ତିହିଡ଼ି,୧୦ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଦପା ଗ୍ରାମରେ ରବିବାର ଅଫୁଟା ବାଣ ଫୁଟି ୨ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଉଛନ୍ତି ଫକୀର ଦାସଙ୍କ ଝିଅ ଲକ୍ଷ୍ମୀ (୮) ଏବଂ ସଖୀ (୫)। ଜଣାଯାଇଛି ଯେ, ଶନିବାର ରାତିରେ ଗ୍ରାମରେ ଏକ ବିବାହ ଶୋଭାଯାତ୍ରାରେ ରୋଷଣୀ ଜଳାଯିବା ସହିତ ବାଣ ଫୁଟା ଯାଇଥିଲା। ତେବେ ବାଣ ଭିତରୁ କିଛି ଅଫୁଟା ରହି ଯାଇଥିଲା। ଲକ୍ଷ୍ମୀ ଓ ସଖୀ ସେହି ବାଣରେ ନିଆଁ ଲଗାଇ ଫୁଟାଉ ଥିବାବେଳେ ହଠାତ୍ ନିଆଁ ଉଠି ୨ଭଉଣୀଙ୍କ ମୁହଁ ଜଳି ଯାଇଥିଲା। ଯାହାଫଳରେ ସେମାନେ ଗୁରୁତର ହେବାରୁ ୨ ଭଉଣୀଙ୍କୁ ଚିକିତ୍ସା ନିମନ୍ତେ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

