ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ କଟକଣା

ଭୁବନେଶ୍ୱର,୨୩ା୧(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆସନ୍ତା ୨୬ ତାରିଖରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ସର୍ବସାଧାରଣ ଯାତାୟାତ ନିମନ୍ତେ କଟକଣା ଲାଗୁ କରାଯାଇଛି। ସକାଳ ସାଢେ ୬ଟାରୁ ପରେଡ଼ ସରିବା ପର୍ଯ୍ୟନ୍ତ କୌଣସି ଭାରୀଯାନ ଜନପଥ ରାସ୍ତା ଦେଇ ରାମ ମନ୍ଦିର ଛକଠାରୁ ରାଜମହଲ ଛକ ମଧ୍ୟରେ ଚଳାଚଳ କରିପାରିବେ ନାହିଁ। ମହାତ୍ମା ଗାନ୍ଧୀ ମାର୍ଗ ଦେଇ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ପିଏମ୍‌ଜି ଛକ ମଧ୍ୟରେ କୌଣସି ପ୍ରକାରର ଯାନବାହନ ଚଳାଚଳ କରିବ ନାହିଁ। ସେହିପରି ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଛକ ଆଡକୁ ଯାନବାହନ ଯିବାକୁ ବାରଣ କରାଯାଇଥିବାବେଳେ କେଶରୀ ଟକିଜଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ଯିବାକୁ କୁହାଯାଇଛି। ସେହିପରି କୌଣସି ଗାଡି ଏଜି ଛକ ପଟୁ ପିଏମ୍‌ଜି ଛକ ଆଡକୁ ଯାଇପାରିବେ ନାହିଁ। ଏସବୁ ଗାଡି ସୂଚନା ଭବନଠାରୁ ଡାହାଣ ପାର୍ଶ୍ୱ ଦେଇ ଇଡ୍‌କଲ ଅଡିଟୋରିୟମ ରାସ୍ତା ଦେଇ ଯାଇପାରିବେ। ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡି ଏମ୍‌ଏଲ୍‌ଏ କଲୋନୀ ପାଖ ୟୁନିଟ-୪ ରାସ୍ତା ଦେଇ ଯାଇପାରିବେ। ମହାତ୍ମାଗାନ୍ଧୀ ମାର୍ଗକୁ ଲାଗି ଥିବା ସମସ୍ତ ଗଳିକନ୍ଦି ରାସ୍ତା ବନ୍ଦ ରହିବ। କେବଳ ପଥଚାରୀମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗକୁ ଯିବାକୁ ଦିଆଯିବ। ଏହାସହ ଭିଆଇପି ଓ ଭିଭିଆଇପିମାନେ ଜନପଥ ରାସ୍ତା ଦେଇ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଆସିପାରିବେ। ତେବେ ସୋମବାର ଭଳି ୨୪ ତାରିଖ ଅପରାହ୍ଣ ୨ଟାରୁ ୫ଟା ୩୦ ପର୍ଯ୍ୟନ୍ତ ଏହି ଗାଡି ଚଳାଚଳ କଟକଣା ମଧ୍ୟ ଲାଗୁ ହୋଇଛି।
ଅପରପକ୍ଷେ ୨୬ ତାରିଖ ସକାଳ ସାଢେ ୬ଟାରୁ ପରେଡ଼ ସରିବା ପର୍ଯ୍ୟନ୍ତ ପିଏମଜି ଛକଠାରୁ ମାଷ୍ଟର କ୍ୟାଣ୍ଟି ଛକ ଓ ଏହାର ଆଖପାଖରେ ଗ୍ୟାସ୍‌ ବେଲୁନ ବିକ୍ରି କରାଯିବାକୁ ବାରଣ କରାଯାଇଛି। ପରେଡ଼ ସମୟରେ ରେଲୱେ ଷ୍ଟେଶନ ପାଖ ବିଡିଏ ବସ୍‌ ଷ୍ଟାଣ୍ଡ, କଂଗ୍ରେସ ଭବନ ସାମ୍ନା ଖାଲି ସ୍ଥାନ, ଇଡ୍‌କଲ ଅଡିଟୋରିୟମ ସାମ୍ନା ଖାଲି ସ୍ଥାନ, ସୂଚନା ଭବନ ସାମ୍ନା ଖାଲି ସ୍ଥାନ,ଏସବିଆଇ ୟୁନିଟ-୩ ସାମ୍ନା ଖାଲି ସ୍ଥାନ ଓ ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ଗାଡି ପାର୍କିଂର ବ୍ୟବସ୍ଥା ହୋଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri