ପାକିସ୍ତାନୀ ଠକଙ୍କ ଟାର୍ଗେଟ୍‌ରେ ଓଡ଼ିଶା ଛାତ୍ରୀ

ଭୁବନେଶ୍ୱର,୯ା୪(ସତ୍ୟଜିତ୍‌ ରାଉତ):ଡିଜିଟାଲ ଯୁଗରେ ସାଇବର ଅପରାଧ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ଅପରାଧ ବିରୋଧରେ ଲଢ଼େଇ ପାଇଁ ମିଳିତ ପ୍ରୟାସ କରାଯାଉଥିବା ବେଳେ ସାଇବର ଠକ ନୂଆ ନୂଆ କୌଶଳ ଆପଣାଉଛନ୍ତି। ଏଭଳିସ୍ଥିତିରେ ଓଡ଼ିଶାକୁ ଟାର୍ଗେଟ୍‌ କରୁଛନ୍ତି ପାକିସ୍ତାନୀ ଠକ। ପାକିସ୍ତାନ ନମ୍ବରରୁ ବିଶେଷକରି ଓଡ଼ିଶାର ବିଭିନ୍ନ ଛାତ୍ରୀଙ୍କ ଅଭିଭାବକଙ୍କୁ ଧମକପୂର୍ଣ୍ଣ କଲ୍‌ ଆସୁଛି। ଝିଅଙ୍କ ନାଁ ନେଇ ସେମାନେ ବ୍ଲାକ୍‌ମେଲ୍‌ କରିବାକୁ ଚେଷ୍ଟା କରୁଛନ୍ତି। ସାଇବର ଅପରାଧୀମାନେ ନିଜକୁ ସିବିଆଇ ଓ ଅନ୍ୟ ପୋଲିସ ଅଧିକାରୀ ପରିଚୟରେ ଫସାଇବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ୪ ଦିନ ତଳେ ରମାଦେବୀ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ତୃତୀୟ ବର୍ଷର ଜଣେ ଛାତ୍ରୀଙ୍କୁ ସାଇବର ଠକ ଟାର୍ଗେଟ୍‌ କରିଥିଲେ। ଉକ୍ତ ଛାତ୍ରୀଙ୍କ ବାପାଙ୍କୁ ପାକିସ୍ତାନୀ ନମ୍ବରରୁ (+୯୨ ୩୦୬୨୨୨୦୦୬୮) ହ୍ବାଟ୍ସଆପ୍‌କୁ ହଠାତ ଭଏସ୍‌ କଲ୍‌ ଆସିଥିଲା। ତାଙ୍କ ବାପା କିଛି ନ ବୁଝି ପାରି କଲ୍‌ ରିସିଭ୍‌ କରି କଥା ହୋଇଥିଲେ। ଠକ ଜଣକ ହିନ୍ଦୀରେ କଥା ହୋଇଥିଲେ। ହ୍ବାଟ୍ସଆପ୍‌ ଡିପିରେ ଜଣେ ପୋଲିସ ଅଧିକାରୀଙ୍କ ଫଟୋ ଥିବାରୁ ସେ ଡରିଯାଇଥିଲେ। ଠକ ଜଣକ ଧମକପୂର୍ଣ୍ଣ ଭାବେ ଝିଅଙ୍କ ନାଁ ନେଇ ତାଙ୍କ ସହ କଥା କରେଇବାକୁ କହିଥିଲେ। ତେବେ ତାଙ୍କ ଝିଅ କଥା ହେବା ପରେ ଏହା ସାଇବର ଠକଙ୍କ ଚାଲ୍‌ ବୋଲି ସନ୍ଦେହ କରି କଲ୍‌ କାଟି ଦେଇଥିଲେ। ଏହାପରେ ସେ ଉକ୍ତ ନମ୍ବରକୁ ଯାଞ୍ଚ କରିବାରୁ ତାହା ପାକିସ୍ତାନର ବୋଲି ଜଣାପଡିଛି। ହେଲେ ପରବର୍ତ୍ତୀ ସମୟରେ ଆଉ ଏକ ନମ୍ବର (+୯୨ ୩୦୮୬୦୫୩୪୬୭)ରୁ ବାରମ୍ବାର କଲ୍‌ ଆସିଥିଲା। ତେବେ ସମ୍ପୃକ୍ତା ଯୁବତୀଙ୍କ କହିବା ଅନୁଯାୟୀ, ତାଙ୍କ ସାଙ୍ଗମାନଙ୍କ ଅଭିଭାବକଙ୍କୁ ଏସବୁ ପାକିସ୍ତାନୀ ନମ୍ବରରେ କଲ୍‌ ଆସୁଛି। ଏପରିକି ଝିଅ ଅପହରଣ ଏବଂ ଅନ୍ୟ ଭୟ ଦେଖାଇ ଠକମାନେ ଧମକାଇ, ଡରାଇ ତଥ୍ୟ ନେବାକୁ ଚେଷ୍ଟା କରୁଛନ୍ତି। ସାଇବର ଠକଙ୍କ ଏଭଳି ତରିକାକୁ ନେଇ ସାଧାରଣରେ ଯୁବପିଢ଼ି ଓ ଅଭିଭାବକଙ୍କ ମଧ୍ୟରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି। ଏନେଇ ଭୁବନେଶ୍ୱର ସାଇବର ଥାନାଧିକାରିଣୀ ତେରେସ୍କୋଭା ମହାପାତ୍ର କହିଛନ୍ତି, ପାକିସ୍ତାନୀ କଲ୍‌କୁ ନେଇ ଏଯାଏ କୌଣସି ଅଭିଯୋଗ ହୋଇନାହିଁ। ଯଦି ଏଭଳି ଠକମାନେ କରୁଛନ୍ତି, ଅଭିଭାବକମାନେ ନ ଡରି ନିଜ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ। ଏ ଦିଗରେ ସଚେତନ ହେବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।
ସଚେତନ ହୁଅ, ସାଧାରଣ ଜ୍ଞାନକୁ ବଢ଼ାଅ: ବିଶେଷଜ୍ଞ
ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି, ଛାତ୍ରୀଙ୍କ ଅଭିଭାବକଙ୍କ ନମ୍ବର ପାଇବା ପାଇଁ ଠକମାନେ ବହୁ ନମ୍ବର ଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌କୁ ଟାର୍ଗେଟ କରୁଛନ୍ତି। ସେମାନେ ଗୋଟିଏ ନମ୍ବରକୁ ହ୍ୟାକ୍‌ କରି ଗ୍ରୁପ୍‌ର ସବୁ ନମ୍ବର ନେଇଯାଉଛନ୍ତି। ପରବର୍ତ୍ତୀ ସମୟରେ ପ୍ରତ୍ୟେକ ନମ୍ବର ଦ୍ୱାରା ସୋସିଆଲ ମିଡିଆ ଆଦିକୁ ଯାଞ୍ଚ କରି ପରିବାର ବିଷୟରେ ତଥ୍ୟ ନେଇ ଫସାଉଛନ୍ତି। ସିବିଆଇ ଆଦି ତଦନ୍ତ ଏଜେନ୍ସି କେବେ ଡରେଇବା ପାଇଁ ଏଭଳି କଲ୍‌ କରିବେ ନାହିଁ। ଠକେଇରେ ନ ପଡ଼ିବାକୁ ଲୋକମାନେ ସଚେତନ ହୋଇ ସାଧାରଣ ଜ୍ଞାନକୁ ବଢ଼ାଇବା ଦରକାର। ଭାରତ ସରକାର ବେଆଇନ ସିମ୍‌ ବନ୍ଦ କରିବା ପରେ ଠକମାନେ ପାକିସ୍ତାନରେ ରହି କିମ୍ବା ପାକିସ୍ତାନୀ ନମ୍ବରରେ ନିଜ ଫୋନରେ କଲ୍‌ କରୁଛନ୍ତି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରଣାଳୀରେ ଫସାଇବା ପାଇଁ ଉତ୍ତର କୋରିଆ, ଚାଇନା, ପାକିସ୍ତାନ ମିଶି ଭାରତକୁ ଟାର୍ଗେଟ୍‌ କରୁଛନ୍ତି। ଏ ଦିଗରେ ଲୋକମାନେ ସଚେତନ ହୁଅନ୍ତୁ ବୋଲି ପ୍ରଶାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri