‘ମାମୁନି ଚରିତ୍ରରୁ ମୋର ପରିଚୟ’

ଅଭିନେତ୍ରୀ ସମର୍ପିତା ଦାଶଙ୍କ ପ୍ରଥମ ଚଳଚ୍ଚିତ୍ର ‘ଏଇ ଆକାଶ ତଳେ’ ନିକଟରେ ରିଲିଜ ହୋଇଯାଇଛି। ସ୍ଥିତି ପଟ୍ଟନାୟକ ଚରିତ୍ରରେ ଅଭିନୟର ଯାଦୁ ଦେଖାଇଥିବା ସମର୍ପିତାଙ୍କୁ ନେଇ ଏବେ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଚାଲିଛି ଚର୍ଚ୍ଚା। ଏହି ନବାଗତା ନାୟିକାଙ୍କ ଅଭିନୟ ଯାତ୍ରା ଆରମ୍ଭରୁ ହିଁ ରୋମାଞ୍ଚକର ରହିଛି। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ସିରିଜ୍‌ର ମାମୁନି ଚରିତ୍ର ହିଁ ଦେଇଥିଲା ପ୍ରଥମ ପରିଚୟ। ଏବେ ପ୍ରଥମ ପ୍ରବେଶରୁ ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କ ଭୂମିକା ଜଣେ ସଫଳ କଳାକାର ଭାବେ ଦର୍ଶକଙ୍କ ପାଖେ ନିଆରା ପରିଚୟ ସୃଷ୍ଟି କରିଛି। ଜଣେ ମଞ୍ଚ ନାଟ୍ୟ କଳାକାର ଭାବେ ମଧ୍ୟ ସେ ବେଶ୍‌ ପରିଚିତ। ତାଙ୍କ ଅଭିନୀତ ‘ସମୁଦ୍ରରେ ରାଜହଂସୀ’ ନାଟକ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇଛି। ସେହିପରି ‘ଇନ୍ଦ୍ରଧନୁ’ ଚଳଚ୍ଚିତ୍ର ମଧ୍ୟ ରିଲିଜ ଅପେକ୍ଷାରେ ରହିଛି। ସମର୍ପିତାଙ୍କ ସହ ଏଥରର ଧରିତ୍ରୀ ଆଳାପ।
କେମିତି ଅଛନ୍ତି। ଏବେ କ’ଣ ଚାଲିଛି?
ବହୁତ ଭଲ ଅଛି। ଏବେ ଏବେ ମୋ ପ୍ରଥମ ଚଳଚ୍ଚିତ୍ର ‘ଏଇ ଆକାଶ ତଳେ’ ରିଲିଜ ହୋଇସାରିଛି। ଆଶାଠୁ ଅଧିକ ମୋତେ ସହଯୋଗ ଆଉ ବହୁତ ଭଲ ପାଇବା ମିଳିଛି। ଯେଉଁଥିପାଇଁ ମୁଁ ମୋଟିଭେଟେଡ୍‌ ଅଛି। ଆଗକୁ ୨ଟା ନାଟକ ମଧ୍ୟ ଅଛି। ସେଥିପାଇଁ ରିହର୍ସାଲରେ ବ୍ୟସ୍ତ ରହୁଛି।
ଅଭିନୟକୁ କିଭଳି ଆସିଲେ, ମାମୁନି ଚରିତ୍ର ସମ୍ପର୍କରେ…?
ପାଠ ପଢ଼ିବା ସମୟରେ ଷ୍ଟୋରୀ ଲାବ୍‌ ପ୍ରଡକ୍ସନ ହାଉସ୍‌ ସହ ଯୋଡ଼ିହୋଇଥିଲି। ଚଳଚ୍ଚିତ୍ର କରିବା ଆଗରୁ ଦର୍ଶକ କେମିତି ବିଷୟବସ୍ତୁ ଚାହୁଁଛନ୍ତି, ତାହା ଜାଣିବାକୁ ଆମେ କିଛି ଭିଡିଓ କରି ସୋସିଆଲ ମିଡିଆରେ ଛାଡୁଥିଲୁ। ୨୦୧୫ରେ ଯେତେବେଳେ କଣ୍ଟେଣ୍ଟ କ୍ରିଏଟ୍‌ ହେଉ ନ ଥିଲା, ସେତେବେଳେ ମୋର ‘ମାମୁନି’ ଚରିତ୍ର ଲୋକଙ୍କୁ ବହୁତ ଭଲ ଲାଗିଥିଲା। ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମାମୁନି; ଜଷ୍ଟ ଲାଇକ୍‌ ଦ୍ୟାଟ୍‌ ସିରିଜ୍‌…ନାମରେ ସିରିଜ୍‌ ଭିଡିଓ ଅପ୍‌ଲୋଡ୍‌ ହେଉଥିଲା। ଯେଉଁଥିରେ ଦର୍ଶକ ମୋର ମାମୁନି ଚରିତ୍ରକୁ ବେଶ୍‌ ପସନ୍ଦ କରୁଥିଲେ। ସମର୍ପିତାକୁ ଲୋକ ଯେତିକି ଜାଣି ନାହାନ୍ତି ମାମୁନି କହିଲେ ସମସ୍ତେ ଜାଣନ୍ତି। ମାମୁନି ଚରିତ୍ର ପାଇଁ ଆଜି ମୁଁ ଏଠି ପହଞ୍ଚତ୍ପାରିଛି। ସେ ଚରିତ୍ର ହିଁ ଅଭିନୟ କରିବାକୁ ମୋତେ ବୁଷ୍ଟ ଦେଇଥିଲା। ଜଣେ କଳାକାରକୁ ଯାହା ସବୁ କରିବା ଦରକାର ଆମେ ସେତେବେଳୁ ସେ ସବୁ ପ୍ରାକ୍ଟିସ କରିବା ଆରମ୍ଭ କରି ଦେଇଥିଲୁ। ୨୦୨୦ରେ ଚଳଚ୍ଚିତ୍ର ପାଇଁ କାମ ଆରମ୍ଭ କଲୁ। ଏଥିସହ ମୁଁ ନାଟକ ମଧ୍ୟ କରେ।
ଚଳଚ୍ଚିତ୍ରର ଯାତ୍ରା ଆଉ ରିଲିଜ ପରର ଅନୁଭୂତି?
ମୁଁ ବହୁତ ଲକି ଆଉ ପ୍ରିଭିଲେଜ୍ଡ ଯେ, ମୋତେ ଏଭଳି ଏକ ଷ୍ଟ୍ରଙ୍ଗ କ୍ୟାରେକ୍ଟର ମିଳିଲା। ଇଣ୍ଡଷ୍ଟ୍ରିରେ ୫ରୁ ୬ବର୍ଷ କାମ ପରେ ଅଭିନେତ୍ରୀଙ୍କୁ ଲିଡ୍‌ ଚରିତ୍ର ମିଳିଥାଏ। ମାତ୍ର ପ୍ରଥମରୁ ପୁଣି ଏକ ମହିଳାକୈନ୍ଦ୍ରିକ ଚଳଚ୍ଚିତ୍ର ମିଳିବା ସତରେ ମୋର ଭାଗ୍ୟ। ବଡ଼ ଦାୟିତ୍ୱ ବି ଥିଲା କି ଲୋକେ ଏହି ଜୋନରର୍‌ ଚଳଚ୍ଚିତ୍ର ପସନ୍ଦ କରିବେକି ନାହିଁ। ଚ୍ୟାଲେଞ୍ଜିଂ ଥିଲା, ଆଉ ମଜା ବି ଆସିଥିଲା। ସବୁ ପରେ ଫିଲ୍ମ ରିଲିଜ ପରେ ଲୋକଙ୍କ ଭଲପାଇବା ମିଳିଲା। ମୋର ନିଜ ଉପରେ ଆହୁରି ଦୃଢ଼ ବିଶ୍ୱାସ ଆସିଯାଇଛି। ଫିଲ୍ମ ଦେଖି ଅନେକ ଦର୍ଶକ ମୋତେ ଧରି କାନ୍ଦିଛନ୍ତି।
ଛୋଟବେଳୁ କ’ଣ ଅଭିନୟ ପ୍ରତି ଇଚ୍ଛା ଥିଲା ?
ହଁ, ଯେବେବି ସିନେମା ଦେଖେ ଭାବେ ଜଣେ ଚରିତ୍ର କିଭଳି ସମୟ ଅନୁସାରେ ଅଲଗା ଅଲଗା ଚରିତ୍ରରେ ଅଭିନୟ କରୁଛି। ଜଣେ କଳାକାର ହେଲେ ବହୁତ ଚରିତ୍ର ସହ ବଞ୍ଚତ୍ବା, ଅନୁଭୂତି ନେବା ସେସବୁ ମୋତେ ଅଭିନୟ ପ୍ରତି ଆକର୍ଷିତ କରୁଥିଲା।
ଓଲିଉଡ୍‌ର ପ୍ରିୟ କଳାକାର?
ଅପରାଜିତା ମହାନ୍ତି ମୋର ବହୁତ ପ୍ରିୟ। ତାଙ୍କ ସହ ଅଭିନୟ କରିବାକୁ ଇଚ୍ଛା ଅଛି।
ପରିବାରର ସହଯୋଗ କିଭଳି ରହିଛି?
କେବଳ ପରିବାର ନୁହେଁ, ମୋର ସାଙ୍ଗସାଥୀ, ସମ୍ପର୍କୀୟ ସମସ୍ତଙ୍କ ସହଯୋଗ ସବୁବେଳେ ରହି ଆସିଛି।
ଅବସର ସମୟରେ କ’ଣ କରନ୍ତି?
ବହି ପଢ଼ିବାକୁ ଭଲପାଏ। ବେଳେବେଳେ ପାର୍କରେ ଏକା ବସେ, ଭିଡିଓ ଏଡିଟିଂ କରିବାକୁ ଭଲ ଲାଗେ।
ସାକ୍ଷାତ୍‌ : ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri