Posted inରାଜ୍ୟ

ଫେବୃଆରୀ ୩ ରୁ ୫ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, ବିପୁଳ ସଫଳତା ପାଇଁ ସମନ୍ବୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨।୧: ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ଏଥିପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଭାଷା ସମ୍ମିଳନୀ ଓଡ଼ିଆ ଅସ୍ମିତାର ପରିଚୟ ହେବ। ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଆହୁରି କିପରି ଲୋକପ୍ରିୟ କରାଯିବ ଏ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯିବ । ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଏହି ଭାଷା ସମ୍ମିଳନୀ ଯୁବପିଢ଼ିଙ୍କୁ ଓଡ଼ିଆ ଭାଷା ପ୍ରତି ଆକର୍ଷିତ କରିବ ।

ଏହି ସମ୍ମିଳନୀରେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ଉପରେ ଅନେକ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରାଯିବ । ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଷାବିତ୍‌ ମାନେ ଯୋଗ ଦେଇ ଓଡ଼ିଆ ଭାଷାର ପ୍ରାଚୀନତା ଓ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିବେ । ଏଥିରେ ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ । ଏଥିସହ ବିଶେଷଜ୍ଞ ମାନେ ଏହି ତିନି ଦିନରେ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ଉପରେ ତଥ୍ୟ ଭିତ୍ତିକ ଉପସ୍ଥାପନ କରିବେ ।

ସମ୍ମିଳନୀରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ତଥା ସବୁ ବର୍ଗର ବ୍ୟକ୍ତିବିଶେଷ ଯୋଗଦେବେ। ଓଡ଼ିଆ ଭାଷାକୁ ଅଭିନବ ଭାବେ କିଭଳି ଶିଖି ହେବ ଏ ସମ୍ପର୍କରେ ମଧ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ସମ୍ମିଳନୀ ବିଶ୍ୱର କଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଷାଭାଷୀ ମାନଙ୍କ ନିମନ୍ତେ ଏକ ନୂତନ ଆଲୋକବର୍ତ୍ତିତା ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri