ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ ପଥିକଙ୍କ ପାଇଁ ବିପଦ ସାଜିଛି । ସାହୁ ଜଙ୍ଗଲ ନିକଟସ୍ଥ ରାସ୍ତା କଡ଼ରେ ଦୁଇଟି ଶୁଖିଲା ଗଛ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଗଛଗୁଡ଼ିକ ଯେକୌଣସି ମୁହୂର୍ତ୍ତରେ ରାସ୍ତା ଉପରେ ପଡିଲା ଭଳି ଲାଗୁଥିବା ବେଳେ ଏହା ଏକ ବଡ଼ ଧରଣର ଦୁର୍ଘଟଣା ସହ ଧନଜୀବନ ହାନିର ଆଶଙ୍କା ସୃଷ୍ଟି କରିଛି ।

ବର୍ତ୍ତମାନ କାଳବୈଶାଖୀ ସମୟ ହୋଇଥିବାରୁ ପ୍ରତିଦିନ ପବନ ଓ ବର୍ଷା ହେଉଛି । ଏହି ପୂର୍ତ୍ତ ବିଭାଗ ରାସ୍ତା ଦେଇ ଶତାଧିକ ଯାନବାହନ ସମେତ ସ୍ଥାନୀୟ କାଠକୁରା ଓ ଥୁଆମୂଳ ରାମପୁର ଗ୍ରାମବାସୀ ଯାତାୟାତ କରିଥାନ୍ତି। ଗଛଗୁଡ଼ିକର କାଣ୍ଡ ଓ ଶାଖା ସମ୍ପୂର୍ଣ୍ଣ ଶୁଖି ଯାଇଥିବାରୁ, ଏହା ତଳେ ଗତି କରୁଥିବା ଲୋକଙ୍କ ପାଇଁ ଏବେ ‘ମୃତ୍ୟୁର ଛାଇ’ ପରି ସାଜିଛି। ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏହାକୁ ନେଇ ଗଭୀର ଅସନ୍ତୋଷ ଓ ଭୟର ବାତାବରଣ ଦେଖିବାକୁ ମିଳିଛି।

ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଦକ୍ଷିଣ ବନାଞ୍ଚଳ ଫରେଷ୍ଟର ଏକାଦଶୀ ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି, “ଆମେ ତୁରନ୍ତ ସେହି ସ୍ଥାନକୁ ଯାଇ ଗଛର ସ୍ଥିତି ଯାଞ୍ଚ କରିବୁ। ଯଦି ଗଛଟି ଅତି ବିପଦସଙ୍କୁଳ ଅବସ୍ଥାରେ ଥିବା ଜଣାପଡ଼େ, ତେବେ ଉପରିସ୍ଥ ଅଧିକାରୀ (DFO)ଙ୍କୁ ଅବଗତ କରାଯାଇ କାଟିବାର ବ୍ୟବସ୍ଥା କରାଯିବ। ଅଥବା ସ୍ଥାନୀୟ ସରପଞ୍ଚଙ୍କ ତରଫରୁ ଏକ ଲିଖିତ ଅଭିଯୋଗ ମିଳିଲେ ମଧ୍ୟ ଆମେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବୁ।”

ସମସ୍ୟା ସ୍ପଷ୍ଟ, ସମାଧାନର ବାଟ ମଧ୍ୟ ଖୋଲା ଅଛି। ମାତ୍ର ବଡ଼ ପ୍ରଶ୍ନ ହେଉଛି—ପ୍ରଶାସନ କୌଣସି ଅଘଟଣ ଘଟିବା ଯାଏଁ ଅପେକ୍ଷା କରିବ ନା ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ବିପଦକୁ ହଟାଇବ? PWD ବିଭାଗ ଏବଂ ବନ ବିଭାଗର ସମନ୍ୱିତ ପଦକ୍ଷେପ ହିଁ ଏଠାରେ ଜୀବନ ବଞ୍ଚାଇପାରିବ। ଏହି ବିପଦପୂର୍ଣ୍ଣ ଶୁଖିଲା ଗଛକୁ ତୁରନ୍ତ କାଟିବା ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୨ ଅଗଷ୍ଟରେ ଆକାଶରେ ବଡ଼ ମହାଜାଗତିକ ଘଟଣା: ଏହି ରାଶି ଉପରେ ମାଡ଼ିଆସୁଛି ବଡ଼ ସଙ୍କଟ! ରୁହନ୍ତୁ ସତର୍କ

୧୨ ଅଗଷ୍ଟ ୨୦୨୬ ରାତିରେ ଆକାଶରେ ଏକ ବଡ଼ ଖଗୋଳୀୟ ଘଟଣା ଘଟିବାକୁ ଯାଉଛି। ଚନ୍ଦ୍ର କିଛି ସମୟ ପାଇଁ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଢାଙ୍କିଦେବ। ବିଶ୍ୱର ଅନେକ…

ଓଲଟିଲା କୋଇଲା ବୋଝେଇ ଟ୍ରକ: ଓଡ଼ିଶା-ଆନ୍ଧ୍ର ଯାତାୟତ ଠପ୍‌

ରାୟଗଡ଼ା,୧୦।୮(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲା ପାର୍ବତୀପୁର ନିକଟରେ ସୋମବାର ଏକ କୋଇଲା ବୋଝେଇ ଏକ ଟ୍ରକ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ଓଡ଼ିଶା-ଆନ୍ଧ୍ରକୁ ସଂଯୋଗ…

ସୂର୍ଯ୍ୟ-କେତୁଙ୍କ ‘ଗ୍ରହଣ ଯୋଗ’ରେ ଚମକିବ ଭାଗ୍ୟ: ୭ ଦିନ ପରେ ଏହି ୩ ରାଶିକୁ ହଠାତ୍‌ ମିଳିବ ଧନଲାଭ!

୭ ଦିନ ପରେ ଅର୍ଥାତ୍‌ ୧୭ ଅଗଷ୍ଟ, ୨୦୨୬ ଦିନଟି ଜ୍ୟୋତିଷ ଦୃଷ୍ଟିରୁ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। କାରଣ ଏହି ଦିନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ…

୮ ଫୁଟ ଲମ୍ବର ଅଜଗର ଉଦ୍ଧାର: ଜମିରେ ଚାଷ କାମ କରୁଥିବାବେଳେ…

କେସିଙ୍ଗା,୧୦।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁସ୍ଥିତ ତେଳନଦୀ ଜମି ପାର୍ଶ୍ୱରୁ ସୋମବାର ୮ ଫୁଟ ଲମ୍ବର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପରିବାର ଲୋକ ବେସାହାରା

ଖଡ଼ିଆଳ,୧୦ା୮ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତ କୁଲିଗାଁ ଗ୍ରାମରେ ଲଗାଣ ବର୍ଷାରେ ଘର ଭାଙ୍ଗିବା ପରେ ଏକ ପରିବାର ବେସାହାରା…

ଦାଦନ ଖଟିବାକୁ ଯାଇ କେରଳରେ ଯୁବକ ମୃତ; ମୃତଦେହ ଗାଁକୁ ଆଣିବାକୁ ଜିଲାପାଳଙ୍କୁ ନିବେଦନ

ଜି.ଉଦୟଗିରି,୧୦।୮(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାରୁ ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା…

ଅମିତ ଶାହାଙ୍କୁ ଦେଖି ଦୌଡିଲେ କଲେକ୍ଟର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଚେନ୍ନାଇ,୧୦।୮: ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିରୁଭନ୍ନାମଲାଇର ପ୍ରସିଦ୍ଧ ଅନ୍ନାମଲାଇର ମନ୍ଦିର ପରିଦର୍ଶନ କରି ବିଶେଷ ପ୍ରାର୍ଥନା କରିଥିଲେ।…

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri