ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ ଜଣାପଡ଼ିଛି। ମୃତହାତୀର ବୟସ ପାଖାପାଖି ୧୦ ବର୍ଷ ହେବ। ରବିବାର ଜେଟିଏଫ୍‌ଟିମ୍‌ର ଉପସ୍ଥିତିରେ ହାତୀର ବ୍ୟବଚ୍ଛେଦ ହେବା ପରେ ତାହା ଜଣାପଡ଼ିଛି।

ଅପରପକ୍ଷେ ହାତୀର ମୃତ୍ୟୁକୁ ନେଇ ଲୋକେ ବିନା ପ୍ରମାଣରେ ଅପପ୍ରଚାର କରୁଛନ୍ତି। ଯାହାକୁ ନେଇ ବନବିଭାଗ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଏହିଭଳି ଅପପ୍ରଚାରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନବିଭାଗର ଜଣେ ଅଧିକାରୀ ଏଠାରେ ସୂଚନା ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ହାତୀଟି ବିଗତ କିଛି ଦିନ ହେବ ଅସୁସ୍ଥ ରହି କେତେବେଳେ ନୟାଗଡ଼ ବନଖଣ୍ଡରେ କେତେବେଳେ ଘୁମୁସର ଉତ୍ତର ବନଖଣ୍ଡରେ ବୁଲୁଥିଲା। କିଛି ଦିନ ପୂର୍ବେ ନୟାଗଡ଼ ବନଖଣ୍ଡ ପକ୍ଷରୁ ନନ୍ଦନକାନନରୁ ଟିମ୍‌ ଆଣି ହାତୀର ଚିକିତ୍ସା କରାଯାଉଥିଲା। ଏଥିସହ ସମ୍ପୃକ୍ତ ଅଞ୍ଚଳର ପ୍ରାଣୀ ବିଶେଷଜ୍ଞଙ୍କୁ ଡାକି ହାତୀର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହାପରେ ହାତୀଟି ସାମାନ୍ୟ ସୁସ୍ଥ ହେବା ପରେ ବିଭାଗୀୟ କର୍ମଚାରୀ ହାତୀ ଉପରେ ଆଉ ଠିକ୍‌ ଭାବେ ନଜର ରଖି ପାରି ନ ଥିଲେ। ଫଳରେ ହାତୀ ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଶନିବାର ହାତୀର ମୃତଦେହ ଘୁମୁସର ଉତ୍ତର ବନଖଣ୍ଡରେ ଠାବ କରାଯାଇଥିଲା। ଅସୁସ୍ଥ ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବା ବେଳେ ତାକୁ ଜଙ୍ଗଲକୁ ଛାଡ଼ି ଦିଆଯିବା ଯୋଗୁ ଅକାଳରେ ହାତୀଟି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି। ହାତୀର ବ୍ୟବଚ୍ଛେଦ ସମୟରେ ତାର ଶରୀରରେ କେଉଁଠି ଆଘାତ ଚିହ୍ନ ନାହିଁ। ପେଟ ଭିତରେ ଖାଦ୍ୟ ନଳୀଟି ଫାଟି ଯାଇଥିଲା। ଅତ୍ୟଧିକ ଖାଦ୍ୟ ଖାଇବା ଯୋଗୁ ଏହି ସମସ୍ୟା ହୋଇଥିବା ଆଶଙ୍କା କରାଯାଉଛି। ଏହାପରେ ଖାଦ୍ୟ ହଜମ ନ ହେବା ଯୋଗୁ ହାତୀଟି ଧିରେ ଧିରେ ଅସୁସ୍ଥ ହୋଇ ପଡ଼ିଥିଲା। ଏହାପରେ ତାକୁ ଆଉ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ପାରି ନ ଥିଲା। ତେଣୁ ହାତୀଟି ଉପଯୁକ୍ତ ଚିକିତ୍ସା ଅଭାବ ଯୋଗୁ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।

ଜେଟିଏଫ୍‌ଟିମଏସ୍‌ପି ବଟକୃଷ୍ଠ ମିଶ୍ରଙ୍କ ଉପସ୍ଥିତିରେ ଜଗନ୍ନାଥପ୍ରସାଦ ବ୍ଲକ ପ୍ରାଣୀ ବିଶେଷଜ୍ଞ ଅଧିକାରୀ ଡ. ନିହାର ରଞ୍ଜନ ସାମନ୍ତରାୟ ବ୍ଲକ, ତାରସିଂ ପ୍ରାଣୀ ବିଶେଷଜ୍ଞ ଡ. ବିଭୂକଲ୍ୟାଣ ପରିଡ଼ା ଓ ବେଲଗୁଣ୍ଠା ପ୍ରାଣୀ ବିଶେଷଜ୍ଞ ଡ. ସଞ୍ଜୟ କୁମାର ମହାପାତ୍ର ହାତୀର ବ୍ୟବଚ୍ଛେଦ କରିଥିଲେ। ଏହାପରେ ତାକୁ ଜଙ୍ଗଲ ଭିତରେ ହିଁ ପୋତି ଦିଆଯାଇଛି। ଏହି ସମୟରେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ୍‌ ବିମଳ କୁମାର ପ୍ରଧାନ, ଘୁମୁସର ଦକ୍ଷିଣ ବନଖଣ୍ଡ ଏସିଏଫ୍‌ ନିହାର ରଞ୍ଜନ ମଲ୍ଲିକ, ତାରସିଂ ରେଞ୍ଜର ପ୍ରଶାନ୍ତ କୁମାର ବେହେରା, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, ବନପାଳ କଳାବଦନ ଦାସ, ଶୁଭସ୍ମିତା ଦାସ, ଟାଟା ପାଓ୍ବାର ଯନ୍ତ୍ରୀ, ସ୍ନେହା ଅନୁଷ୍ଠାନର କର୍ମଚାରୀ ପ୍ରଶାନ୍ତ ରାଉତ, ସରପଞ୍ଚ, ରାଜସ୍ବ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?