Odisha Elections 2024
Posted inପୁରୀ

ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ

ପୁରୀ,୬ା୪: ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ କିପରି ହୋଇପାରିବ, ତାକୁ ନେଇ ପୁରୀ ଜିଲା ସାତଶଙ୍ଖସ୍ଥିତ ଛତାଘର ପ୍ରଧାନ ସାହିରେ ଥିବା ଅର୍ଗାନିକ ବାୟୋଟେକ୍‌ ଫାର୍ମ ପରିସରରେ ଓଏଫ୍‌ଏସ୍‌ ଆଇଏଫ୍‌ଏସ୍‌ ଓ କର୍ନାଟକ ଆଗ୍ରୋ କେମିକାଲର ମିଳିତ ଉଦ୍ୟମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିକାଲି ବଜାରରେ ବିକ୍ରି ହେଉଥିବା ପରିବାରେ ଉତ୍କଟ ବିଷ ତଥା ରାସାୟନିକ ପ୍ରଲେପ ଦିଆଯିବା ଦ୍ୱାରା, ଏହା ସ୍ବାସ୍ଥ୍ୟ ଉପରେ ମାରାତ୍ମକ ପ୍ରଭାବ ପକାଉଛି। ଏହାକୁ ଦୃଷ୍ଟିରେ ରଖି କୃଷକମାନଙ୍କୁ ଜୈବିକ ଉପାୟରେ କିପରି ଫସଲକୁ ରୋଗଦାଉରୁ ରକ୍ଷା କରିହେବ ସେ ସମ୍ପର୍କରେ ଏହି ପ୍ରଶିକ୍ଷଣ ଶିବିରରେ ଆଲୋଚନା ହୋଇଥିଲା। ଯେଉଁଥିରେ ଅବସରପ୍ରାପ୍ତ କୃଷି ଉପନିର୍ଦ୍ଦେଶକ ତଥା ବିଶିଷ୍ଟ କିଟତତ୍ତ୍ୱବିତ ଡ.ବିଜୟାନନ୍ଦ ମହାନ୍ତି କୃଷକମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରାକ୍ତନ କୃଷି ଅଧିକାରୀ ଗଗନ ବିହାରୀ ଧଳ ମୁଗ ଫସଲ ସହ ଅନ୍ୟାନ୍ୟ ଫସଲରେ ସନ୍ତୁଳିତ ଖାଦ୍ୟସାର ପରିଚାଳନା ଉପରେ ଆଲୋକପାତ କରିଥିଲେ। କର୍ନାଟକ ଆଗ୍ରୋ କେମିକାଲର ପ୍ରବୀର କୁମାର ପାଢ଼ୀ, ନିରାକାର ମିଶ୍ର, ରମେଶ ଚନ୍ଦ୍ର ସିଂ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ। ଉକ୍ତ ସଭାରେ ସଭାପତିତ୍ୱ କରି ଅବସରପ୍ରାପ୍ତ ଓମ୍‌ଫେଡ୍‌ ଅଧିକାରୀ ଅନ୍ନପୂର୍ଣ୍ଣା ଦାସ କୃଷିରେ ଜୈବ ପଦ୍ଧତିର ପ୍ରୟୋଗ ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ରୋଡ୍‌ ଶୋ’ କଲେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍‌...

Video: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଭିଡିଓ

ପୁରୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ପୁରୀରେ ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ବାଇଶି...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ…

ଭୁବନେଶ୍ୱର,୧୭।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ୧୯ତାରିଖ ରବିବାର...

ବିପଦପୂର୍ଣ୍ଣ ଅବସ୍ଥାରେ ବ୍ଲକ ଜୀବିକା ମିଶନ ଅଫିସ୍‌

ଗୋପ,୧୬।୫(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ବ୍ଲକ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହିହେବନି। ଏପରି...

ନିର୍ବାଚନ ପୂର୍ବରୁ ସତ୍ୟବାଦୀରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ବଡ଼ ନେତା

ପୁରୀ,୧୬।୫: ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା। ଭାଜପାରୁ ଇସ୍ତଫା ଦେଇଛନ୍ତି ପୁରୀ ଜିଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ। ଗୁରୁବାର ସେ...

ପୁଣି ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୧୨।୫: ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଏହି ଗସ୍ତ ସମୟରେ ସେ ପୁରୀରେ ରୋଡ୍‌ ଶୋ କରିବେ। ଏହାସହିତ କଟକ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri