ବିଜେଡି ସ୍ଥିର, ବଢୁଛି ଭାଜପା, କଂଗ୍ରେସ ନୀରବ

ଯାଜପୁର,୫ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାରେ ଯଥେଷ୍ଟ ପ୍ରାକୃତିକ ସମ୍ପଦ ଥିଲେ ବି ସେସବୁର ଠିକ୍‌ ବିନିଯୋଗ ନ ହେବାରୁ ନିଯୁକ୍ତି ସୁଯୋଗ ସୃଷ୍ଟି ସଙ୍କୁଚିତ ହୋଇଛି। ଏହା ଉପରେ ପୁଣି ଖଣି ଓ ଶିଳ୍ପାଞ୍ଚଳରେ ଅଣଓଡ଼ିଆଙ୍କ ଅନାଧିକାର ପ୍ରବେଶ ବେକାର ଯୁବତୀଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟିଯିବାକୁ ବାଧ୍ୟ କରୁଛି। ଖଣି ଓ ଶିଳ୍ପ ସମୃଦ୍ଧ ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହା ଦେଖିବାକୁ ମିଳିଛି। ଗତ ଦୁଇ ଦଶନ୍ଧି ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳବାସୀ ଏହି ସମସ୍ୟାକୁ ଠିକ୍‌ ଭାବେ ବୁଝି ପାରିଛନ୍ତି। ଚଳିତ ନିର୍ବାଚନରେ ଏହାକୁ ପ୍ରମୁଖ ଅସ୍ତ୍ର କରିଛି ବିରୋଧୀ ଭାଜପା। ଭାଜପା ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ(ଟୁଟୁ)ଙ୍କୁ ଅଞ୍ଚଳବାସୀ ସମ୍ବର୍ଦ୍ଧନା ଦେବାକୁ ଯାଇ ଦାନଗଦିଠାରୁ ସୁକିନ୍ଦା ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ ଶାସକ ଦଳ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇ(ଡାନି)ଙ୍କୁ ବିଚଳିତ କରିଛି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ଶାସକ ବିଜେଡିର କେତେଜଣ ଅସନ୍ତୁଷ୍ଟ କର୍ମୀ ଟୁଟୁଙ୍କୁ ଭିତିରିଆ ସମର୍ଥନ କରୁଥିବା ଚର୍ଚ୍ଚା ଏଥର ରାଜନୈତିକ ସମୀକରଣକୁ ଓଲଟପାଲଟ କରି ଦେଇପାରେ ବୋଲି ଆଲୋଚନା ହେଉଛି।
ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ବାପପୁଅ ନିର୍ବାଚିତ ହୋଇ ଆସୁଛନ୍ତି ା ତେଣୁ ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି ା ପ୍ରତି ନିର୍ବାଚନରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଏଠାରେ କଡା ଟକ୍କର ହେଉଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଡାନି ୭୭୫୧୦(୪୮.୨%), ଭାଜପାର ଟୁଟୁ ବଳ ୬୦୭୮୦(୩୭.୭୯%) ଓ କଂଗ୍ରେସର ଶରତ ରାଉତ ୧୮୬୧୯(୧୧.୫୮%) ଭୋଟ ପାଇଥିଲେ। ଏଥିରୁ ଭାଜପା ଦ୍ୱିତୀୟ ସ୍ଥାନରେ ରହି ବିଜେଡିକୁ ସତର୍କ ସୂଚନା ଦେଇଥିଲା। ଏଥର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ନିଯୁକ୍ତି ସହ ବିଭିନ୍ନ ପ୍ରସଙ୍ଗ ବଢିଛି। ଭୋଟରମାନେ ମଧ୍ୟ ଅଧିକ ସଚେତନ ଥିବା ମନେ ହେଉଛି। ଭୋଟରମାନଙ୍କ କହିବା କଥା ଯେ, କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅଣଓଡିଆଙ୍କ ରାଜୁତି ଚାଲିଛି। ଶ୍ରମିକ ଓ ବିସ୍ଥାପିତମାନେ ନିଜ ହକ୍‌ ପାଇଁ ଆନ୍ଦୋଳନ କଲେ ବି କେହି ଶୁଣୁ ନାହାନ୍ତି। ଏଠାରେ ପ୍ରାୟ ୪୦୦ ଠିକାସଂସ୍ଥା ମଧ୍ୟରୁ ପ୍ରାୟ ୩୦୦ ଠିକାସଂସ୍ଥା ଅଣଓଡ଼ିଆ। ଏଠାରେ କାର୍ଯ୍ୟରତ ପ୍ରାୟ ୪୫୦୦୦ ଠିକା ଶ୍ରମିକ ଠିକ୍‌ ଭାବେ ତାଙ୍କ ନାର୍ଯ୍ୟ ଅଧିକାର ପାଇ ପାରୁନାହାନ୍ତି। ଏହାସହ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଇ ରାଜ୍ୟ ବାହାରର ଶିକ୍ଷିତ ଯୁବତୀଯୁବକଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଏଭଳି ଗୁରୁତର ସମସ୍ୟାକୁ ବିଧାୟକ ପ୍ରୀତିରଞ୍ଜନ ଘଡେଇ ଉପଯୁକ୍ତ ଭାବେ ସମାଧାନ କରିବାରେ ବିଫଳ ହୋଇଛନ୍ତି। ଏପରି କି ରାଜ୍ୟ ବାହାରର ଠିକାସଂସ୍ଥା ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ହାତ ମିଲାଇ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରୁଥିବା ଆଲୋଚନା ହେଉଛି। ଏହି ପ୍ରସଙ୍ଗ ଭୋଟରଙ୍କ ମନକୁ ଏଥର ଆନ୍ଦୋଳିତ କରିଛି ବୋଲି ମତପ୍ରକାଶ ପାଉଛି। ଅନ୍ୟପକ୍ଷେ ଗ୍ରାମାଞ୍ଚଳରେ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦିଗରେ ବିଜେଡିର ଅସଫଳତା, ନଗଡ଼ାରେ ଶିଶୁ ମୃତ୍ୟୁହାର, ସୁଦୃଢ ଗମନାଗମନର ଅଭାବ, ପାଇପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଆଦି ପ୍ରସଙ୍ଗ ଭାଜପା ଉତ୍ଥାନର ପ୍ରମୁଖ କାରଣ ହୋଇଛି। ନଗଡ଼ାକୁ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ଲୋକାୟୁକ୍ତରେ ମାମଲା, ଏହାର ମରାମତି ପାଇଁ ମିଥ୍ୟା ବିଲ ଭାଉଚର କରି ୪୪ ଲକ୍ଷ ଟଙ୍କା ହଡପ ଅଭିଯୋଗ ଏବଂ ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଭାଗବଣ୍ଟା ନ ଛିଣ୍ଡିବାରୁ ଥାନାରେ ମାମଲା, ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାରେ ବିଳମ୍ବ ଏବଂ ନିମ୍ନମାନର କାର୍ଯ୍ୟ ଅଭିଯୋଗ ଇତ୍ୟାଦି ପ୍ରସଙ୍ଗ ଭୋଟରଙ୍କୁ ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ କରିଛି। ଏହାବାଦ୍‌ ସୁକିନ୍ଦା ବିଜେଡିରେ ଅନ୍ତନ୍ଦ୍ୱନ୍ଦ୍ୱ ପ୍ରାର୍ଥୀଙ୍କୁ କାଳ ହେବ ବୋଲି ନିର୍ବାଚନ ସମୀକ୍ଷକମାନେ କହିଛନ୍ତି ା ଏହି କାରଣରୁ କଂଗ୍ରେସର ଭିତ୍ତିଭୂମିକୁ ଭାଜପା ଗତ ନିର୍ବାଚନରେ ଦଖଲ କରିବା ପରେ ଏଥର ବିଜେଡିକୁ ଅନେକ ମାତ୍ରାରେ ସଂଘର୍ଷ କରିବାକୁ ପଡୁଛି ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।
ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ଆମ୍ବେଡ଼କର ନ୍ୟାଶନାଲ କଂଗ୍ରେସ, ବହୁଜନ ମୁକ୍ତିପାର୍ଟି, କଳିଙ୍ଗସେନା ଓ ସ୍ବାଧୀନ ପ୍ରାର୍ଥୀ ମିଶି ପ୍ରାୟ ୨୨ ହଜାର ଭୋଟ ହାତେଇଥିଲେ। ସେତେବେଳେ ଅଧିକ ଆମତ୍ ବିଶ୍ୱାସ ଭାଜପାକୁ ହାନୀ କରିଥିଲା ବୋଲି ମତପ୍ରକାଶ ପାଇଥିଲା। ତେବେ ଏଥର ପରିସ୍ଥିତି ବହୁଳ ଭାବେ ପରିବର୍ତ୍ତନ ହୋଇଛି ା ଭାଜପା ଏଠାରେ ୨୦୧୪ରେ ୩%, ୨୦୧୭ ପଞ୍ଚାୟତ ନିର୍ବାଚନରେ ୧୦% ଓ ୨୦୧୯ ସାଧାରଣ ନିର୍ବାଚନରେ ୩୮% ଭୋଟ ପାଇ ଲମ୍ବଡିଆ ମାରିଛି। ଭାଜପା ଏହି ସଫଳତାକୁ ଆଧାର କରି ନିର୍ବାଚନ ଲଢୁଥିବାବେଳେ ଲୋକଙ୍କ ଅତି ନିକଟତର ହେଉଥିବା ଚର୍ଚ୍ଚା ହେଉଛି। ହେଲେ ବିଜେଡି ଏହାର ମୁକାବିଲା କରିବାକୁ ଭିତ୍ତିଭୂମି ପ୍ରସ୍ତୁତ କରି ସାରିଛି। ନିର୍ବାଚନ ପାଖେଇ ଆସିଲେ ଅର୍ଥ ଓ ଲୋକବଳ ବିଜେଡିର ପ୍ରମୁଖ ଅସ୍ତ୍ର ହେବ ବୋଲି ମତ ପ୍ରକାଶ ପାଇଛି। କିନ୍ତୁ କଂଗ୍ରେସ ଏକ ପ୍ରକାର ନୀରବି ଯାଇଛି। ବିଗତ ନିର୍ବାଚନର ଫଳାଫଳକୁ ବିଶ୍ଲେଷଣ କଲେ ବିଜେଡିର ଭୋଟହାର କମିଥିବାବେଳେ ଭାଜପାର ଭୋଟମୁଣି ଓଜନିଆ ହେବାରେ ଲାଗିଛି। ତେବେ ମୁଖ୍ୟ ବିରୋଧି ଦଳ ଭାବେ କଂଗ୍ରେସ ହଟିଯିବା ପରେ ଚଳିତ ନିର୍ବାଚନରେ ଭାଜପା ପ୍ରଭାବୀ ଢଙ୍ଗରେ ରଣନୀତି ଆପଣାଇଥିବାରୁ ବିଜେଡି ପାଇଁ ଏକ ଶକ୍ତ ଆହ୍ବାନ ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri