ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ ଯାତ୍ରା ଆସନ୍ତା ସୋମବାର ପୂର୍ବାହ୍ନ ୧୧ଟାରେ ପୂର୍ଣ୍ଣାହୁତି ହେବ। ରବିବାର ଅପରାହ୍ଣରେ ସହରର ବଡ଼ବଜାର ସ୍ଥିତ ତ୍ରିବେଣୀ ମଠ ଛକଠାରେ ହରି ଏବଂ ହରଙ୍କର ଅପୂର୍ବ ମିଳନ ବା ‘ହରିହର ଭେଟ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଦନ ମୋହନ ଗୋପାଳସ୍ଵାମୀ ଓ ପୁରୁଣା ଜଗନ୍ନାଥ ମନ୍ଦିରର ଶ୍ରୀଜଗନ୍ନାଥ ସୁସଜ୍ଜିତ ବିମାନରେ ଆସିଥିବା ବେଳେ ବୃଷଭ ପୀଠରେ ବିଜେ କରି ଶ୍ରୀଖଣ୍ଡେଶ୍ଵର ମଧ୍ୟ ସେଠାରେ ପହଞ୍ଚିଥିଲେ।

ଗୋପାଳଜୀଙ୍କ ନିମନ୍ତ୍ରଣ କ୍ରମେ ତିନି ଦେବତାଙ୍କର ମିଳିତ ଶୋଭାଯାତ୍ରା ବାହାରି ଗୋପାଳଜୀ ମନ୍ଦିର ଅଭିମୁଖେ ଯାଇଥିଲା। ଯାତ୍ରାର ନୀତିକାନ୍ତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୭ ବେଢ଼ା ଓ ୩ ଭଉଁରୀ ଅନୁଷ୍ଠିତ ହେବାର ବିଧି ରହିଛି। ପରେ ଠାକୁରମାନେ ଚାପରୁ ଓହ୍ଲାଇ ମନ୍ଦିରକୁ ବିଜେ କରିବେ, ଯେଉଁଠାରେ ଗୋପାଳଜୀ ଚନ୍ଦନ କୁଣ୍ଡରେ ଅବସ୍ଥାନ କରିବେ ଓ ଅନ୍ୟ ଦୁଇ ଠାକୁର ସିଂହାସନରେ ବିରାଜମାନ ହେବେ । ରାତିରେ ମୁଖ୍ୟ ଚାପରେ ଗୋପାଳଜୀ ଓ ଶ୍ରୀଜଗନ୍ନାଥ ବସିବା ବେଳେ ଶ୍ରୀଖଣ୍ଡେଶ୍ଵର ନିଆଳି ଚାପରେ ଭୋଗ ଗ୍ରହଣ କରିବେ।

ସମସ୍ତ ଠାକୁର ମିଳିତ ଭାବେ ୨୧ ବେଢ଼ା ବୁଲିବା ସହ ୮୪ ଭଉଁରୀ ସମ୍ପନ୍ନ କରିବାର କାର୍ଯ୍ୟକ୍ରମ ରହିଛି । ରବିବାର ପଣ୍ଡା ସାହି ପକ୍ଷରୁ ଗାଧୁଆ ତୋଠ ନିକଟରେ ପଂକ୍ତି ଭୋଗ ଅନୁଷ୍ଠିତ ହୋଇଥିଲା। ଏହା ସହିତ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସମାରୋହ ଚାଲିଥିବାରୁ ସମଗ୍ର ଗଞ୍ଜାମ ସହର ଏବେ ଉତ୍ସବମୁଖର ହୋଇଉଠିଛି । ଶହ ଶହ ଶ୍ରଦ୍ଧାଳୁ ଏହି ଦେବ ଦୁର୍ଲଭ ମୁହୂର୍ତ୍ତର ଦର୍ଶନ କରି ନିଜକୁ କୃତାର୍ଥ ମନେ କରୁଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

ଜିଲାପାଳଙ୍କ ବଡ଼ ଆହ୍ବାନ: ପାଳନ ହେବ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ଛତ୍ରପୁର,୧୦।୮୯(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ପବିତ୍ର ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ଦେଶରେ ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri