Posted inଖେଳ

ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ଆରମ୍ଭ: ଭାଗ ନେଲେ ୧୪୦୦ ରେସଲର

ଗୋଣ୍ଡା,୧୦ା୫: ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ରବିବାର ଆରମ୍ଭ ହୋଇଯାଇଛି। ଜାତୀୟ କ୍ୟାମ୍ପ୍ସ ଏବଂ ଭବିଷ୍ୟତରେ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତା ଚୟନ ପାଇଁ ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଘରୋଇ ଇଭେଣ୍ଟ। ଏହି ଇଭେଣ୍ଟ ଆରମ୍ଭରୁ ବିବାଦ ଦେଖା ଦେଇଛି। । ଟୁର୍ନାମେଣ୍ଟରେ ୧୪୦୦ ରେସଲର ଭାଗ ନେଇଥିବା ବେଳେ ପ୍ରଥମ ଦିନରେ ଭେନ୍ୟୁରେ ବ୍ୟବହୃତ ସିରିଞ୍ଜ ମିଳିଥିବା ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ସଞ୍ଜୟ ସିଂ ସ୍ପଷ୍ଟ କରିଛନ୍ତି। ଏହି ୩ ଦିନିଆ ଟୁର୍ନାମେଣ୍ଟରେ ଭାଗ ନେଇଥିବା ରେସଲରଙ୍କ ମଧ୍ୟରେ ୮୦ ପ୍ରତିଶତ ହରିୟାଣା ରେସଲର ରହିଛନ୍ତି, ଯାହାକି ଦେଶର ପାରମ୍ପରିକ ରେସଲିଂ ପାଓ୍ବାରହାଉସ।

ତେବେ ୨୦୨୧ରେ ଡବ୍ଲ୍ୟୁଏଫ୍‌ଆଇ ପକ୍ଷରୁ କୌଣସି ରାଜ୍ୟରୁ ଗୋଟିଏରୁ ଊର୍ଦ୍ଧ୍ୱ ଦଳକୁ ଭାଗ ନେବାକୁ ଅନୁମତି ଦିଆଯିବ ନାହିଁ ବୋଲି ନିୟମରେ ପରିବର୍ତ୍ତନ କରାଯାଇଥିଲା। ନିର୍ଦ୍ଦିଷ୍ଟ ଭାବେ ହରିୟାଣାକୁ ଟାର୍ଗେଟ କରିବା ପାଇଁ ଏହି ନିୟମ ପ୍ରସ୍ତୁତ କରାଯାଇଥିବା ବିଶ୍ୱାସ କରାଯାଏ। କାରଣ ହରିୟାଣାରେ ଅଧିକ ରେସଲର ରହିଥିବାରୁ ପ୍ରତ୍ୟେକ ଜାତୀୟ ପ୍ରତିଯୋଗିତା ଲାଗି ଦୁଇଟି ଯଥା ଏ ଓ ବି’ ଦଳ ଚୟନ କରାଯାଏ। ହରିୟାଣା ରାଜ୍ୟ ଆସୋସିଏଶନ ପକ୍ଷରୁ ଏହି ନିୟମକୁ ସମାଲୋଚନା କରାଯିବା ସହ ଏହା ଦ୍ୱାରା ସେମାନଙ୍କୁ ଟାଗେର୍ଟ କରାଯାଉଥିବା ଦାବି କରାଯାଇଥିଲା।

ଏ ସମ୍ପର୍କରେ ସଞ୍ଜୟ ସିଂ କହିଛନ୍ତି, ହରିୟାଣା ଭାରତୀୟ ରେସଲିଂର ମେରୁଦଣ୍ଡ। ଲଗାତର ଅନ୍ତର୍ଜାତୀୟସ୍ତରର ରେସଲର ବାହାରୁ ଥିବା ରାଜ୍ୟରୁ ଅଧିକରୁ ଅଧିକ ସଂଖ୍ୟାରେ ରେସଲର ଭାଗ ନିଅନ୍ତୁ ଆମେ ଚାହୁଁ। ଦୀର୍ଘ ବର୍ଷ ହେଲା ଭାରତୀୟ ରେସଲିଂରେ ହରିୟାଣାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଆମେ ଚାହୁଁ, ସେଠାରେ ଏବଂ ପୂରା ଦେଶରେ ରେସଲିଂ ଆହୁରି ଶକ୍ତିଶାଳୀ ହେଉ। ଟୁର୍ନାମେଣ୍ଟରେ ଭାଗ ନେଉଥିବା ରେସଲରଙ୍କ ସଂଖ୍ୟା ଦର୍ଶାଉଛି ଯେ, ଡବ୍ଲ୍ୟୁଏଫ୍‌ଆଇ ହରିୟାଣା ବିରୋଧୀ ନୁହେଁ। ଯଦି କୌଣସି ଭେଦଭାବ ହୋଇଥାନ୍ତା, ତେବେ ହରିୟାଣାରୁ ଏତେ ସଂଖ୍ୟାରେ ରେସଲର ଭାଗ ନେଇପାରି ନ ଥାନ୍ତେ। ଶେଷରେ ହରିୟାଣା ରେସଲର ଜିତିବେ ଏବଂ ସେମାନଙ୍କୁ ଜାତୀୟ କ୍ୟାମ୍ପରେ ଭଲ ସୁଯୋଗ ମିଳିବ, ଯାହାକି ସେମାନଙ୍କ ପାଇଁ ବର୍ଷ ତମାମ ଟ୍ରେନିଂ ସମ୍ପର୍କିତ ଫାଇଦା ଦେବ।

ଇଭେଣ୍ଟର ପ୍ରଥମ ଦିନ ଅନେକ ଜଣାଶୁଣା ରେସଲର ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ସିରିଞ୍ଜ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏପରିକି ନନ୍ଦିନୀ ନଗର ଭେନ୍ୟୁସ୍ଥିତ ପୁରୁଷଙ୍କ ଓ୍ବାଶରୁମ୍‌ରେ ଅନେକ ବ୍ୟବହୃତ ସିରିଞ୍ଜ ମିଳିଛି। ଏ ସମ୍ପର୍କରେ ସିଂ କହିଛନ୍ତି, ଆମେ ଲଗାତର ଡୋପିଂ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏବଂ ଦୋଷୀଙ୍କୁ ଧରିବାକୁ ଉଦ୍ୟମ କରୁଛୁ। କିନ୍ତୁ ଆହୁରି କାମ କରିବାର ଅଛି। ଡୋପିଂ ମାମଲା ଯୋଗୁ ରେସଲିଂ କ୍ଷତିଗ୍ରସ୍ତ ହୋଇଛି ଏବଂ ଆମେ ରେସଲିଂକୁ ସ୍ବଚ୍ଛ କରିବାକୁ ଚାହୁଁ। କୋଚ୍‌ ଓ ରେସଲରଙ୍କୁ ଡୋପିଂ ସମ୍ପର୍କରେ ଅବଗତ କରାଇଛି। କିନ୍ତୁ ଅନେକ ରେସଲର ଅଛନ୍ତି, ଯେଉଁମାନେ ଶର୍ଟ କଟ୍‌ ଉପରେ ଭରସା କରୁଛନ୍ତି। ଏହି ଟୁର୍ନାମେଣ୍ଟ ଲାଗି ନାଡା ଅଧିକାରୀ ଉପସ୍ଥିତ ଅଛନ୍ତି। ପ୍ରତ୍ୟେକ ଓଜନ କାଟେଗୋରୀରେ ଟପ-୧୦ ରେସଲରଙ୍କୁ ଡବ୍ଲ୍ୟୁଏଫ୍‌ଆଇ ପ୍ରମାଣପତ୍ର ଦେବ। କିନ୍ତୁ ମୁଖ୍ୟତଃ ପଦକ ବିଜେତାଙ୍କୁ ଡୋପ ଟେଷ୍ଟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?