ଭୂତଳ ଜଳରେ ଫ୍ଲୋରାଇଡ୍‌, ଆର୍ସେନିକ

ଭୁବନେଶ୍ୱର,୨୯ା୧୨(ଅନିଲ ଦାସ): ରାଜ୍ୟରେ ଭୂତଳ ଜଳ ପ୍ରଦୂଷିତ ହେଉଛି। ବିଶେଷକରି ଜଳରେ ଫ୍ଲୋରାଇଡ୍‌, ଆର୍ସେନିକ, ନାଇଟ୍ରେଟ୍‌, ପିଏଚ୍‌ର ମାତ୍ରା ଅଧିକ ରହୁଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ଭୂଗର୍ଭ ଜଳରେ ଫ୍ଲୋରାଇଡ୍‌ ଏବଂ ଆର୍ସେନିକ ମାତ୍ରା ଅଧିକ ରହୁଥିବାରୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ରାସାୟନିକ ପଦାର୍ଥ ଅତ୍ୟନ୍ତ ମାରାତ୍ମକ ଓ ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି ଟ୍ରିବ୍ୟୁନାଲ କହିଛନ୍ତି। ଓଡ଼ିଶା ସମେତ ଦେଶର ୨୩୦ ଜିଲାରେ ଉକ୍ତ ବିଷାକ୍ତ ଦ୍ରବ୍ୟ ପାଣିରେ ଅଧିକ ପରିମାଣ ରହିଥିବା କୁହାଯାଇଛି। ନିକଟରେ କେନ୍ଦ୍ର ଭୂତଳ ଜଳ କର୍ତ୍ତୃପକ୍ଷ(ସିଜିଡବ୍ଲ୍ୟୁଏ) ପକ୍ଷରୁ ଏନ୍‌ଜିଟିଙ୍କ ନିକଟରେ ଦାଖଲ କରାଯାଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଏହା ରାଜ୍ୟ ବିଷୟ ହୋଇଥିବାରୁ ସିଜିଡବ୍ଲ୍ୟୁଏ ଏହା ଉପରେ କୌଣସି ପଦକ୍ଷେପ ନେଇପାରିବ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହା ଏକ ଜନସ୍ବାସ୍ଥ୍ୟ ଜଡ଼ିତ ମାମଲା ହୋଇଥିବା ବେଳେ ରାଜ୍ୟଗୁଡ଼ିକ ଉପରେ ଦାୟିତ୍ୱ ଛାଡ଼ି ସିଜିଡବ୍ଲୁୃ୍ୟଏ ନିଜ ଦାୟିତ୍ୱରୁ ହଟି ଯାଉଥିବା ନେଇ ଏନ୍‌ଜିଟି ଅସନ୍ତୋଷ ପ୍ରକାଶ କରିଛନ୍ତି। ଭୂତଳ ଜଳ ପ୍ରଦୂଷଣକୁ ନେଇ ଏନ୍‌ଜିଟି ପକ୍ଷରୁ ଡିସେମ୍ବର ୨୬ ତାରିଖରେ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରାଯାଇଛି। ଭୂତଳ ଜଳରେ ଥିବା ମାତ୍ରାଧିକ ଫ୍ଲୋରାଇଡ୍‌ ଏବଂ ଆର୍ସେନିକ ଭଳି ମାରାତ୍ମକ ରାସାୟନିକ ଦ୍ରବଣର ନିରାକରଣ ପାଇଁ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଆସନ୍ତା ମାସକ ମଧ୍ୟରେ ଜଣାଇବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ, ଓଡ଼ିଶାର ନୟାଗଡ଼ ଓ ଖୋର୍ଦ୍ଧା ଜିଲାର ଅଧିକାଂଶ ସ୍ଥାନରେ ଭୂଗର୍ଭ ଜଳରେ ଫ୍ଲୋରାଇଡ୍‌ର ମାତ୍ରା ଅଧିକ ରହୁଛି। ନିକଟରେ ଆଇଆଇଟି ଖଡଗପୁର, ମୁମ୍ବାଇସ୍ଥିତ ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟର ଏବଂ ହୋମି ଭାବା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟର ଏକ ଟିମ୍‌ ଉକ୍ତ ୨ ଜିଲାର ୨୨ଟି ନଳକୂପ ଓ କୂପରୁ ଜଳ ନମୁନା ସଂଗ୍ରହ କରିଥିଲେ। ସେଥିରୁ ପ୍ରାୟ ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମୁନାରେ ଫ୍ଲୋରାଇଡ୍‌ ଥିବା ଜଣାପଡ଼ିଛି। ଏପରି କି କେତେକ ନମୁନାରେ ପ୍ରତି ଲିଟର ଜଳରେ ୩.୫ ମିଲିଗ୍ରାମ୍‌ରୁ ଊର୍ଦ୍ଧ୍ୱ ଫ୍ଲୋରାଇଡ୍‌ ଥିବା ଜଣାପଡ଼ିଛି। ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) ମାନକ ଅନୁଯାୟୀ, ପ୍ରତି ଲିଟର ଜଳରେ ୧.୧ ମିଲିଗ୍ରାମ୍‌ ଫ୍ଲୋରାଇଡ୍‌ ରହିଲେ ତାହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ। ଫ୍ଲୋରାଇଡ୍‌ ସହିତ ଜଳରେ ସଲ୍‌ଫାଇଡ, କ୍ୟାଲ୍‌ସିୟମ ଓ ବାଇକାର୍ବୋନେଟ ଆୟନସ୍‌ ଭଳି ଦ୍ରାବକ ପରିମାଣ ମଧ୍ୟ ଅଧିକ ରହିଛି। ଯେଉଁ ଜଳରେ ଫ୍ଲୋରାଇଡ୍‌ କମ୍‌ ରହିଛି ସେଠାରେ ବାଇକାର୍ବୋନେଟ ପ୍ରତିଶତ ଅଧିକ ରହିଛି।
ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟର ୩୦ ଜିଲାର ୯୦ଟି ସ୍ଥାନରେ ୨୦୨୩ ଏପ୍ରିଲରେ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ଯେ ୧୭ଟି ସ୍ଥାନରେ ପିଏଚ୍‌(ପୋଟେନସିଆଲ ହାଇଡ୍ରୋଜେନ), ୧୫ଟି ସ୍ଥାନରେ ନାଇଟ୍ରେଟ୍‌ ଏବଂ ଗୋଟିଏ ସ୍ଥାନରେ ଫ୍ଲୋରାଇଡ୍‌ର ପରିମାଣ ବିଆଇଏସ୍‌ ମାନକଠାରୁ ଅଧିକ ରହୁଛି , ଯାହାକି ପାନୀୟ ଉପଯୋଗୀ ନୁହେଁ। ଦିନକୁ ଦିନ ଭୂତଳ ଜଳ ବ୍ୟବହାର ବୃଦ୍ଧି ପାଉଥିବାରୁ ଏହା ଚିନ୍ତାଜନକ ହୋଇଛି। ଜଳ ସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୨୦୧୭ରେ ଘରୋଇ କ୍ଷେତ୍ରରେ ବ୍ୟବହାର ପାଇଁ ୧.୧୫ ନିୟୁତ କ୍ୟୁବିକ୍‌ ମିଟର (ଏମ୍‌ସିଏମ୍‌) ଜଳ ବ୍ୟବହାର କରାଯାଉଥିବା ବେଳେ ୨୦୨୦ରେ ୧.୨୧ ଏବଂ ୨୦୨୨ରେ ୧.୨୪ ନିୟୁତ କ୍ୟୁବିକ୍‌ ମିଟର ଭୂଗର୍ଭ ଜଳ ବ୍ୟବହାର କରାଯାଇଛି।
ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ଯେଉଁ ସ୍ଥାନଗୁଡ଼ିକରେ ଭୂଗର୍ଭ ଜଳ ପାନୀୟ ଉପଯୋଗୀ ରହୁ ନାହିଁ ସେଠାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମ୍ପୃକ୍ତ ପୌରାଞ୍ଚଳ, ଜିଲା ଅଧିକାରୀ ଓ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ନେବା ସହ ଜନସାଧାରଣଙ୍କ ପାଇଁ ଫଳକ ଲଗାଇବା ଓ ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri