ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ କରିବାକୁ ଭାଜପାରେ ଯୋଗ ଦେଇଥିଲି। ଦଳ ପକ୍ଷରୁ ତାଙ୍କୁ ଜିଲା ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା। ତୃଣମୂଳସ୍ତରରେ ସଙ୍ଗଠନକୁ ମଜଭୁତ କରିବାକୁ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିଲା ତାଙ୍କୁ ଦଳ ଭିତରେ ଅଣଦେଖା କରାଯାଉଥିଲା । କର୍ମକର୍ତ୍ତାଙ୍କ ମତକୁ ବିଭିନ୍ନ ଫୋରମରେ ରଖିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ତୃଣମୂଳସ୍ତରର କର୍ମୀଙ୍କୁ ସମ୍ମାନ ମିଳୁ ନ ଥିଲା ଏବଂ ଅଣଦେଖା କରାଯାଉଥିଲା।

ଜିଲା ସଭାପତି ଭାବେ ଏହା ମୋତେ ବାଧିଥିଲା। ଯେଉଁଥିପାଇଁ ଦଳରୁ ଇସ୍ତଫା ଦେଇଛି ବୋଲି ପ୍ରକାଶ କହିଛନ୍ତି। ଦଳ ଛାଡିବା ପରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବି ବୋଲି ପ୍ରକାଶ ଗଣମାଧ୍ୟମକୁ କହିଛନ୍ତି। ନିର୍ବାଚନ ଲଢିବା ଏକ ଧର୍ମ ବୋଲି କହିଛନ୍ତି ପ୍ରକାଶ। ଅନ୍ୟପକ୍ଷେ ଖୁବଶୀଘ୍ର ପ୍ରକାଶ ନିଜ ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ଏପରିକି ପ୍ରକାଶ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଗୁରୁବାର ସଂନ୍ଧ୍ୟାରେ ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଦେଲେ ସୂଚନା

ଗଞ୍ଜାମ,୯।୫: ଗୁରୁବାର ଗଞ୍ଜାମ କନିଷିରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ...

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri