ବଲାଙ୍ଗୀର ଭାଜପା ଉତ୍ସାହିତ, ତ୍ରିମୁଖୀ ଲଢ଼େଇ ସମ୍ଭାବନା

ବଲାଙ୍ଗୀର,୨୪ା୩ (ବୀରେନ୍ଦ୍ର କୁମାର ଝାଙ୍କର): ବିଜେଡି-ଭାଜପା ମେଣ୍ଟ କଳ୍ପନାଜଳ୍ପନାର ଅବସାନ ପରେ ବଲାଙ୍ଗୀର ଜିଲାରେ ଭାଜପା କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। କୁହାଯାଉଥିଲା ମେଣ୍ଟ ଚର୍ଚ୍ଚା ଯୋଗୁୁ ବିଶେଷକରି ଭାଜପା ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ହତାଶା ଭିତରକୁ ଠେଲି ହୋଇଯାଇଥିଲେ। ଯେଉଁ ଆଶାୟୀମାନେ ଚଳିତ ନିର୍ବାଚନରେ ଦଳୀୟ ଟିକେଟ ପାଇବେ ଭାବିଥିଲେ, ସେମାନେ ୩/୪ ମାସ ପୂର୍ବରୁ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଦେଇଥିଲେ। ଏ ବାବଦରେ କେତେଜଣ ଆଶାୟୀ ବେଶ୍‌ କିଛି ଟଙ୍କା ଖର୍ଚ୍ଚ ବି କରିଥିଲେ। ତେଣୁ କିଛିଦିନର ମେଣ୍ଟ ଚର୍ଚ୍ଚା ସେମାନଙ୍କୁ ଅଡୁଆରେ ପକାଇଥିଲା। ଏବେ ଉଭୟ ଭାଜପା ଓ ବିଜେଡି ବିଧାନସଭାର ୧୪୭ ଓ ଲୋକ ସଭାର ୨୧ ସିଟ୍‌ରେ ଏକାକୀ ଲଢ଼ିବେ ବୋଲି ଘୋଷଣା କରିବା ପରେ ବିଜେଡି, ଭାଜପା ଓ କଂଗ୍ରେସ ତ୍ରିମୁଖୀ ଲଢ଼େଇ ସମ୍ଭାବନା ଦେଖାଦେଲାଣି।
ବଲାଙ୍ଗୀର ଲୋକ ସଭା ସିଟ୍‌ ଓ ବଲାଙ୍ଗୀର ଜିଲାର ୫ ବିଧାନସଭା ଆସନ ସ୍ଥିତି ଆକଳନ କଲେ ଭାଜପାର ଶକ୍ତି ଅପେକ୍ଷାକୃତ ବୃଦ୍ଧି ପାଉଥିବା ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନରେ ଲୋକ ସଭା ଆସନରୁ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ୫ ବିଧାନସଭା ଆସନ ମଧ୍ୟରୁ ଲୋଇସିଂହା ବିଧାନସଭା ଆସନରେ ଭାଜପା ଜିତିଥିଲା। ଲୋଇସିଂହାରୁ ମୁକେଶ ମହାଲିଙ୍ଗ ବିଜୟୀ ହୋଇଥିଲେ।  କଣ୍ଟାବାଞ୍ଜି ଆସନରେ ମାତ୍ର ୧୨୮ ଭୋଟ୍‌ରେ ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗ ପରାଜିତ ହୋଇଥିଲେ। ପାଟଣାଗଡ଼ ଆସନରେ ଭାଜପାର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ, ବଲାଙ୍ଗୀରରେ ଯୁବ ସଙ୍ଗଠକ ଅନନ୍ତ ଦାଶ ଓ ଟିଟିଲାଗଡ଼ରେ ଭାଜପା ପ୍ରାର୍ଥୀ ଅଶୋକ ଦୋରା ପରାଜିତ ହୋଇଥିଲେ ମଧ୍ୟ ଦଳ ଏହିସବୁ ଆସନରେ ସଙ୍ଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛି। ୨୦୨୪ ନିର୍ବାଚନ ପାଇଁ ଟିଟିଲାଗଡ଼ ବିଧାନସଭାରେ ବିଜେଡି ପ୍ରାର୍ଥୀଙ୍କୁ ଭାଜପାର ଟିକେଟ ଆଶାୟୀ ନବୀନ ଜୈନ କଡ଼ା ଟକ୍କର ଦେବେ ବୋଲି ଆଲୋଚନା ଜୋର ଧରିଛି। ଏଭଳି ସ୍ଥିତି ଟିଟିଲାଗଡ଼ର ବିଧାୟିକା ଟୁକୁନୀ ସାହୁ ଓ କଂଗ୍ରେସର ସୁରେନ୍ଦ୍ର ସିଂଭୋଇଙ୍କ ଚିନ୍ତା ବଢ଼ାଇଛି। ଅନ୍ୟପକ୍ଷେ କଣ୍ଟାବାଞ୍ଜି ଆସନରେ ଗତ ନିର୍ବାଚନରେ ଅଳ୍ପ ଭୋଟରେ ପରାଜିତ ଲକ୍ଷ୍ମଣ ବାଗ ଏଥର ପୁଣି ଥରେ ଟିକେଟ ଆଶାୟୀ ରହିଛନ୍ତି। ତାଙ୍କୁ ଟିକେଟ ମିଳିଲେ ଏଥର ବାଜିମାତ୍‌ କରିବେ ବୋଲି ତାଙ୍କ  ସମର୍ଥକମାନେ କହୁଛନ୍ତି। ପାଟଣାଗଡ଼ରେ କନକବର୍ଦ୍ଧନ ସିଂଦେଓ, ଲୋଇସିଂହାରେ ମୁକେଶ ମହାଲିଙ୍ଗ ଏବଂ ବଲାଙ୍ଗୀର ବିଧାନସଭା ଆସନରେ ଭାଜପା ଟିକେଟ ଆଶାୟୀ ଦୌଡ଼ରେ ସଙ୍ଗଠକ ଗୋପାଲଜୀ ପାଣିଗ୍ରାହୀ ଏବଂ ଶିବଦତ୍ତ ମିଶ୍ର ଆଗୁଆ ଥିବା ଚର୍ଚ୍ଚା ଧରିଛି।
ମେଣ୍ଟ ସମ୍ଭାବନା ମଉଳିବା ପରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି କୁହାଯାଉଛି। ତେବେ ପ୍ରତିପକ୍ଷ ବିଜେଡି ଏବଂ କଂଗ୍ରେସ ମଧ୍ୟ ବିଜୟୀ ହେବାର ଯଥେଷ୍ଟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ ଦେବେ ବୋଲି କସରତ କରୁଛନ୍ତି। ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନାହିଁ। ଏଭଳି ସ୍ଥିତିରେ କେଉଁ ଦଳର ପ୍ରାର୍ଥୀଙ୍କୁ ଟିକେଟ ମିଳିବ ଏବଂ କିଏ ଫାଇଦା ନେଇ ବିଜୟୀ ହୋଇପାରିବେ ତାହା ଏବେ ସର୍ବତ୍ର ଆଲୋଚନାର ବିଷୟ ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର-ପ୍ରଦୀପ ପାଣିଗ୍ରାହୀ ହାତାହାତି

ବ୍ରହ୍ମପୁର,୧୩।୫: ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଛନ୍ତି। ଗୋଷାଣୀ ନୂଆଗାଁ ଉତ୍କଳମଣି ୟୁପି ସ୍କୁଲ ବୁଥ...

ଭୋଟ ଦେଇ ଫେରୁଥିଲେ କୋଟିଆ ଭୋଟର: ବାଟରେ ଘଟିଲା ଦୁର୍ଘଟଣା

ପଟ୍ଟାଙ୍ଗି,୧୩।୫(ଶରତ ଧଳ): ରାଜ୍ୟରେ ଲୋକସଭା ଏବଂ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ମତଦାନ କରି ଘରକୁ ଫେରୁଥିବା ବେଳେ ଏକ...

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଚାଲିଗଲା ୨ ନାବାଳକଙ୍କ ଜୀବନ

ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ କ୍ଷେତରେ ଖଞ୍ଜା ଯାଇଥିବା ୟୁଜିବି ଲ୍ୟାଣ୍ଡମାଇନ୍‌ ସଂସ୍ପର୍ଶରେ ଆସି ସୋମବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ବୋଲେରୋରୁ ମିଳିଲା ୨ଲକ୍ଷ ୬୪ ହଜାରରୁ ଅଧିକ ଟଙ୍କା

ବାରିପଦା,୧୨।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଶାମାଖୁଣ୍ଟା ବ୍ଳକ ରଙ୍ଗମାଟିଆ ଛକରୁ ଏକ ବୋଲେରୋ ଗାଡିରୁ ବିପୁଳ ପରିମାଣର ଟଙ୍କା...

କୋଟିଆରେ ୭୬.୫୩ ପ୍ରତିଶତ ମତଦାନ: ଭୋଟରଙ୍କ ପାଇଁ ତତ୍ପରତା ଦେଖାଇଲା ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୧୩ା୫(ଶରତ ଧଳ): ପ୍ରଥମ ପର୍ଯ୍ୟାୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ସୋମବାର ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି। ସୀମାନ୍ତ ଭୋଟରଙ୍କ ପାଇଁ...

ବୁଥ ନ ହେବାରୁ ଭୋଟ ଦେଲେନି ଗ୍ରାମବାସୀ

କୋକସରା,୧୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସୋମବାର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପାଇଁ ମତଦାନ ପ୍ରକିୟା ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାରେ ମତଦାନ...

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌: ୨୦ ଆହତ

କେନ୍ଦୁଝର,୧୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ତେଲକୋଇ ଦେଇ ରାଉରକେଲା ଯାଉଥିବା ମା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ସୋମବାର ଅପରାହ୍ନରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଚେକିଂ ବେଳେ କାର୍‌ରୁ ବିପୁଳ ପରିମାଣର ଟଙ୍କା ଜବତ

ବୌଦ୍ଧ,୧୩।୫ (ଅଜିତ କୁମାର ବାରିକ): ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଗାଡି ଯାଞ୍ଚ ବେଳେ ଏକ କାର୍‌ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri