ଟିକସ ଖିଲାପ କରୁଛନ୍ତି ବଡ଼ବଡ଼ିଆ

ଭୁବନେଶ୍ୱର,୨୯।୧ (ବନ୍ଦନା ସେଠୀ): ଗତବର୍ଷ ଅପେକ୍ଷା ଚଳିତ ଆର୍ଥତ୍କ ବର୍ଷରେ ଅଧିକ ରାଜସ୍ବ ଆଦାୟ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲକ୍ଷ୍ୟ ରଖିଛି। କେବଳ ହୋଲ୍ଡିଂ ଟିକସ ବାବଦକୁ ୧୧୫କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ପ୍ରତି ଜୋନ୍‌କୁ ୩୨ରୁ ୪୦ କୋଟିର ଟାର୍ଗେଟ ଦିଆଯାଇଛି। ସେହିପରି ବିଜ୍ଞାପନ, ପାର୍କିଂ, ଟ୍ରେଡ୍‌ ଲାଇସେନ୍ସ ଓ ଅନ୍ୟାନ୍ୟ ବାବଦକୁ ମିଶାଇ ପ୍ରାୟ ୫ଶହ କୋଟି ଟଙ୍କାର ଟାର୍ଗେଟ ରହିଛି। ତେବେ ଚଳିତ ବର୍ଷ ଟିକସ ଆଦାୟ ଭଲ ହେଉଥିବା ବିଏମ୍‌ସି ପକ୍ଷରୁ କୁହାଯାଉଥିଲେ ବି ଧାର୍ଯ୍ୟ ଲକ୍ଷ୍ୟର ଅଧା ମଧ୍ୟ ପୂରଣ ହୋଇପାରି ନାହିଁ। ଲକ୍ଷ୍ୟ ପୂରଣରେ ବଡ଼ବଡ଼ିଆ ତଥା ସରକାରୀ ସଂସ୍ଥା ବାଧକ ସାଜୁଛନ୍ତି। ସେମାନଙ୍କ ଉପରେ କୋଟିକୋଟି ଟଙ୍କାର ରାଜସ୍ବ ବାକି ପଡୁଥିବା କାରଣରୁ ବିଏମ୍‌ସିକୁ ମଧ୍ୟ କ୍ଷତି ସହିବାକୁ ପଡୁଛି। ତେଣୁ ଏହି କ୍ଷତି କିଭଳି ଭରଣା କରାଯିବ ସେଥିପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ମାନସମନ୍ଥନ କରିବା ସହ ଖିଲାପକାରୀଙ୍କୁ ତାଗିଦ୍‌ କରିଥିଲେ। ଜାନୁଆରୀ ୧୫ ସୁଦ୍ଧା ଟିକସ ଖିଲାପକାରୀ ଘରମାଲିକ ଏବଂ ସଂସ୍ଥାଗୁଡିକୁ ନୋଟିସ୍‌ ପଠାଯିବା ପାଇଁ କମିଶନର ନିର୍ଦ୍ଦେଶ ଦେଇଥିଲେ। ଏବେସୁଦ୍ଧା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୨ଟି ସଂସ୍ଥାକୁ ଚିଠି କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। କମିଶନରଙ୍କ ଦସ୍ତଖତ ଥିବା ଏହି ଚିଠିରେ ତୁରନ୍ତ ବକେୟା ହୋଲ୍ଡିଂ ଟିକସ ପଇଠ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇଡ୍‌କୋ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ବିମାନ ବନ୍ଦର, ଟିପିସିଓଡିଏଲ୍‌, ଓୟୁଏଟି, ପ୍ରାଚୀ ଡିଭିଜନ୍‌ ଆଦି ବିଭିନ୍ନ ସଂସ୍ଥା ଉପରେ ପ୍ରାୟ ୫୦ କୋଟି ଟଙ୍କାର ବକେୟା ପଡି ରହିଛି। ସେହିପରି ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଏବଂ ହୋଟେଲ ଉପରେ ମଧ୍ୟ କୋଟିକୋଟି ଟଙ୍କାର ରାଜସ୍ବ ବାକି ପଡିଥିବାବେଳେ ଏମାନଙ୍କୁ ଜୋନ୍‌ ଅଫିସ୍‌ରୁ ନୋଟିସ୍‌ ଜାରି କରାଯାଇଛି। ବକେୟା ଥିବା ଘର ମାଲିକଙ୍କୁ ସ୍ମାର୍ଟସିଟି ପକ୍ଷରୁ ମେସେଜ୍‌ ପଠାଯାଇଛି। ଏତେ ପରେ ମଧ୍ୟ ଖିଲାପକାରୀମାନେ ଟିକସ ପଇଠ କରିବା ନେଇ ଆନ୍ତରିକତା ଦେଖାଉନାହାନ୍ତି, ଯାହାକି ବିଏମ୍‌ସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅପରପକ୍ଷେ ନିୟମିତ ଖିଲାପକାରୀଙ୍କ ବିରୋଧରେ ବିଏମ୍‌ସି ଓଡିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ (ଓପିଡିଆର)ଅନୁଯାୟୀ ମାମଲା ରୁଜୁ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ। କାରଣ ବର୍ଷବର୍ଷ ଧରି ଓପିଡିଆର୍‌ କେସ୍‌ ପଡି ରହୁଥିବାବେଳେ ତାହାର ଫଇସଲା ହୋଇପାରୁ ନାହିଁ। ବିଏମ୍‌ସିର ୩ଟିଯାକ ଜୋନ୍‌ରେ ବିଗତ ୩/୪ ବର୍ଷ ମଧ୍ୟରେ ବିଭିନ୍ନ ସଂସ୍ଥା ଉପରେ ରୁଜୁ ହୋଇଥିବା ଓପିଡିଆର୍‌ କେସ୍‌ରେ ୮କୋଟିରୁ ଊର୍ଦ୍ଧ୍ୱ ବକେୟା ଟଙ୍କା ପଡି ରହିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କେବଳ ଚଳିତ ବର୍ଷ ନୁହେଁ, ବିଗତ କିଛିବର୍ଷ ଧରି ଏହି ଧାରା ବଜାୟ ରହିଛି। ଫଳରେ ଗତବର୍ଷ ବିଧାନସଭାରେ ମଧ୍ୟ ବିଏମ୍‌ସି ହୋଲ୍ଠିଂ ଟିକସ ଝଡ଼ ଉଠିଥିଲା। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏନେଇ ବିଧାନସଭାରେ ପ୍ରଶ୍ନ କରିଥିବାବେଳେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହାର ଉତ୍ତର ରଖିଥିଲେ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୦ଲକ୍ଷ ଟଙ୍କାରୁ ଅଧିକ ହୋଲ୍ଡିଂ ଟିକସ ବକେୟା ରଖିଥିବା ମୋଟ୍‌ ୬୩ ସଂସ୍ଥା ଓ ବ୍ୟକ୍ତି ରହିଛନ୍ତି। ସେମାନଙ୍କ ଉପରେ ୫୦କୋଟି ଟଙ୍କାରୁ ଅଧିକ ହୋଲ୍ଡିଂ ଟିକସ ବକେୟା ଥିବାବେଳେ ସେମାନଙ୍କ ଉପରେ ଓପିଡିଆର୍‌ କେସ୍‌ ରୁଜୁ ହୋଇଥିବା ସୂଚନା ଦେଇଥିଲେ। ତେବେ ଏବେସୁଦ୍ଧା ସେମାନଙ୍କ ମଧ୍ୟରୁ ଅନେକ ଟିକସ ଦେଇ ନାହାନ୍ତି। ଫଳରେ ବାର୍ଷିକ କୋଟିକୋଟି ଟଙ୍କା ବିଏମ୍‌ସିକୁ କ୍ଷତି ସହିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri