ଭାଜପା ଆଶାୟୀଙ୍କ ସହ ଯୋଡ଼ିହେଲେ ତ୍ରିନାଥ

ରାୟଗଡ଼ା/ଗୁଣପୁର,୧୬।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ି ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି ା ଭୁବନେଶ୍ୱରଠାରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟାନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ତ୍ରିନାଥ ଭାଜପାରେ ମିଶିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଭାଜପାରେ ଯୋଗଦେଇଥିବା ସେ କହିଛନ୍ତି। ଭାଜପାରୁ ଗୁଣପୁର ଆସନ ପାଇଁ ଆଶାୟୀ ରହିଥିବା ନେଇ ପଚାରିବାରୁ ଏ ବିଷୟରେ କିଛି ଭାବିନାହାନ୍ତି, ବରଂ ଜନସାଧାରଣଙ୍କ ସେବା ପାଇଁ ଭାଜପାରେ ଯୋଗଦେଇଥିବା କହିଛନ୍ତି ।
ତ୍ରିନାଥ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ ପାଇ ବିଧାୟକ ହୋଇଥିଲେ। ସେ କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗଙ୍କୁ ହରାଇଥିଲେ। ନିର୍ବାଚନ ପୂର୍ବରୁ ସେ ପେସାରେ ଶିକ୍ଷକ ଥିଲେ ା ଚାକିରିରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଇଥିଲେ । ଥରେ ବିଧାୟକ ହୋଇଥିଲେ ମଧ୍ୟ ୨୦୧୯ରେ ତ୍ରିନାଥଙ୍କ ବଦଳରେ ଦଳ ରଘୁନାଥ ଗମାଙ୍ଗଙ୍କୁ ଟିକେଟ ଦେଇଥିଲା। ଏଥିରେ ବ୍ୟତିବ୍ୟସ୍ତ ହୋଇ ୨୦୧୯ ନିର୍ବାଚନରେ ତ୍ରିନାଥ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ହେଁ ୨୬ହଜାର ୩୨୧ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।
ଆଲୋଚନା ହେଉଛି ତ୍ରିନାଥ ଟିକେଟ ପାଇବା ଆଶାରେ ଭାଜପାରେ ଯୋଗଦେଇଛନ୍ତି। କିନ୍ତୁ ପୂର୍ବରୁ ଅବସରପ୍ରାପ୍ତ ଏବିଡିଓ ନର୍ସିଙ୍ଗ ମାଣ୍ଡାଙ୍ଗି ଓ ପୂର୍ବତନ ସରପଞ୍ଚ ବିଜୟକୃଷ୍ଣ ଶବର ମଧ୍ୟ ଭାଜପାରୁ ଗୁଣପୁର ଆସନ ପାଇଁ ଆଶାୟୀ ରହିଛନ୍ତି । ଫଳରେ ଗୁଣପୁର ନିର୍ବାଚନମଣ୍ଡଳୀର ଭାଜପାରେ ଏବେ ଭ୍ରୂକଞ୍ଚନ ସୃଷ୍ଟି ହୋଇଛି । ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେଲେ ଗୁଣପୁର ଆସନ ପୂର୍ବ ଭଳି ଭାଜପା ଭାଗରେ ପଡ଼ିପାରେ ଓ ସେଥିପାଇଁ ତ୍ରିନାଥ ଭାଜପାରେ ଯୋଗଦେଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ବିଧାୟକ ରଘୁନାଥ ବିଜେଡିରୁ ପୁଣି ଥରେ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି  । ଗୁଣପୁର ବିଧାନସଭା ଆସନରେ ବିଜେଡି ପ୍ରତ୍ୟେକ ଥର ପ୍ରାର୍ଥୀ ପରିବର୍ତ୍ତନ କରୁଥିବା ବେଳେ ବର୍ତ୍ତମାନ ରଘୁନାଥଙ୍କୁ ଦଳ ପୁଣି ପ୍ରାର୍ଥୀ କରୁଛି କିମ୍ବା ଅନ୍ୟ କାହାକୁ ଟିକେଟ ଦେଉଛି, ତାହା ଦେଖିବାକୁ ବାକି ରହିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri