Odisha Elections 2024

ଫିଫା-ଏଆଇଏଫ୍‌ଏଫ୍‌ ଟ୍ୟାଲେଣ୍ଟ ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର, ୨୨।୧୧ (ତପନ ସ୍ବାଇଁ): ଭାରତୀୟ ଫୁଟ୍‌ବଲ ଇତିହାସରେ ମଙ୍ଗଳବାର ଯୋଡ଼ିହୋଇଛି ଏକ ନୂଆ ଅଧ୍ୟାୟ। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଭାରତ-କାତାର ଫିଫା ବିଶ୍ୱକପ୍‌ ୨୦୨୬ ଓ ଏଏଫ୍‌ସି ଏସିଆନ କପ୍‌ ୨୦୨୭ କ୍ୱାଲିଫାୟର୍ସ ରାଉଣ୍ଡ-୨ ମ୍ୟାଚ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଫା-ଏଆଇଏଫ୍‌ଏଫ୍‌ ଟ୍ୟାଲେଣ୍ଟ ଏକାଡେମୀ ଉଦ୍‌ଘାଟନ କରିଛନ୍ତି। ମ୍ୟାଚ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଭୟ ଦଳର ଅଧିନାୟକଙ୍କ ସହ ପରିଚିତ ହେବା ପରେ ଏକାଡେମୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ, ଫିଫାର ଗ୍ଲୋବାଲ ଫୁଟ୍‌ବଲ ଡେଭଲପ୍‌ମେଣ୍ଟ ମୁଖ୍ୟ ଆର୍ସେନ ୱେଙ୍ଗର, ମୁଖ୍ୟ ଶାସନ ସଚିବ ପି.କେ. ଜେନା, ନବୀନ ଓଡ଼ିଶା ଏବଂ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଉନ୍ନୟନ କମିଶନର ଅନୁ ଗର୍ଗ, କ୍ରୀଡ଼ା ସଚିବ ଆର୍‌. ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଏକାଡେମୀରେ ଦେଶର ୧୪ ବର୍ଷରୁ କମ୍‌ ୫୦ ପ୍ରତିଭାସମ୍ପନ୍ନ ଖେଳାଳି ତାଲିମ ନେବେ। ଏହା ମଧ୍ୟରେ ଓଡ଼ିଶାର ୧୫ ଖେଳାଳି ରହିବେ। ଫିଫା ପକ୍ଷରୁ ନିଯୁକ୍ତ କୋଚ୍‌ ଏବଂ ଏଆଇଏଫ୍‌ଏଫ୍‌ ଓ ଓଡ଼ିଶା କୋଚ୍‌ ଏବଂ କର୍ମକର୍ତ୍ତାଙ୍କ ଦ୍ୱାରା ଏହି ଏକାଡେମୀ ପରିଚାଳିତ ହେବ। ”ଭାରତରେ ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ ଫୁଟ୍‌ବଲ ଏକ ଲୋକପ୍ରିୟ କ୍ରୀଡ଼ା। ଭାରତରେ ଅନେକ ପ୍ରତିଭାସମ୍ପନ୍ନ ଖେଳାଳି ଅଛନ୍ତି। ଉପଯୁକ୍ତ ଟ୍ରେନିଂ ପାଇଲେ ଆମ ଦଳ ଭବିଷ୍ୟତରେ ଉନ୍ନତ ପ୍ରଦର୍ଶନ କରିପାରିବ। ଆମେ ଫିଫା ଓ ଏଆଇଏଫ୍‌ଏଫ୍‌ ସହିତ ପାର୍ଟନର ହୋଇ ଏପରି ଏକାଡେମୀ କରିଥିବାରୁ ମୁଁ ବହୁତ ଖୁସି। ଭାରତରେ ଫୁଟ୍‌ବଲର ବିକାଶ ପାଇଁ ଏଆଇଏଫ୍‌ଏଫ୍‌ ସହଯୋଗରେ ଆମେ ଫୁଟ୍‌ବଲ ପ୍ରକଳ୍ପ ଏବଂ ଏଥିସମ୍ପର୍କିତ କାର୍ଯ୍ୟକୁ ସମର୍ଥନ କରିବୁ“ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ଏହା ପୂର୍ବରୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ଫୁଟ୍‌ବଲ ଏକାଡେମୀ ପରିସରରେ ଅପରାହ୍ନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏଆଇଏଫ୍‌ଏଫ୍‌ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏଆଇଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ ଏକାଡେମୀ ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ଫିଫାର ଗ୍ଲୋବାଲ ଫୁଟ୍‌ବଲ ଡେଭଲପ୍‌ମେଣ୍ଟ ମୁଖ୍ୟ ଆର୍ସେନ ୱେଙ୍ଗରଙ୍କ ଉପସ୍ଥିତିରେ ଏଆଇଏଫ୍‌ଏଫ୍‌ ସଭାପତି ଚୌବେ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ କମିଶନର ତଥା ସଚିବ ଆର୍‌. ଭିନିଲ କ୍ରିଷ୍ଣା ଏହି ଏମ୍‌ଓୟୁରେ ସ୍ବାକ୍ଷର କରିଥିଲେ। ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ଚୌବେ ଓଡ଼ିଶା ସରକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ”ଭାରତୀୟ ଫୁଟ୍‌ବଲକୁ ସବୁମତେ ସମର୍ଥନ କରିଥିବାରୁ ମୁଁ ଓଡ଼ିଶା ସରକାର ଓ ଫିଫା ସଭାପତିଙ୍କୁ ଧନ୍ୟବାଦ ଜଣାଉଛି। ଏହାର ଫଳସ୍ବରୂପ କିମ୍ବଦନ୍ତୀ ଆର୍ସେନ ୱେଙ୍ଗର ଏବେ ଭାରତ ଆସିବା ସମ୍ଭବ ହୋଇପାରିଛି। ତାଙ୍କ ଦିଗ୍‌ଦର୍ଶନ, ନେତୃତ୍ୱ, ବୈଷୟିକ ଯୋଜନା ଏବଂ ରଣନୀତି ଆଦି ଭାରତକୁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ସହାୟକ ହେବ। ଏହି ଏକାଡେମୀ ଦ୍ୱାରା ଆମେ ଆସନ୍ତା ୩ ବର୍ଷ ମଧ୍ୟରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଏବଂ ସିନିୟର ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବା ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛୁ“ ବୋଲି ଚୌବେ କହିଥିଲେ। ୱେଙ୍ଗର ମଧ୍ୟ ଏଠାକାର ବ୍ୟବସ୍ଥାରେ ଖୁସି ପ୍ରକାଶ କରିଥିଲେ। ”ମୁଁ ମୋ ଟିମ୍‌ ସହ ଭାରତ ଆସିଥିବାରୁ ବହୁତ ଖୁସି ଅଛି। ଓଡ଼ିଶାରେ ଭିତ୍ତିଭୂମିର ମାନ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ୨୧୧ ଦେଶ ମଧ୍ୟରେ ପ୍ରକୃତ ୟୁଥ୍‌ ଏଜୁକେଶନ ନ ଥିବା ମୁଁ ଅନୁଭବ କରୁଛି। ଯେଉଁଠାରେ ୟୁଥ୍‌ଙ୍କ ପାଇଁ ଭଲ ଏଜୁକେଶନ ସିଷ୍ଟମ୍‌ ରହିଛି ସେଠାରେ ଅନେକ ଖେଳିବାକୁ ସୁଯୋଗ ପାଉନାହାନ୍ତି। ବିଶ୍ୱର ସବୁ ପ୍ରତିଭାଙ୍କୁ ସୁଯୋଗ ଦେବା ଆମ ପ୍ରୋଗ୍ରାମର ମୁଖ୍ୟ ଲକ୍ଷ୍ୟ। ଉଚ୍ଚ ମାନର ପ୍ରତିଯୋଗିତା ସେମାନଙ୍କୁ ବଡ଼ ଖେଳାଳିରେ ପରିଣତ କରିବ। ଏଥିପାଇଁ କେତେଦିନ ଲାଗିବ ତାହା ଆମେ ଜାଣିନାହୁଁ। ମାତ୍ର ଏଜୁକେଶନ ବିନା ଆମେ ଯେଉଁଠି ଅଛୁ ସେଠାରେ ରହିଯିବୁ। ଭାରତକୁ ବୃହତ୍ତର ଦୃଷ୍ଟିରୁ ଫୁଟ୍‌ବଲ ମାନଚିତ୍ରକୁ ଆଣିବା ଆମର ଲକ୍ଷ୍ୟ। ଆମେ ୧୫ ବର୍ଷରୁ ଫୁଟ୍‌ବଲ ଖେଳିବା ଆରମ୍ଭ କରିବା ଉଚିତ ନୁହେଁ, ଏହା ୫ କିମ୍ବା ୬ ବର୍ଷରୁ ହେବା ଉଚିତ“ ବୋଲି ୱେଙ୍ଗର ପ୍ରକାଶ କରିଛନ୍ତି। ୱେଙ୍ଗର ଓଡ଼ିଶାକୁ ଆସିବା ଆମ ପାଇଁ ବଡ଼ ସମ୍ମାନ ସଦୃଶ ବୋଲି ଭିନିଲ ପ୍ରକାଶ କରିଥିଲେ। ଓ୍ବେଙ୍ଗରଙ୍କ ଉଦ୍ଦେଶ୍ୟରେ ଭିନିଲ କହିଥିଲେ ଯେ ଆପଣଙ୍କ ଉପସ୍ଥିତିରେ ଏଠାରେ ଅନେକ ଉତ୍ସାହ ଉଦ୍ଦୀପନା ପ୍ରକାଶ ପାଇଛି। ସାରା ବିଶ୍ୱରେ ଫୁଟ୍‌ବଲ ପ୍ରେମୀଙ୍କ ପାଇଁ ଆପଣ ପ୍ରେରଣା ସଦୃଶ। ଏଆଇଏଫ୍‌ଏଫ୍‌-ଫିିଫା ଟ୍ୟାଲେଣ୍ଟ ଏକାଡେମୀ ପାଇଁ ଭୁବନେଶ୍ୱରକୁ ବାଛିଥିବାରୁ ଆପଣଙ୍କୁ ଏବଂ ଫିଫାକୁ ଆନ୍ତରିକ ଧନ୍ୟବାଦ। କ୍ରୀଡ଼ାମନ୍ତ୍ରୀ କହିଥିଲେ ଯେ ଭାରତରେ ପ୍ରଥମଥର ପାଇଁ ଏଆଇଏଫ୍‌ଏଫ୍‌-ଫିିଫା ଏକାଡେମୀ ପ୍ରସ୍ତୁତ ହୋଇଛି। ଏହା ଓଡ଼ିଶାକୁ ଗ୍ଲୋବାଲ ସ୍ପୋଟର୍‌ସ ହବ୍‌ରେ ପରିଣତ କରିବାରେ ଦ୍ରୁତ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବେଲଜିୟମକୁ ହରାଇଲା ଭାରତ

ଆଣ୍ଟ୍ବେର୍ପ, ୨୨।୫: ଭାରତୀୟ ଜୁନିୟର ପୁରୁଷ ହକି ଦଳ ବିଜୟ ସହ ଏହାର ୟୁରୋପ ଟୁର୍‌ ଆରମ୍ଭ କରିଛି। ଉପ-ଅଧିନାୟକ ଶାରଦାନନ୍ଦ ତିଓ୍ବାରୀଙ୍କ ଡବଲ ଗୋଲ...

ଟାଇଟଲ ବଜାୟ ରଖିଲେ ସୁମିତ

କୋବ୍‌ (ଜାପାନ), ୨୨ା୫ : ଭାରତର ସୁମିତ ଅଣ୍ଟିଲ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ତାଙ୍କ ଏଫ୍‌୬୪ ଜାଭେଲିନ୍‌ ଥ୍ରୋ ବିଶ୍ୱ ଟାଇଟଲ...

ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ

ନୂଆଦିଲ୍ଲୀ, ୨୨ା୫ (ପି.ଟି.): ଥାଇଲାଣ୍ଡ ଓପନରେ ସଫଳତା ପରେ ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ପୁଣି ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ପୁରୁଷ...

ଆଜି ପ୍ରଦର୍ଶନ ହେବ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର

ଭୁବନେଶ୍ୱର,୨୨।୫(ଶର୍ମିଷ୍ଠା ପାଣିଗ୍ରାହୀ):କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବୁଧବାର ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର ପ୍ରଦର୍ଶନ ହେବାକୁ ଯାଉଛି। ଅପରାହ୍ନ ୪ଟା ୧୫ରେ ଏହା ପ୍ରଦର୍ଶିତ...

୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ

ପୁରୀ,୨୨ା୫(ଅଜିତ୍‌ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାର ପୁରୀରେ ରୋଡ୍‌ ଶୋ’ ପରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକ ସଭା ଆସନରେ...

କେକେଆର୍‌କୁ ଫାଇନାଲ ଟିକେଟ, ହାଇଦ୍ରାବାଦ ପାଖରେ ଆଉ ଏକ ସୁଯୋଗ

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ ୨୦୨୪ ସିଜନର ପ୍ରଥମ ଫାଇନାଲ ଟିକେଟ ପାଇଛି ଶ୍ରେୟସ ଆୟର ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)। ଏହା ଦଳ ପାଇଁ ଆଇପିଏଲ୍‌ ଇତିହାସରେ...

 ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର): ନବୀନବାବୁ ଓଡ଼ିଆ ଅସ୍ମିତାର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ। ଓଡ଼ିଶାର ଶାସନ ଭାର...

ଆଇପିଏଲ୍‌ ୨୦୨୪ ଫାଇନାଲ ଖେଳିବ ଏହି ଦୁଇ ଟିମ୍‌!

ନୂଆଦିଲ୍ଲୀ,୨୧।୫: ଆଇପିଏଲ୍‌ ୨୦୨୪ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ୧୦ ଟିମ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଟୁର୍ନାମେଣ୍ଟରେ ଏବେ କେବଳ ୪ ଟିମ୍‌ ପ୍ଲେ ଅଫ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri