ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ ରାଜନୈତିକ କ୍ୟାରିୟର ଆରମ୍ଭ କରିବା ସହ ଟିକେଟ ଦୌଡ଼ରେ ରହିଛନ୍ତି। କୁହାଗଲାଣି ବିଜେଡି ଏଠାରେ ଭାଗ ଭାଗ ହୋଇଥିବାରୁ ତାହା କଂଗ୍ରେସ ଓ ଭାଜପାକୁ ଫାଇଦା ଦେଇପାରେ।
୨୦୧୪ରୁ ୨୦୧୯ ମଧ୍ୟରେ ବଡ଼ଚଣା ନିର୍ବାଚନମଣ୍ଡଳୀରେ ଅନେକ ଆପରାଧିକ କାର୍ଯ୍ୟକଳାପ ତଥା ଦୁର୍ନୀତି ଅଭିଯୋଗ ଚର୍ଚ୍ଚା ପରିସରକୁ ଆସିଥିଲା। ବହୁଚର୍ଚ୍ଚିତ ଟିଟୋ ଲିଙ୍କ୍‌, ଚଣ୍ଡିଖୋଲ ପରିବହନ ବିଭାଗରେ ଭୂତଗାଡ଼ି ମାମଲା, ଜଳ ସମ୍ପଦ ବିଭାଗରେ ଦୁର୍ନୀତି ଓ ଅନୁଦାନ ହରିଲୁଟ ଆଦି ଅଭିଯୋଗରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସମାଲୋଚିତ ହୋଇଥିଲେ। ଏହାବାଦ୍‌ ବଡ଼ଚଣାକୁ ସବ୍‌ଡିଭିଜନ ମାନ୍ୟତା ଦାବି, ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, କୋଣାର୍କ ଝୋଟକଳ ବନ୍ଦ ଆଦି ପ୍ରସଙ୍ଗ ଭୋଟରଙ୍କୁ ଆନ୍ଦୋଳିତ କରିଥିଲା। ଏଥିଯୋଗୁ ୨୦୧୯ ନିର୍ବାଚନରେ ବଡ଼ଚଣାରେ ବିଜେଡି ସେଭଳି ଉତ୍ତମ ପ୍ରଦର୍ଶନ କରିପାରି ନ ଥିଲା। ବିଜେଡିରୁ ଅମର ପ୍ରସାଦ ଶତପଥୀ ମାତ୍ର ୧,୪୮୫ ଭୋଟ ବ୍ୟବଧାନରେ ଭାଜପାର ଅମର ନାୟକଙ୍କଠାରୁ ବିଜୟୀ ହୋଇ ପାରିଥିଲେ। ଅମର ୬୪, ୦୮୪(୪୬.୬୪%) ଏବଂ ଭାଜପାର ଅମର ନାୟକ ୬୨,୫୯୯(୪୫.୫୫%) ଭୋଟ ପାଇଥିଲେ। ପରବର୍ତ୍ତୀ ସମୟରେ ଅମର ଶତପଥୀ ବିଜେଡିର ସାଙ୍ଗଠନିକ ସ୍ଥିତିରେ ସୁଧାର ଆଣିବା ସହ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେଥିଯୋଗୁ ୨୦୨୨ ଜିଲା ପରିଷଦ ନିର୍ବାଚନରେ ବିଜେଡି ୪୬.୬୪%ରୁ ୫୫% ଭୋଟ ପାଇବାକୁ ସକ୍ଷମ ହୋଇପାରିଥିଲା। କିନ୍ତୁ ଗତ ପ୍ରାୟ ୪ ମାସ ହେବ ଏହି ନିର୍ବାଚନମଣ୍ଡଳୀର ୩ ଜଣ ଜିଲା ପରିଷଦ ସଦସ୍ୟ ଅମର ଶତପଥୀଙ୍କ ବିରୋଧରେ ସ୍ବର ଉଠାଇଛନ୍ତି। ଏପରି କି ତାଙ୍କୁ ବିରୋଧ କରି ମାସକ ତଳେ ଏକ ବୈଠକର ମଧ୍ୟ ଆୟୋଜନ କରିଛନ୍ତି। ଆଗଧାଡ଼ିର କେତେକ କର୍ମୀ ଓ ନେତାଙ୍କ ଏଭଳି ବିଷୋଦ୍‌ଗାର ଯୋଗୁ ବିଧାୟକ ଅମରଙ୍କୁ ଟିକେଟ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ହେଲେ ଏହା ତାଙ୍କ ବିରୋଧୀଙ୍କ ଚକ୍ରାନ୍ତ ବୋଲି ଅମର ଶତପଥୀଙ୍କ ସମର୍ଥକମାନେ କହୁଛନ୍ତି। ଏଠାରେ ବିଜେଡି ଟିକେଟ ଦେବାରେ ବିଳମ୍ବ କରିଛି। ପୁଣି ରାଜନାରାୟଣଙ୍କ ବିଜେଡିରେ ଯୋଗଦାନ ସ୍ଥିତିକୁ ଅଡ଼ୁଆ ଆଡ଼କୁ ଟାଣି ନେଇଛି।
୨୦୧୪ରୁ ବଡ଼ଚଣା କଂଗ୍ରେସ ରାଜନୀତିରେ ପାଦ ଥାପିଥିବା ରାଜନାରାୟଣ ଏଯାଏ ସେତେଟା ସଫଳ ହୋଇପାରିନାହାନ୍ତି। ତାଙ୍କ ନେତୃତ୍ୱରେ ଗତ ଜିଲା ପରିଷଦ ନିର୍ବାଚନରେ କଂଗ୍ରେସ ଏଠାରୁ ମାତ୍ର ୧୧% ଭୋଟ ପାଇଥିଲା। ଅନ୍ୟପକ୍ଷେ ଭାଜପା ୩୩% ଭୋଟ ପାଇବାକୁ ସକ୍ଷମ ହୋଇଥିଲା। ତେଣୁ ରାଜନାରାୟଣଙ୍କ ସାଙ୍ଗଠନିକ ଦକ୍ଷତା ନେଇ ବିଜେଡି ନେତୃବର୍ଗ ତାଙ୍କ ଉପରେ ଭରସା କରିବେ କି ନାହିଁ ତାହା ସାଧାରଣରେ ପ୍ରଶ୍ନ ଉଠିଛି। ଏହାବାଦ୍‌ ଅମର ଶତପଥୀଙ୍କ ପୁଅ ଅଦ୍ୱିତୀୟ ମଧ୍ୟ ଟିକେଟ ଆଶାୟୀ ଅଛନ୍ତି। ଏହି ପରିସ୍ଥିତିରେ ରାଜନାରାୟଣଙ୍କୁ ଯଦି ଟିକେଟ ମିଳେ, ତେବେ ବିଧାୟକ ଅମର ସହଯୋଗ କରିବେ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ରାଜନାରାୟଣ ବିଜେଡିରେ ଯୋଗ ଦେଇଥିବାରୁ କଂଗ୍ରେସ ଟିକେଟ ଲବିରେ ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଜୟ ସାମଲ ଏବଂ ଗୁରୁବାର ବିଜେଡିରୁ କଂଗ୍ରେସ ଯାଇଥିବା ମନୋରମା ଆଚାର୍ଯ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରୁ ଦଳ କାହାକୁ ଟିକେଟ ଦେବ ତାହାକୁ ନେଇ ଅଶାୟୀ ଅନାଇ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri