମସ୍ୟା ବିଷୟରେ ଲୋକଙ୍କୁ ସଚେତନ କରି ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି।
ଯେ, ଜ୍ଞାନେନ୍ଦ୍ର ବେହେରା ପୂର୍ବରୁ ମଧ୍ୟ ଝାରସୁଗୁଡା ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସମାଜିକକର୍ମୀ ଭାବେ ପରିଚିତ ଜ୍ଞାନେନ୍ଦ୍ରଙ୍କର ଝାରସୁଗୁଡାରେ ନିଜସ୍ବ ବ୍ୟବସାୟ ରହିଛି। ସେ ଦୀର୍ଘବର୍ଷ ହେବ ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତି ଏବଂ କଳକାରଖାନାର ଦୌରାତ୍ମ୍ୟକୁ ନେଇ ଲଢେଇ କରି ଆସୁଛନ୍ତି। ସମ୍ବଲପୁରୀ ସ୍ବାଭିମାନକୁ ନେଇ ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା କହିଛନ୍ତି। ସାମାଜିକ ସମ୍ପର୍କକୁ ଆଧାର କରି ସେ ନିର୍ବାଚନୀ ମଇଦାନରେ ଜନସାଧାରଣଙ୍କ ଭୋଟ ପାଇବା ନେଇ ଆଶାବାଦୀ ରହିଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri