Posted inଜାତୀୟ

ଯିଏ ଭାଜପା ସହିତ ନ ରହିବେ ସେ ଜେଲ ଯିବେ, ବିରୋଧୀ ଦଳର ନେତା ଏବେ ଭୟଭୀତ…

ନୂଆଦିଲ୍ଲୀ,୧।୨ : ହେମନ୍ତ ସୋରେନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଛି। ସାତ ଘଣ୍ଟାରୁ ଅଧିକ ପଚରାଉଚରା ପରେ ଇଡି ମନି ଲଣ୍ଡରିଂ ମାମଲାରେ ସୋରେନଙ୍କୁ ଗିରଫ କରିଛି। ସୋରେନ ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ଇଣ୍ଡିଆର ସହଯୋଗୀ ବିରୋଧୀ ଦଳର ନେତାମାନେ ଗିରଫକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଦାୟୀ କରିଛନ୍ତି।

ଗିରଫ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଟୁଇଟ କରି କହିଛନ୍ତି ମୋଦିଙ୍କ ସହ ଯିଏ ନ ଯିବେ ସେ ସିଧା ଜେଲକୁ ଯିବେ। ବିରୋଧୀ ଦଳର ନେତାମାନେ ଏବେ ଭୟଭୀତ ହେଉଛନ୍ତି। ମୋଦି ସରକାର ପିଏମଏଲଏର ବ୍ୟବସ୍ଥାକୁ କଠୋର କରିଛନ୍ତି। ବିରୋଧୀ ସରକାରଙ୍କୁ ଦୁର୍ବଳ କରିବା ପାଇଁ ଏହା ବିଜେପିର ଷଡଯନ୍ତ୍ର। ଯାହା ଭାଜପାର ୱାଶିଂ ମେସିନରେ ପ୍ରବେଶ କଲା ତାହା ଧଳା, ଯାହା ପ୍ରବେଶ ନ କଲା ଯାହା ତାହା ଦାଗଯୁକ୍ତ। ଦେଶରେ ଏକଛତ୍ରବାଦୀ ଶାସନ ଶେଷ କରିବା ଲାଗି ଭାଜପାକୁ ବର୍ତ୍ତମାନ ପରାସ୍ତ କରିବାକୁ ପଡିବ। ଆମେ ଭୟ କରିବୁ ନାହିଁ। ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଲଢ଼ିବୁ।

ଏଥି ସହ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ବିରୋଧୀମୁକ୍ତ ସଂସଦ ଗଠନ ହେଉଛି ଭାଜପା ସରକାରଙ୍କ ଉଦ୍ଦେଶ୍ୟ। ଏକ ଗଣତନ୍ତ୍ର ମୁକ୍ତ ଭାରତ, ଏକ ପ୍ରଶ୍ନ ମୁକ୍ତ ଗଣମାଧ୍ୟମ ଏବଂ ଏକ ସମନ୍ବୟ ମୁକ୍ତ ଜନସାଧାରଣ ସୃଷ୍ଟି କରିବାକୁ ମୋଦି ସରକାର ପ୍ରୟାସ କରୁଛନ୍ତି। ଟୁଇଟ କରି ପ୍ରିୟଙ୍କା କହିଛନ୍ତି ସମସ୍ତ ରାଜ୍ୟ ସରକାରଙ୍କୁ ଗୋଟିଏ ପରେ ଗୋଟିଏ କରି ପତନ କରାଯାଉଛି। ବିରୋଧୀ ଦଳର ନେତାମାନେ ହଇରାଣ ହେଉଛନ୍ତି। ଯିଏ ଭାଜପାରେ ଯୋଗ ନ ଦେବେ ସେ ଜେଲ ଯିବେ। ଇଡିରୁ ସୋରେନଙ୍କୁ ହଇରାଣ କରିବା ଏବଂ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଅଭିଯାନର ଏକ ଅଂଶ। ୧୪୦ କୋଟି ଲୋକଙ୍କ ସ୍ବରକୁ ଚପାଯାଇ ପାରିବ ବୋଲି ଭାଜପା ମନରେ ଭ୍ରମ ସୃଷ୍ଟି ହୋଇଛି। ଜନସାଧାରଣ ପ୍ରତ୍ୟେକ ଅତ୍ୟାଚାରର ଜବାବ ଦେବେ।

ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ଇଡି କାର୍ଯ୍ୟାନୁଷ୍ଠାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଥମେ ବିହାର, ତାପରେ ଚଣ୍ଡିଗଡ଼ ଏବଂ ବର୍ତ୍ତମାନ ଝାଡଖଣ୍ଡର ପାଳି ବଡ଼ିଛି। ଭାଜପା ଗୋଟିଏ ସପ୍ତାହରେ ଗଣତନ୍ତ୍ରକୁ ନଷ୍ଟ କରିଦେଇଛି। ନିରପେକ୍ଷତାକୁ କେନ୍ଦ୍ର ସରକାର ନଷ୍ଟ କରୁଛନ୍ତି। ନିର୍ବାଚନରେ ପରାଜୟର ଭୟ ଥିବାରୁ ଅଧିକ ଏଜେନ୍ସି ବ୍ୟବହାର କରାଯାଉଛି। ସମସ୍ତ ଏଜେନ୍ସିକୁ ଭାଜପାର ସେଲ କରାଯାଇଛି। ଜନସାଧାରଣ ଭାଜପାର ଅହଂକାରକୁ ଭାଙ୍ଗିବେ। ଆରଜେଡି ହେମନ୍ତ ସୋରେନଙ୍କ ସହିତ ଛିଡା ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri