ଗାଁରେ ବାଘ ଆତଙ୍କ: ରାତିରେ ଗୁହାଳେ ପଶି ଖାଇଯାଉଛି ଛେଳି, ଗ୍ରାମବାସୀ ସତର୍କ ରହିବା ପାଇଁ…

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍‌ର ଜକର ଗ୍ରାମ ନିକଟ ମା’ ରତନେଇ ମନ୍ଦିର ପାଖରେ ବାଘ ଆତଙ୍କ ଲାଗି ରହିଛି। ବାଘ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ୩ ଛେଳି ନେଇ ଖାଇଦେଇଥିବା ଅଭିଯୋଗ ହୋଇଛି। ଶନିବାର ଅପରାହ୍ନରେ କିଛି ବ୍ୟକ୍ତି କାର୍‌ ଓ ବାଇକ୍‌ରେ ଦିଗପହଣ୍ଡିରୁ ଚିକିଟି ଅଭିମୁଖେ ଯାଉଥିବା ବେଳେ ଏକ କଲରା ପତରିଆ ବାଘ (ଲିଓପାର୍ଡ)କୁ ଦେଖି ମୋବାଇଲରେ ଭିଡିଓ ଓ ଫୋଟ ଉଠାଇ ଭାଇରାଲ କରିଥିଲେ। ଖବର ପ୍ରଚାରିତ ହେବା ପରେ ଗ୍ରାମ ସମେତ ଆଖପାଖ ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ବାଘ ଦେଖିବାକୁ ସେଠାରେ ପହଞ୍ଚିଥିଲେ।

ଏନେଇ ଦିଗପହଣ୍ଡି ବନ ବିଭାଗ କାର୍ଯ୍ୟାଳୟକୁ ସୂଚନା ଦିଆଯିବା ପରେ ରବିବାର ସକାଳେ ରେଞ୍ଜର ଦିବ୍ୟରଞ୍ଜନ ସାହୁ, ଚିକିଟି ଫରେଷ୍ଟର କାମନା ଭୂୟାଁ, ଫରେଷ୍ଟ ଗାର୍ଡ ମିତାରାଣୀ ବିଶ୍ୱାସରାୟ, ବନ ବିଭାଗ ସ୍କ୍ବାଡ୍‌ ସଦସ୍ୟ ସନ୍ତୋଷ ଗୌଡ଼ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ। ବନବିଭାଗ ପକ୍ଷରୁ ଡ୍ରୋନ କ୍ୟାମେରା ସହାୟତାରେ ବାଘ ଠାବ ପାଇଁ ପଦକ୍ଷେପ ନିଆଯାଇଥିଲା। ପରେ ନିକଟସ୍ଥ ଗୁହାଳ ଓ ନଦୀଘାଟ ନିକଟରେ ୨ଟି ଟ୍ରାପ୍‌ କ୍ୟାମେରା ସଂଯୋଗ କରାଯାଇଛି। ଘଟଣାସ୍ଥଳରୁ କିମ୍ବା ଆଖପାଖ ଜଙ୍ଗଲ ଇଲାକାରୁ ବାଘର କୌଣସି ପାଦ ଚିହ୍ନ ମିଳିନଥିବା ରେଞ୍ଜର କହିଛନ୍ତି। ପରେ ବନ କର୍ମଚାରୀ ବୃନ୍ଦ ଉପସ୍ଥିତ ଗ୍ରାମବାସୀଙ୍କ ସହ ଏନେଇ ବିସ୍ତୃତ ଆଲୋଚନା କରିଥିଲେ। ଗୃହପାଳିତ ପ୍ରାଣୀମାନଙ୍କୁ ରାତିରେ ବାହାରେ ଛାଡ଼ି ନ ଦେଇ ଗୁହାଳରେ ବାନ୍ଧି ରଖିବା ସହ ଗ୍ରାମବାସୀ ସତର୍କ ଓ ସୁରକ୍ଷିତ ରହିବା ପାଇଁ ବନ କର୍ମଚାରୀ ବୃନ୍ଦ ପରାମର୍ଶ ଦେଇ ଫେରିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ଗୁରୁ-ଚନ୍ଦ୍ରଙ୍କ ଯୁତିରେ ଗଜକେଶରୀ ରାଜଯୋଗ: ଅଧିକ ଫାଇଦାରେ ରହିବେ ମୀନ ରାଶି; ଆଉ ୩ ରାଶିଙ୍କୁ ଚାକିରିରେ ମିଳିବ…

ଚନ୍ଦ୍ର ୪ ଅକ୍ଟୋବର ୨୦୨୬ ସଂଧ୍ୟା ୬ଟା ୩୧ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ୱରୁ ହିଁ ବୃହସ୍ପତି (ଗୁରୁ) ବିରାଜମାନ ଅଛନ୍ତି।…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?