Posted inଖେଳ

ବୋଲିଂରେ ସୁଧାର ଆଣିବ ଭାରତ

ଥିରୁଭାନନ୍ତପୁରମ,୨୬।୧୧(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ୨ ଉଇକେଟ ଜିତିବା ପରେ ରବିବାର ଥିରୁଭାନନ୍ତପୁରମ୍‌ରେ ଖେଳାଯିବ ଦ୍ୱିତୀୟ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଭାରତୀୟ ବୋଲର ନିଜ ଫର୍ମ ସୁଧାରିବାକୁ ଚେଷ୍ଟା କରିବେ। ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଏଥିରେ ବ୍ୟାଟରଙ୍କ ଅବଦାନ ଅଧିକ ରହିଥିଲା। ଭାରତୀୟ ବୋଲର ୨୦୮ ରନ୍‌ ବ୍ୟୟ କରିଥିବା ବେଳେ କେବଳ ମୁକେଶ କୁମାର ଓ ଅକ୍ଷର ପଟେଲ ପ୍ରଭାବ ବିସ୍ତାର କରିପାରିଥିଲେ। ଉଭୟ ବୋଲର ଅଷ୍ଟ୍ରେଲୀୟ ବ୍ୟାଟରଙ୍କ ରନଗତି ରୋକିବାରେ ସମର୍ଥ ହୋଇଥିଲେ। ତେବେ କେରଳର ଗ୍ରୀନ୍‌ ଫିଲ୍ଡ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ମ୍ୟାଚ୍‌ରେ ମଧ୍ୟ ଆଉ ଏକ ରନ୍‌ ଭୋଜି ଦେଖିବାକୁ ମିଳିବ। ତେଣୁ ଭାରତୀୟ ବୋଲର ଏହି ମ୍ୟାଚ୍‌ରେ ଫର୍ମକୁ ଫେରିବାକୁ ପ୍ରୟାସ କରିବେ। ମୁକେଶ କୁମାର ଯେଉଁଭଳି ଭାବେ ନିଜର ଲାଇନ୍‌, ଲେନ୍ଥ ପରିବର୍ତ୍ତନ କରୁଥିଲେ ଓ ୟର୍କର ପକାଉଥିଲେ ଅନ୍ୟ ଭାରତୀୟ ବୋଲର ତାଙ୍କଠାରୁ ଶିଖିବା ଆବଶ୍ୟକ। ତେବେ ଏହି ଦଳର ଥିବା ଏକାଧିକ ବୋଲର ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରୁଥିବାରୁ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଖାସ୍‌ କରି ରବି ବିଷ୍ଣୋଇଙ୍କ ବୋଲିଂରେ ଏହା ସ୍ପଷ୍ଟ ନଜର ଆସୁଛି।
ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ ମଧ୍ୟ ଅପରିବର୍ତ୍ତିତ ରହିବ। ପ୍ରଥମ ମ୍ୟାଚ୍‌ରେ ଜୟସ୍ବାଲ ଦ୍ରୁତ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ପରିଣତ କରି ପାରି ନ ଥିଲେ। ଅନ୍ୟପକ୍ଷରେ ଋତୁରାଜ ଗାଏକ୍ୱାଡ୍‌ ଦୁର୍ଭାଗ୍ୟଜନକ ଭାବରେ ରନ୍‌ ଆଉଟ ହୋଇଥିଲେ। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ସମାନ ଲାଇନଅପ୍‌ ସହିତ ଓହ୍ଲାଇବାର ସମ୍ଭାବନା ଅଧିକ। ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନ୍‌ଙ୍କ ବ୍ୟାଟିଂ ଚମତ୍କାର ରହିଥିବା ବେଳେ ରିଙ୍କୁ ସିଂଙ୍କ ଫିନିଶ ଅତ୍ୟନ୍ତ ଚମତ୍କାର ରହିଥିଲା। ଅନ୍ତିମ ଓଭରରେ ୩ ବ୍ୟାଟର ରନ୍‌ ଆଉଟ ହୋଇଥିଲେ ମଧ୍ୟ ରିଙ୍କୁ ଯେଉଁଭଳି ଭାବରେ ବ୍ୟାଟିଂ କରିଥିଲେ ତାହା ପ୍ରଶଂସନୀୟ। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତତମ ଶତକ ହାସଲ କରିଥିବା ଜୋଶ ଇଂଲିଶଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଓପନ କରାଇବାର ରଣନୀତି ଫେଲ୍‌ ମାରିଥିବା ବେଳେ ଅନ୍ୟ ବିକଳ୍ପ ଉପରେ ନଜର ପକାଇବ ଅଷ୍ଟ୍ରେଲିଆ। ସେହିପରି ତନଭୀର ସାଂଘାଙ୍କ ସ୍ଥାନରେ ଆଡାମ ଜାମ୍ପାଙ୍କୁ ଖେଳାଇପାରେ ଅଷ୍ଟ୍ରେଲିଆ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri