ନଦୀ ପୁନରୁଦ୍ଧାରର ଅଗ୍ରଦୂତ

ସାରା ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏବେ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କର ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏ କ୍ଷେତ୍ରରେ ସହଭାଗୀ କରାଇବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଥ୍‌ ଆହେଡ୍‌’। ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ୨୪ ତାରିଖରେ ‘ଯୁବ ସମ୍ମିଳନୀ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ହେବାକୁ ଥିବା ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ବିହାରର ସ୍ନେହା ଶାହି। ପାଠ ପଢ଼ୁଥିବା ସମୟରୁ ଜଳବାୟୁ ପରିବର୍ତ୍ତନର ସମସ୍ୟାକୁ ସେ ବୁଝିଯାଇଥିଲେ। ସେଥିପାଇଁ ସେ ସ୍ନାତକୋତ୍ତର ପଢ଼ିବା ସମୟରୁ ହିଁ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ନିମନ୍ତେ ଆଗେଇ ଆସିଥିଲେ। ‘ପ୍ଲାଷ୍ଟିକ ଫ୍ରି’ ଉପରେ କାମ କରୁଥିବା ସ୍ନେହା ଏବେ ନିଜ କାମ ପାଇଁ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି। ଭାରତର ୧୭ଜଣ ୟୁଏନ୍‌ ୟଙ୍ଗ କ୍ଲାଇମେଟ୍‌ ଚାମ୍ପିୟନଙ୍କ ମଧ୍ୟରେ ସ୍ନେହା ଅନ୍ୟତମ। ବର୍ତ୍ତମାନ ନଦୀର ପୁନରୁଦ୍ଧାର କରିବା ଲକ୍ଷ୍ୟ ନେଇ ସେ କାର୍ଯ୍ୟ କରୁଛନ୍ତି।
ଯୁବ ପରିବେଶବିତ୍‌ ସ୍ନେହାଙ୍କ ବାପା ଏୟାର ଫୋର୍ସରେ ଚାକିରି କରିଥିବାରୁ ସେ ଦେଶର ବିଭିନ୍ନ ସ୍ଥାନରେ ରହିଛନ୍ତି। ତେବେ ତାଙ୍କ ପରିବାର ଗୁଜରାଟର ଭଦୋଦରାରେ ରହିବା ବେଳେ ସ୍ନେହା ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟରେ ଏନ୍‌ଭାଇରନମେଣ୍ଟାଲ ଷ୍ଟଡିଜ୍‌ରେ ପାଠ ପଢ଼ୁଥିଲେ। ୨୦୧୯ରେ ସ୍ନେହା ପ୍ଲାଷ୍ଟିକ ଟାଇଡ୍‌ ଟର୍ନର କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ, ଯେଉଁଥିରେ ତାଙ୍କୁ ବିଶ୍ୱବିଦ୍ୟାଳୟ ସହଯୋଗ କରିଥିଲା। ସେହି ଅଭିଯାନରେ ୨୦୦ କଲେଜର ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ବିଶ୍ୱମିତ୍ରି ନଦୀ ସହିତ ଯୋଡ଼ି ହୋଇଥିବା ଦୀର୍ଘ ୭.୫ କିମି ଲମ୍ବର ଏକ ନାଳ ‘ଭୁକି’ରୁ ଏହି କ୍ୟାମ୍ପେନ କରାଯାଇଥିଲା। ତେବେ ଏହି ନାଳକୁ ସଫା କରିବା ପାଇଁ ସେମାନଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା, କାରଣ ସେଠାରେ କୁମ୍ଭୀର ରହୁଥିଲେ। ତଥାପି ଏହି କ୍ୟାମ୍ପେନ ଜରିଆରେ ସେମାନେ ୭୦୦ କେଜି ପ୍ଲାଷ୍ଟିକ ବାହାର କରିଥିଲେ। ସେଥିମଧ୍ୟରୁ ବହୁ ପ୍ଲାଷ୍ଟିକକୁ ରିସାଇକଲ୍‌ କରିଥିଲେ। ସେହି ନାଳ ସଫା ହେବା ପରେ ଆଉ କୁମ୍ଭୀର ଦେଖାଦେଲେ ନାହିଁ। ନାଳରେ ଅଧିକ ପାଣି ହୋଇଯିବାରୁ କେବଳ ବର୍ଷାଦିନେ କୁମ୍ଭୀର ଦେଖାଯାଆନ୍ତି। ସେମାନେ ଜନସାଧାରଣ, ଅଫିସର, ଷ୍ଟେକ୍‌ହୋଲ୍ଡରଙ୍କୁ ନେଇ ଏକ ସର୍ଭେ କରିଥିଲେ। ପ୍ଲାଷ୍ଟିକର ବ୍ୟବହାର କଲେ କ’ଣ ହେବ ସେ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ଏହି ଅଭିଯାନରେ ସଫଳତା ପାଇବା ପରେ ସ୍ନେହା ଚାହିଁଥିଲେ ଅଧିକରୁ ଅଧିକ ଲୋକ କିପରି ଏଥିରେ ସଂଶ୍ଳିଷ୍ଟ ହୋଇପାରିବେ ଏବଂ ପ୍ଲାଷ୍ଟିକର ବ୍ୟବହାର କିପରି ପରିବେଶକୁ ଦୂଷିତ କରୁଛି ତାହା ବୁଝିପାରିବେ। ସେଥିପାଇଁ ସେ ଲୋକଙ୍କୁ ସଚେତନ କରିବା ପାଇଁ ଚାହିଁଲେ। ବିଭିନ୍ନ ସ୍କୁଲ ଓ କଲେଜକୁ ମଧ୍ୟ ଯାଇ ସେ ପ୍ଲାଷ୍ଟିକ ବ୍ୟବହାର ଉପରେ କର୍ମଶାଳା କରୁଛନ୍ତି। ସ୍ନେହାଙ୍କ କାର୍ଯ୍ୟକଳାପ ନେଇ ନ୍ୟାଶନାଲ ଜିଓଗ୍ରାଫିକ୍‌ର ‘ଓ୍ବାନ ଫର୍‌ ଚେଞ୍ଜ’ କ୍ୟାମ୍ପେନରେ ଫିଚର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri