ରାସ୍ତାରେ କୁଢ଼ କୁଢ଼ ମଇଳା, ଭାସୁଛି କାଦୁଅ ପାଣି: ପ୍ରତିବାଦରେ ଟାୟାର ଜାଲି ରାସ୍ତାରୋକୋ

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦୀର୍ଘଦିନ ଧରି ମୁଖ୍ୟ ରାସ୍ତା ପୁରୁଣା କୋର୍ଟଛକଠାରୁ ଫାୟାର ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ଏହାକୁ ନେଇ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ରାସ୍ତା ମରାମତି ସକାଶେ ପୂର୍ତ୍ତ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କୁ ବିଭିନ୍ନ ସମୟରେ ଅବଗତ କରାଇଛନ୍ତି । ଏହି ରାସ୍ତାର ମରାମତି ଦାୟିତ୍ୱ ପୌରପାଳିକା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଛି । ହେଲେ ପୂର୍ତ୍ତ ବିଭାଗ ଅବହେଳା ଯୋଗୁ ଦୀର୍ଘଦିନ ଧରି ରାସ୍ତା ଏବଂ ନାଳ ମରାମତି ହୋଇପାରୁ ନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ କାଦୁଅ ପାଣି ଆସି ଘରେ ପଶିବା ସହ ରାସ୍ତା ଉପରେ ଚାଲୁଛି । ଏହାକୁ ନେଇ ଶନିବାର ସ୍ଥାନୀୟ ବାସିନ୍ଦା, ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଏକତ୍ରିତ ହୋଇ ସହରର କ୍ରିଷ୍ଣା ସିନେମା ହଲ ସମ୍ମୁଖରେ ଟାୟାର ଜାଳି ରାସ୍ତାରୋକୋ କରି ପ୍ରତିବାଦ କରିଛନ୍ତି ।

ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ ଲୋକେ ମାନି ନ ଥିଲେ। ଏପରି କି ବିଭାଗୀୟ ମୁଖ୍ୟଯନ୍ତ୍ରୀ ଏବଂ ଜିଲାପାଳଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ଅଡି ବସିଥିଲେ। ବର୍ତ୍ତମାନ ସୁଦ୍ଧା ଲୋକେ ରାସ୍ତା ଅବରୋଧ କରିଛନ୍ତି। ଅନ୍ୟପଟେ ରାସ୍ତା ଅବରୋଧକୁ ହଟାଇବା ପାଇଁ ଏସ୍‌ଡିପିଓ ମାଧବାନନ୍ଦ ନାୟକ, ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ସମସ୍ୟାର ସମାଧାନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ଅଣଦେଖା: ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଭବାନୀପାଟଣା,୯ା୫(ଉତ୍ତମ କୁମାର ଦାଶ): ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିମାନଙ୍କ...

୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍‌କାଷ୍ଟ

ଛତ୍ରପୁର,୯ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି...

ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି।...

ବିଧାୟକ, ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି କେସିଙ୍ଗା ନଗରପାଳ

କେସିଙ୍ଗା,୯ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଓ୍ବାର୍ଡ ନମ୍ବର ୬ରେ ନଗରପାଳ ନୃପରାଜ ଯାଦବ ପ୍ରଚଣ୍ଡ ଟାଣଖରାକୁ ଖାତିର ନ କରି ଓ୍ବାର୍ଡ ନଂ...

ଚିଲିକାରେ ବ୍ରିଜ୍‌ ନିର୍ମାଣ ହେବ: ଓଡ଼ିଶା ପାଇଁ ଏହି ସବୁ ଘୋଷଣା କଲେ ନୀତିନ ଗଡ଼କରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କୃଷ୍ଣପ୍ରସାଦରେ ନିଜର ଅଭିଭାଷଣ ରଖିଛନ୍ତି। ଏହି ସମୟରେ ଗଡ଼କରୀ ଓଡ଼ିଶା ପାଇଁ ଅନେକ ଘୋଷଣା କରିଛନ୍ତି।...

୨ ଶହ କୋଟି ଟଙ୍କାରେ ନିର୍ମାଣ ହେବ ପାରାଦୀପ ଏୟାରପୋର୍ଟ: ଗଡ଼କାରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପୁରୀରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ପରେ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଉଦ୍‌ବୋଧନ...

୧୧ରେ ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବରଗଡ଼,୯ା୫(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନାନୁଯାୟୀ, ମୋଦି ସେହିଦିନ ବରଗଡ଼ ସହର...

ନାମାଙ୍କନ କଲେ କୋରେଇ ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ

ଯାଜପୁର, ୯।୫: କୋରେଇ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ପାଣିକୋଇଲି ତାରିଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri